Advertisment

ସଲମାନ ଆଙ୍କିଥିଲେ କ୍ୟାଟ୍ରିନାଙ୍କ ଚିତ୍ର!

ମୁମ୍ବାଇ: ବଲିଉଡର ‘ଭାଇଜାନ’ ବା ସଲମାନ ଖାନଙ୍କ ଅଭିନୟ ଦୁନିଆକୁ ବାଦଦେଲେ ସେ ଚିତ୍ର ଆଙ୍କିବାକୁ ବି ବହୁତ ପସନ୍ଦ କରନ୍ତି। ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ସଲମାନ ଖାନ ଥରେ କ୍ୟାଟ୍ରିନା କୈଫଙ୍କ ଚିତ୍ର କରିଥିଲେ। ସେ ଏହି କଥା ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ମଧ୍ୟ ଶୁଣେଇଥିଲେ। ଏ କଥା ଶୁଣିବା ପରେ ବିଦ୍ୟା ତାଙ୍କ ହସକୁ ବନ୍ଦ କରି ପାରି ନ ଥିଲେ ଏବଂ କହିଥିଲେ ଯେ ତାହା […]

ସଲମାନ ଆଙ୍କିଥିଲେ କ୍ୟାଟ୍ରିନାଙ୍କ ଚିତ୍ର!

Untitled-1

Advertisment

ମୁମ୍ବାଇ: ବଲିଉଡର 'ଭାଇଜାନ' ବା ସଲମାନ ଖାନଙ୍କ ଅଭିନୟ ଦୁନିଆକୁ ବାଦଦେଲେ ସେ ଚିତ୍ର ଆଙ୍କିବାକୁ ବି ବହୁତ ପସନ୍ଦ କରନ୍ତି। ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ସଲମାନ ଖାନ ଥରେ କ୍ୟାଟ୍ରିନା କୈଫଙ୍କ ଚିତ୍ର କରିଥିଲେ। ସେ ଏହି କଥା ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ମଧ୍ୟ ଶୁଣେଇଥିଲେ। ଏ କଥା ଶୁଣିବା ପରେ ବିଦ୍ୟା ତାଙ୍କ ହସକୁ ବନ୍ଦ କରି ପାରି ନ ଥିଲେ ଏବଂ କହିଥିଲେ ଯେ ତାହା ‘ଡାର୍ଟି ପିକ୍ଚର’ ନ ଥିଲା ତ?

Advertisment

publive-image

ସଲମାନ ଖାନଙ୍କ ସୋସିଆଲ ମିଡିଆ ପେଜରେ ଏକ ଭିଡିଓ ଖୁବ ଜୋରେ ଭାଇରାଲ ହେଉଛି। ଏହି ଭିଡିଓରେ ସଲମାନ ବିଦ୍ୟା ବାଲାନଙ୍କ ସହ ନଜର ଆସିଛନ୍ତି। ଭିଡିଓଟି ବହୁତ ପୁରୁଣା, ସେତେବେଳେ ଏକ ଶୋ’ରେ ବିଦ୍ୟା ତାଙ୍କ ଫିଲ୍ମ 'କାହାନି ୨'ର ପ୍ରମୋସନ ପାଇଁ ଯାଇଥିଲେ।

ଭିଡିଓରେ ସଲମାନ ତାଙ୍କ ପେଣ୍ଟିଂ ବିଷୟରେ କହିଛନ୍ତି, 'ମୁଁ ପେଣ୍ଟିଂ କରେ ଏବଂ ଦିନେ ମୁଁ କ୍ୟାଟ୍ରିନାଙ୍କ ଚିତ୍ର ହୋଇଗଲି। ପେଣ୍ଟିଂ ଦେଖିବା ପରେ କ୍ୟାଟ୍ରିନା କହିଥିଲେ, ଏ କିଏ? ମୁଁ କହିଲି, ତୁମେ। ସେ କହିଥିଲେ, ଏ ମୁଁ ନୁହେଁ, ଏହା ବିଦ୍ୟା ବାଲାନ ପରି ଦେଖାଯାଉଛି। ବିଦ୍ୟା ଏହା ଶୁଣିବା ପରେ ଜୋରରେ ହସିଲେ। ସେ ଆହୁରି ମଧ୍ୟ ପଚାରିଥିଲେ, ଏହା କେବେକାର? ସଲମାନଙ୍କ ହାବଭାବ ଦେଖିବା ପରେ ବିଦ୍ୟା ଜୋରରେ ହସିବାକୁ ଲାଗିଲେ।

Advertisment

ସଲମାନ କଥାକୁ ଆଗକୁ ନେବାକୁ ଯାଇ କହିଲେ, ଏହା କିଛି ସମୟ ପୂର୍ବରୁ ହୋଇଥିଲା। ଏହା ପରେ ବିଦ୍ୟା କହିଲେ ଯେ ମୋତେ କିଛି କହିବାର ଅଛି, କିନ୍ତୁ ମୋର ସାହସ ପାଉନି। ସଲମାନ ହସି ହସି କହିଲେ, ସେ ଚିତ୍ରଟି କେଉଁଠାରେ ଅଛି? ବିଦ୍ୟା କହିଲେ, ତୁମେ ମୋତେ କାହିଁକି ଦେଉନ... ସେ ‘ଡାର୍ଟି ପିକ୍ଚ’ ନ ଥିଲା ତ?'

Advertisment

ଏହି ଚିତ୍ରକୁ ସେ କ’ଣ ଦେଖି କରିଛନ୍ତି ତାହା ମଧ୍ୟ ସଲମାନ ଏହି ଭିଡିଓରେ କହିଛନ୍ତି। ସଲମାନ କହିଛନ୍ତି ଯେ ସେ ପେଣ୍ଟିଂଟି ଫଟୋଗ୍ରାଫର ଜେପି ସିଙ୍ଗଲଙ୍କ ଦ୍ୱାରା ନିଆଯାଇଥିବା କ୍ୟାଟ୍ରିନାଙ୍କ ଛବି ଉପରେ ଆଧାରିତ ଥିଲା। କିନ୍ତୁ କୌଣସି ପ୍ରକାରେ ତାହା ବିଦ୍ୟାଙ୍କ ସଦୃଶ ଥିଲା। ଏହାକୁ ବିଦ୍ୟା ପ୍ରଶଂସା କରିବା ସହିତ, ଏହାର ଅର୍ଥ ମୁଁ ତୁମ ହୃଦୟରେ ଅଛି, କିନ୍ତୁ ତୁମେ ଏହା କହି ନାହଁ ବୋଲି କହିଥିଲେ। ଏହା ପରେ ସଲମାନ ତାଙ୍କ ଫିଲ୍ମ 'କିକ୍'ର ଏକ ଡାଇଲଗ୍ ମାରି କହିଥିଲେ, “ତୁମ ଦିଲ୍ ମେ ହୋ, ଲେକିନ୍ ସମଝ ମେ ନେହିଁ ଆତା।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ