Advertisment

ଭାରତ ଛାଡ଼ି କରୋନା ହଟସ୍ପଟ ‘ଆମେରିକା’ରେ ରହିବାକୁ ପସନ୍ଦ କଲେ ସନ୍ନି

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି।  ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବି ଏହାର ପଞ୍ଝାରୁ ମୁକୁଳି ପାରିନି।  କରୋନା ହଟ୍‌ସ୍ପଟ ପାଲଟିଛି ଆମେରିକା।  ଏପରି ସମୟରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ୍‌  ଭାରତ ଅପକ୍ଷା ଆମେରିକାକୁ ସୁରକ୍ଷିତ ସ୍ଥାନ ମନେ କରି ତାଙ୍କ ସ୍ୱାମୀ ଓ ତିନି ପିଲାଙ୍କ ସହ ଆମେରିକାର ଲସ୍ ଆଞ୍ଜେଲସ୍‌ ପଳାଇଛନ୍ତି । ସନି ନିଜ ଅଫିସିଆଲ ଇନଷ୍ଟାଗ୍ରାମରେଏକ ଫଟୋ ଶେୟାର କରିଛନ୍ତି, […]

ଭାରତ ଛାଡ଼ି କରୋନା ହଟସ୍ପଟ ‘ଆମେରିକା’ରେ ରହିବାକୁ ପସନ୍ଦ କଲେ ସନ୍ନି

sani

Advertisment

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି।  ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବି ଏହାର ପଞ୍ଝାରୁ ମୁକୁଳି ପାରିନି।  କରୋନା ହଟ୍‌ସ୍ପଟ ପାଲଟିଛି ଆମେରିକା।  ଏପରି ସମୟରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ୍‌  ଭାରତ ଅପକ୍ଷା ଆମେରିକାକୁ ସୁରକ୍ଷିତ ସ୍ଥାନ ମନେ କରି ତାଙ୍କ ସ୍ୱାମୀ ଓ ତିନି ପିଲାଙ୍କ ସହ ଆମେରିକାର ଲସ୍ ଆଞ୍ଜେଲସ୍‌ ପଳାଇଛନ୍ତି ।

Advertisment

ସନି ନିଜ ଅଫିସିଆଲ ଇନଷ୍ଟାଗ୍ରାମରେଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଝିଅ ନିଶା ଏବଂ ଦୁଇ ପୁଅ ନୋହ ଏବଂ ଅଶରଙ୍କ ସହ ନଜରକୁ ଆସିଛନ୍ତି। ଏହାସହ ସେ ମଦର୍ସ ଡେ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି

ସନ୍ନି କହିଛନ୍ତି ଯେ ଭାରତ ଅପେକ୍ଷା ଏଠାରେ ମୋ ପିଲାମାନେ ଅଧିକ ସୁରକ୍ଷିତ ଅଛନ୍ତି। ସନ୍ନି ନିଜର ଆମେରିକାସ୍ଥିତ ଘର ବଗିଚାରେ ବସି ପିଲାମାନଙ୍କ ସହ ଫଟୋ ଉଠାଇ ଟ୍ୱିଟ୍‌ରେ ସେୟାର କରିଥିବା ଜଣାପଡିଛି।

Advertisment

କରୋନା ଭାଇରସ ମହାମାରୀ ମଧ୍ୟରେ ଆମେରିକା ଯିବା ନିଷ୍ପତ୍ତି ବିଷୟରେ ସନ୍ନି ନିଜର ଇନଷ୍ଟାଗ୍ରାମରେ କହିଛନ୍ତି ଯେ ‘ ଯେତେବେଳେ ଆପଣଙ୍କର ପିଲାମାନେ ଥାଆନ୍ତି, ସେତେବେଳେ ନିଜର ପ୍ରାଥମିକତା ଓ ସୁରକ୍ଷା ଦେବା କଥା ଆମେମାନେ ଭୁଲିଯାଇଥାଉ। ମୁଁ ଓ ମୋ ସ୍ୱାମୀ ଆମ ପିଲାମାନଙ୍କୁ ଏପରି ଏକ ସ୍ଥାନକୁ ନେବାକୁ ଚାହୁଁଥିଲୁ ଯେଉଁଠାରେ ଏହି ମାହାମାରୀ ଅଦୃଶ୍ୟ ଶତ୍ରୁ କରୋନା ମୋ ପିଲାମାନଙ୍କର କିଛି କ୍ଷତି ଘଟାଇ ପାରିବନି। ଆମ ପାଖରେ ମଧ୍ୟ ସେହି ଭଳି ଜାଗାର ସୁବିଧା ଥିଲା। ସେହି ଜାଗାଟି ହେଉଛି ଆମେରିକାର ଲସ୍‌ ଆଞ୍ଜେଲସ୍‌ ଘରର ସିକ୍ରେଟ୍ ଗାର୍ଡେନ। ମୁଁ ଭାବୁଚି ମୋ ମା’ ମଧ୍ୟ ଏପରି କରିବାକୁ ଚାହୁଁଛି।  ତୁମକୁ ବହୁତ ମିସ୍‌ କରୁଚି ମା’। ମାତୃ ଦିବସରେ ଆପଣଙ୍କୁ ଶୁଭେଚ୍ଛା।

Advertisment

ଖବର ଅନୁଯାୟୀ, ସନ୍ନି ଲିଓନ୍ ତାଙ୍କର ବଡ ଝିଅ ନିଶାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଦୁଇ ପୁଅ ମଧ୍ୟ ସରୋଗେସି ସନ୍ତାନ ବୋଲି ଜଣାପଡିଛି। ସନ୍ନି ଏହି ଲକ୍‌ଡାଉନ୍‌ ସମୟରେ ସୋସିଆଲ ମିଡିଆରେ କ୍ରମାଗତ ଭାବେ ତାଙ୍କର ଭିଡିଓ ଓ ଫଟୋକୁ ସେୟାର କରୁଛନ୍ତି।

ସନ୍ନିଙ୍କ ଏହି ଫଟୋରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ସେ ଭାରତ ଅପେକ୍ଷା ନିଜ ପିଲାମାନଙ୍କ ପାଇଁ ଲସ୍‌ ଆଞ୍ଜେଲସ୍‌କୁ ଅଧିକ ସୁରକ୍ଷିତ ମନେକରି ସେଠାକୁ ଚାଲିଯାଇଛନ୍ତି। ଅନ୍ୟପଟେ ତାଙ୍କ ସ୍ୱାମୀ ଡାନିଏଲ୍‌ ମଧ୍ୟ ନିଜର ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଫଟୋକୁ ସେୟାର କରି ଆମେରିକାରେ ପହଞ୍ଚିଥିବା ସୂଚନା ଦେଇଛନ୍ତି।

Sunny Leone Sunny Leone Husband Name Sunny Leone Song Sunny Leone Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ