KUNI CHATRIYA Photograph: (OTV)
ଆଉ ନାହାଁନ୍ତି ଲୋକ ଗୀତ ଗାୟିକା କୁନି ଛତ୍ରିଆ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ସେ ଅସୁସ୍ଥ ଅନୁଭବ କରିବାରୁ ତଙ୍କୁ ପ୍ରଥମେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ ସମ୍ବଲପୁର ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।
୭ ଦିନର ଚିକିତ୍ସା ପରେ ଆଖି ବୁଜିଲେ କୁନି ଛତ୍ରିଆ। ସେ ବଲାଙ୍ଗୀର ଜିଲ୍ଲାର ତୁଷୁରାରୁ ଯାଇ ରାଜ୍ୟ ତଥା ରାଜ୍ୟ ବାହାରେ ଘୁଡୁକା ବାଦ୍ୟ କରିବା ସହ ଲୋକ ଗୀତ ଗାୟିକା ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ। ତୁଷୁରା ଭଳି ଛୋଟ ଜାଗାରୁ ଯାଇ"ସାନ ବଡ ଘୁଡୁକା" ବାଦ୍ୟକୁ ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଲୋକ ଗୀତ ଗାୟିକା କୁନି ଛତ୍ରିଆଙ୍କ ପରଲୋକ
ସମ୍ବଲପୁର ବୁର୍ଲା ମେଡିକଲରେ ତାଙ୍କର ଦେହାନ୍ତ
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ କୁନି
ବଲାଙ୍ଗୀର ଜିଲ୍ଲାର ତୁଷୁରାର କୁନି ଛତ୍ରିଆ
ଘୁଡୁକା ବାଦ୍ୟ ସହ ଲୋକ ଗୀତ ଗାଇ ସୁନାମ ଅର୍ଜନ କରିଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/15/kuni-chatriya-2026-01-15-12-25-25.jpg)