JATRA Photograph: (OTV)
ଆଜି ଭୁବନେଶ୍ବରରେ ଭୟ ପକ୍ଷ ଆଲୋଚନା ହୋଇଥିଲା। ସେପଟେ ପୀୟୂଷ, ସାଇଙ୍କ ଭଳି ଏଗ୍ରିମେଣ୍ଟ ବିବାଦରେ ଛନ୍ଦି ହୋଇଛନ୍ତି ଆଉ ଜଣେ ଯୁବ ଭିଲେନ୍ ସତ୍ୟ ପତି। ତାଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ଯାତ୍ରାଶ୍ରୀ ବିଶ୍ବଦରବାର ଓ କଳିଙ୍ଗ ଗଣନାଟ୍ୟ। ସତ୍ୟ ବିଶ୍ବଦରବାରରେ ୨ ବର୍ଷିଆ ଚୁକ୍ତିରେ ଥିବା ବେଳେ ଆଗାମୀ ସିଜିନରେ କଳିଙ୍ଗ ଯିବାକୁ ଘୋଷଣା କରିବା ପରେ ବିବାଦ ଦେଖାଦେଇଛି।
ଯାତ୍ରାରେ ଥମୁନି ନାଟକବାଜି
ତୁଟିଲା ସାଇ-ନାଣ୍ଡୁ କଳି
ମିଶିଲା ମନ, ଚଢ଼ିବେ ମଞ୍ଚ
ଯାତ୍ରାରେ ସମାଧାନ ହେଲା ସାଇ-ନାଣ୍ଡୁଙ୍କ ମଧ୍ୟରେ ବିବାଦ। ଏଗ୍ରିମେଣ୍ଟକୁ ନେଇ ଝାମେଲା ପରେ ତୁଳସୀ ଗଣନାଟ୍ୟ ମଞ୍ଚ ଚଢୁ ନଥିଲେ ସାଇ ସତ୍ୟଜିତ ପଣ୍ଡା। ଆଜି ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିବାଦ ତୁଟିଛି, ମନ ମିଶିବା ପରେ ଇଏ ଦୃଶ୍ୟ। ଆଗପଛ ହୋଇ ହୋଟେଲରୁ ବାହାରିଥିଲେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓ ସାଇ ସତ୍ୟଜିତ ପଣ୍ଡା। ହସି ହସି ଦୁହେଁ ବାହାରକୁ ବାହାରିଥିଲେ।
ସବୁ ସମାଧାନ ହୋଇଛି ବୋଲି ନାଣ୍ଡୁ ଧଳ କହିଥିବା ବେଳେ ଆଜିଠୁ ମଞ୍ଚ ଚଢ଼ିବେ କହିଛନ୍ତି ସାଇ। ବିବାଦର ସମାଧାନ ପାଇଁ ଭୁବନେଶ୍ବରର ଏକ ହୋଟେଲରେ ନାଣ୍ଡୁ ଧଳ ଓ ସାଇଙ୍କ ପରିବାର ଭିତରେ ଆଲୋଚନା ହୋଇଥିଲା। ଏହାପରେ ହୋଟେଲରୁ ହସି ହସି ବାହାରିଥିଲେ ସମସ୍ତେ। ...
ବିବାଦରେ ଯୁବ ଭିଲେନ୍ ସତ୍ୟ ପତି
ନୂଆ ସିଜିନ ପାଇଁ କଳାକାର ଅକ୍ସନକୁ ନେଇ ଯାତ୍ରାରେ ଚାଲିଛି ଛକାପଞ୍ଝା। ପୀୟୂଷ ମାମଲା ଥଣ୍ଡା ନ ପଡୁଣୁ ଖଣ୍ଡଗିରିରେ ସାମନାକୁ ଆସିଥିଲା ସାଇ ଝାମେଲା। ସେମାନଙ୍କ ପରେ ଏଗ୍ରିମେଣ୍ଟ ବିବାଦରେ ଛନ୍ଦି ହୋଇଛନ୍ତି ଆଉ ଜଣେ କଳାକାର। ଯାତ୍ରାର ଯୁବ ଭିଲେନ୍ ସତ୍ୟ ପତିଙ୍କୁ ନେଇ ନୂଆ ବିବାଦ। ୨ ଅପେରା ପାର୍ଟି ମାଲିକଙ୍କ ଭିତରେ ଟଣାଓଟରା। ଆସନ୍ତା ସିଜିନରେ କେଉଁ ପାର୍ଟିରେ ଯୋଗଦେବେ ସତ୍ୟ ପତି ? ବିଶ୍ବଦରବାରରେ ରହିବେ ନା କଳିଙ୍ଗ ଗଣନାଟ୍ୟ ଯିବେ ?
୨୦୨୬-୨୭ ଯାତ୍ରା ସିଜିନ ପାଇଁ ଉଭୟ ପାର୍ଟିର ଷ୍ଟାରକାଷ୍ଟ ଲିଷ୍ଟରେ ରହିଛି ସତ୍ୟଙ୍କ ନାଁ। ଚଳିତ ସିଜିନରେ ବିଶ୍ବ ଦରବାରରେ ଅଭିନୟ ଜାରି ରଖିଛନ୍ତି। ଆସନ୍ତାବର୍ଷ ତାଙ୍କୁ ଦର୍ଶକ କଳିଙ୍ଗ ଗଣନାଟ୍ୟରେ ଦେଖିବେ ବୋଲି ସୋସିଆଲ୍ ମିଡିଆରେ ଘୋଷଣା କରିବା ପରେ ବିବାଦ ମୁଣ୍ଡ ଟେକିଛି। ...
ସତ୍ୟଙ୍କ ବିରୋଧରେ ବି ଆସିଛି ଚୁକ୍ତି ଖିଲାପ ଅଭିଯୋଗ। ୨୦୨୫-୨୬ ଓ ୨୦୨୬-୨୭ ପାଇଁ ବିଶ୍ବଦରବାର ସହ ସେ ଏଗ୍ରିମେଣ୍ଟ କରିଛନ୍ତି। ଆସନ୍ତା ଯାତ୍ରା ଋତୁରେ କେମିତି ଯିବେ କଳିଙ୍ଗ କ୍ୟାମ୍ପ ? ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶ୍ବଦରବାର ମାଲିକ କିଶୋର ମିଶ୍ର। ବିଶ୍ବଦରବାର ପୂର୍ବରୁ ସତ୍ୟ କଳିଙ୍ଗ ଗଣନାଟ୍ୟରେ ଥିଲେ। ସେତେବେଳେ ମେରୁଦଣ୍ଡ ଜନିତ ରୋଗର ଶିକାର ହୋଇଥିଲେ। କିଶୋର ମିଶ୍ର ଟଙ୍କା ଦେବା ପରେ ରାଜ୍ୟ ବାହାରକୁ ଯାଇ ଚିକିତ୍ସା କରାଇଥିଲେ ସତ୍ୟ। କଳିଙ୍ଗରେ ବାର୍ଷିକ ୧୦ ଲକ୍ଷ ଟଙ୍କା ଦରମାରେ ଥିବାବେଳେ ୨୦୨୫-୨୬ ପାଇଁ ୧୬ ଲକ୍ଷ ଓ ୨୦୨୬-୨୭ ଯାତ୍ରା ଋତୁ ପାଇଁ ୧୮ ଲକ୍ଷରେ ଚୁକ୍ତି କରି ବିଶ୍ବଦରବାର ଆସିଥିଲେ।
କିଶୋର ମିଶ୍ର କହିଛନ୍ତି, ଦୁଇ ବର୍ଷିଆ ଚୁକ୍ତି ସତ୍ତ୍ବେ କଳିଙ୍ଗ ପ୍ରଯୋଜକ କିଭଳି ଅଗ୍ରୀମ ଟଙ୍କା ଦେଲେ ? ଚିକିତ୍ସା ବେଳେ କରିଥିବା ସାହାଯ୍ୟକୁ ସତ୍ୟ କିଭଳି ଭୁଲି ଗଲେ ? କଳିଙ୍ଗ ଗଣନାଟ୍ୟ ପ୍ରଯୋଜକ ଜାଣିଶୁଣି ବିବାଦ ସୃଷ୍ଟି କରୁଛନ୍ତି ଓ ସତ୍ୟ ତାଙ୍କ ପାର୍ଟିରେ ଯାତ୍ରା କରିବେ ବୋଲି ରୋକଠୋକ ଶୁଣାଇଛନ୍ତି ବିଶ୍ବଦରବାର ପ୍ରଯୋଜକ। ତାଙ୍କ ଅଭିଯୋଗ ଉପରେ କଳିଙ୍ଗ ଗଣନାଟ୍ୟ ମାଲିକ କି ସତ୍ୟ ପତିଙ୍କ ପ୍ରତିକ୍ରିୟା ମିଳିପାରିନି। ...
ଖଣ୍ଡଗିରିରେ ଆରମ୍ଭ ହୁଏ ଯାତ୍ରାର ଆଗାମୀ ସିନିଜ ପାଇଁ କଳାକାର ଅକ୍ସନ। ତାପରେ ଆରମ୍ଭ ହୁଏ ପାର୍ଟି ଡିଆଁ ରେସ୍ ଓ ବିବାଦ। ଏଗ୍ରିମେଣ୍ଟ ଅଡୁଆରେ ଛନ୍ଦି ହୋଇଥିବା ସାଇ ନିଜ ଝାମେଲା ତୁଟାଇଥିବା ବେଳେ ସତ୍ୟଙ୍କ ବିବାଦ କି ମୋଡ଼ ନେବ, ତା ଉପରେ ଯାତ୍ରାପ୍ରେମୀଙ୍କର ନଜର ରହିଛି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/11/jatra-2026-02-11-19-51-13.jpg)