ମୁମ୍ବାଇ: ବଲିଉଡ୍ ଭାଇଜାନ ତଥା ସଲମାନ ଖାନଙ୍କ ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର “ରାଧେ – ୟୁଅର୍ ମୋଷ୍ଟ ୱାଣ୍ଟେଡ୍ ଭାଇ” ରିଲିଜ୍ ହୋଇଛି। କିନ୍ତୁ ଫିଲ୍ମ ରିଲିଜ ହେବାର କିଛି ସମୟ ପରେ ଲିକ୍ ହୋଇଯାଇଥିବାରୁ ଏହା ସଲମାନ ଖାନ ଓ ଫିଲ୍ମ ନିର୍ମାତାଙ୍କୁ ବଡ ଧରଣର ଝଟକା ଲାଗିଛି। ଟଙ୍କା ଦେଇ ଦେଖିବାକୁ ପଡିବ ବୋଲି ଅନେକ ଲୋକ ଏହାକୁ ଲାଉନଲୋଡ କରି ଦେଖିବାକୁ ଲାଗିଛନ୍ତି। ଏହି କାରଣରଙ୍କୁ ସଲମାନ ଖାନଙ୍କ ପ୍ରଶଂସକମାନେ ବିରକ୍ତ ପ୍ରକାଶ କରି ସୋସିଆଲ ମିଡିଆରେ ଭାଇଜାନଙ୍କୁ ନିବେଦନ କରିଛନ୍ତି ଯେ ଏହି ପାୟରେସିକୁ ରୋକାଯାଉ ଏବଂ ଏହା କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉ।
/odishatv-khabar/media/post_attachments/wp-content/uploads/2021/05/Indian-News-Live.jpg)
“ରାଧେ – ୟୁଅର୍ ମୋଷ୍ଟ ୱାଣ୍ଟେଡ୍ ଭାଇ” ରିଲିଜ୍ ହେବା ପୂର୍ବରୁ ସଲମାନ ଖାନ୍ ତାଙ୍କ ପ୍ରଶଂସକଙ୍କୁ ପାୟରେସି ବନ୍ଦ କରିବାକୁ ଏବଂ ଅଫିସିଆଲ୍ ପ୍ଲାଟଫର୍ମରେ ଫିଲ୍ମ ଦେଖିବା ପାଇଁ ପ୍ରତିଶୃତି ନେଇଥିଲେ, କିନ୍ତୁ ଲୋକମାନେ ସେମାନଙ୍କର ପ୍ରତିଶୃତି ଭାଙ୍ଗିଥିଲେ ଏବଂ ଫିଲ୍ମ ରିଲିଜ୍ ହେବାର କିଛି ଘଣ୍ଟା ପରେ ଏହା ଅନଲାଇନରେ ଲିକ୍ ହୋଇଥିଲା।
/odishatv-khabar/media/post_attachments/wp-content/uploads/2021/05/www.zoomnews.in_.jpg)
ଏହି କାରଣରୁ, ସଲମାନ ଖାନଙ୍କ କିଛି ପ୍ରଶଂସକ ସୋସିଆଲ ମିଡିଆରେ ବିରକ୍ତିଭାବ ପ୍ରକାଶ କରିଥିଲେ ଏବଂ ଯେଉଁମାନେ ସଲମାନ ଖାନଙ୍କ ଏହି ଫିଲ୍ମକୁ ଲିକ୍ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ଲାଗିଛନ୍ତି।
/odishatv-khabar/media/post_attachments/wp-content/uploads/2021/05/AtZ-Newss.jpg)
ଜଣେ ଉପଭୋକ୍ତ ଲିକ୍ ହୋଇଥିବା ଫିଲ୍ମର ସ୍କ୍ରିନସଟ୍ ନେଇ ସୋସିଆଲ ମିଡିଆରେ ଲେଖିଥିଲେ- ରାଧେ ସୋସିଆଲ ମିଡିଆରେ ଲିକ୍ ହୋଇଛି। ସଲମାନ ଖାନ, କିଛି କର ଭାଇ। ସେହିପରି ଅନ୍ୟ ଜଣେ ପ୍ରଶଂସକ ଲେଖିଥିଲେ, “ଏ କ’ଣ ହେଉଛି, ‘ରାଧେ’ ସମସ୍ତ ବେଆଇନ ଓ ଟେଲିଗ୍ରାମ ପ୍ଲାଟଫର୍ମରେ ଲିକ୍ ହୋଇଯାଇଛି। ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆପଣମାନେ ‘ରାଧେ’କୁ ବଞ୍ଚେଇଦିଅନ୍ତୁ। ଏହିଭଳି ଅନ୍ୟ କେତେକ ପ୍ରଶଂସକମାନେ ମଧ୍ୟ ଆପତ୍ତି ଉଠାଇଛନ୍ତି।
/odishatv-khabar/media/post_attachments/wp-content/uploads/2021/05/AtZ-News-1.jpg)
ପ୍ରକାଶ ଥାଉଯେ ମେ ୧୨ରେ ସଲମାନ ଖାନ ଏକ ବିବୃତ୍ତିରେ କହିଥିଲେ ଯେ ଗୋଟିଏ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନେକ ଲୋକ କଠିନ ପରିଶ୍ରମ କରନ୍ତି କିନ୍ତୁ ଯେତେବେଳେ କିଛି ଲୋକ ଏହାକୁ ଦେଖିବା ପାଇଁ ପାୟରେସୀର ସହାୟତା ନିଅନ୍ତି ମତେ ଭାରି ଖରାପ ଲାଗେ। ତେଣୁ ମୁଁ ତୁମ ସମସ୍ତଙ୍କଠାରୁ ଏକ ପ୍ରତିଜ୍ଞା ନେବାକୁ ଚାହୁଁଛି ଯେ ଦୟାକରି ଏହି ଫିଲ୍ମକୁ ସଠିକ୍ ପ୍ଲାଟଫର୍ମରେ ଦେଖନ୍ତୁ। ଏହି ଇଦ୍ ସମ୍ପୁର୍ଣ୍ଣ ଭାବରେ ଦର୍ଶକଙ୍କ ପ୍ରତିଜ୍ଞା ଉପରେରେ। ତେଣୁ ମନୋରଞ୍ଜନ କ୍ଷେତ୍ରରେ କୌଣସି ପାୟରେସି ନାହିଁ।
/odishatv-khabar/media/post_attachments/wp-content/uploads/2021/05/DailyHunt.jpg)
ତେବେ ସଲମାନ ଖାନଙ୍କ ଫିଲ୍ମ “ରାଧେ : ୟୁଅର୍ ମୋଷ୍ଟ ୱାଣ୍ଟେଡ ଭାଇ”କୁ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। ଚଳଚ୍ଚିତ୍ର ସମାଲୋଚକମାନେ ମଧ୍ୟ ଏହି ଚଳଚ୍ଚିତ୍ରକୁ ବିଶେଷ ପସନ୍ଦ କରୁ ନାହାନ୍ତି। ଏହି ଫିଲ୍ମରେ ସଲମାନ ଖାନଙ୍କ ବ୍ୟତୀତ ଦିଶା ପାଟନିଙ୍କର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/FilmiBeat_1620976111.jpg)