Seema
ମୁମ୍ବାଇ: ବଲିଉଡ୍ ଜଗତରେ କରୋନା ପଜିଟିଭ୍ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏବେ ଆଉ ଜଣେ କଳାକାର କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଅଭିନେତା ତଥା ସିନେ ନିର୍ମାତା ସୀମା ପୱା କରୋନା ପଜିଟିଭ୍ ହୋଇଥିବା ସୂଚନା ଆସିଛି। ହସ ହସ ମୁହଁରେ ଏକ ଫଟୋ ଅପଲୋଡ୍ କରି ଏହି ଅଭିନେତ୍ରୀ ନିଜ ସୋସିଆଲ ମିଡ଼ିଆରେ ନିଜର ସ୍ୱାସ୍ଥ୍ୟ ଅବସ୍ଥା କଥା କହିଛନ୍ତି। ସୀମା ସଞ୍ଜୟ ଲୀଲା ବଂଶାଲିଙ୍କ ‘ଗାଙ୍ଗୁବାଇ କାଠିଆୱାଡା’ରେ ଆଲିଆ ଭଟ୍ଟଙ୍କ ସହ ସୁଟିଂ ସେଟ୍ରେ ଥିଲେ। ଆଲିଆ ମଧ୍ୟ ବର୍ତ୍ତମାନ କୋଭିଡ୍ ଆକ୍ରାନ୍ତ ହୋଇ ହୋମ୍ କ୍ଵାରାଣ୍ଟାଇନରେ ଅଛନ୍ତି।
ତାଙ୍କ ସ୍ଵାସ୍ଥ୍ୟକୁ ନେଇ ସୀମା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଆଉ ସେ ପଜିଟିଭ୍ ଥିବା କହିବା ସହ 14 ଦିନ ପାଇଁ କ୍ଵାରାଣ୍ଟାଇନରେ ରହିବେ ବୋଲି କହିଛନ୍ତି। ଏହି ପୋଷ୍ଟ୍ ସେୟାର ପରେ ତାଙ୍କ ପାଖକୁ ଘନ ଘନ ମେସେଜ୍ ଆସିବାରେ ଲାଗିଛି। ଅନେକ ପ୍ରଶଂସକ ଶୀଘ୍ର ସୁସ୍ଥ ହୋଇଯିବା ନେଇ ମେସେଜ କରିଥିବା ବେଳେ କେତେକ ନିଜର ଯତ୍ନ ନେବାକୁ କହିଛନ୍ତି।
ବର୍ତ୍ତମାନ ଅନେକ ବଲିଉଡ୍ ସେଲିବ୍ରିଟି କରୋନା ପଜିଟିଭ୍ ହେବାରେ ଲାଗିଛନ୍ତି। ନିକଟରେ ‘ରାମ ସେତୁ’ ସୁଟିଂ ବେଳେ ଅକ୍ଷୟ କୁମାର କରୋନା ପଜିଟିଭ ଚିହ୍ନଟ ହୋଇ ହସପିଟାଲରେ ଚିକିତ୍ସାଧୀନ ଥିବାବେଳେ ଭିକି କୌଶଲ ଓ ଭୂମି ପେଡନେକର ମଧ୍ୟ ହୋମ୍ କ୍ଵାରାଣ୍ଟାଇନରେ ଅଛନ୍ତି। ଏହି ଦୁଇ କଳାକାର ‘ମି. ଲେଲେ’ ସୁଟିଂ ବେଳେ ପଜିଟିଭ୍ ଚିହ୍ନଟ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Seema_1626258596.jpg)