Advertisment

ରାଖୀ ସାୱନ୍ତଙ୍କ ନାଗିନ୍ ରୂପ

ମୁମ୍ବାଇ : ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ ରାଖୀ ସାୱନ୍ତଙ୍କୁ ଏମିତିରେର ଏଣ୍ଟରଟେନ୍‌ମେଣ୍ଟ କୁଇନ୍ କୁହାଯାଏ ନାହିଁ, କିନ୍ତୁ ସେ ତାଙ୍କ ପ୍ରଶଂସକମାନଙ୍କୁ ମତୁଆଲା କରିବାର କୌଣସି ବି ସୁଯୋଗ ହାତଛଡା କରନ୍ତି ନାହିଁ। ସୋସିଆଲ୍ ମିଡିଆରେ ସକ୍ରିୟ ଥିବା ରାଖୀଙ୍କ ମନୋରଞ୍ଜନଧର୍ମୀ…

ରାଖୀ ସାୱନ୍ତଙ୍କ ନାଗିନ୍ ରୂପ

Untitled-1

Advertisment

ମୁମ୍ବାଇ : ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ ରାଖୀ ସାୱନ୍ତଙ୍କୁ ଏମିତିରେର ଏଣ୍ଟରଟେନ୍‌ମେଣ୍ଟ କୁଇନ୍ କୁହାଯାଏ ନାହିଁ, କିନ୍ତୁ ସେ ତାଙ୍କ ପ୍ରଶଂସକମାନଙ୍କୁ ମତୁଆଲା କରିବାର କୌଣସି ବି ସୁଯୋଗ ହାତଛଡା କରନ୍ତି ନାହିଁ। ସୋସିଆଲ୍ ମିଡିଆରେ ସକ୍ରିୟ ଥିବା ରାଖୀଙ୍କ ମନୋରଞ୍ଜନଧର୍ମୀ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ସେ ସବୁବେଳେ ଏପରି କିଛି ନିଆରା କରିଥା’ନ୍ତି ଯେ ଯାହା ତାଙ୍କ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ନିକଟରେ ‘ବିଗ୍ ବସ୍ ୧୪’ରେ ଧମାଲ୍‌ କରିଥିବା ଅଭିନେତ୍ରୀ ରାକ୍ଷୀଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ଏଥର ରାଖୀ ନାଗୁଣୀ ହୋଇ ତାଙ୍କ ପ୍ରଶଂସକଙ୍କ ସାମ୍ନାକୁ ଆସିଛନ୍ତି।

Advertisment

publive-image

ରାଖୀ ସାୱନ୍ତ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ରାଖୀ ଏକ ‘ନାଗୁଣୀ’ର ଅବତାରରେ ନଜର ଆସିଛନ୍ତି। ଏହି ଫଟୋକୁ ଭଲଭାବେ ଦେଖିଲେ ସତେ ଯେପରି ଲାଗେ ଏକତା କପୁର ତାଙ୍କ ସୋ ‘ନାଗିନ୍-୬’ ର ପ୍ରଥମ ଲୁକ୍ ସେୟାର କରିଛନ୍ତି, ଯେଉଁଥିରେ ରାଖୀ ସାୱନ୍ତ ନାଗୁଣୀ ଭୂମିକାରେ ଅଭିନୟ କରୁଛନ୍ତି। ରାଖୀଙ୍କର ଏହି ଫଟୋ ଏତେ ଭଲଭାବେ ଏଡିଟ୍ ହୋଇଛି ଯେ ବିଲକୁଲ୍ ସତ ଭଳି ଲାଗୁଛି। ଫଟୋ ପୋଷ୍ଟ କରି ରାଖୀ ଲେଖିଛନ୍ତି, ‘ମୁଁ ପ୍ରକୃତ ନାଗୁଣୀ।’ ତାଙ୍କର ଏହି ଫଟୋରେ ତାଙ୍କ ପ୍ରସଂଶକମାନଙ୍କ ସହିତ ସାଙ୍ଗମାନେ ମଧ୍ୟ ଅନେକ ମନ୍ତବ୍ୟ ଦେଉଛନ୍ତି।

publive-image

‘ବିଗ୍ ବସ୍ ୧୪’ରେ ରାଖୀଙ୍କ ବନ୍ଧୁ ହୋଇଥିବା ଅଲି ଗୋନି ଏହି ପୋଷ୍ଟରେ ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, ‘RIP ନେୱଲ୍।’ ଏହା ସହିତ, ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଦିଦି, କରୋନାକୁ ଦୟାକରି ଧ୍ୱଂସ କରିଦିଅ। ଅନ୍ୟଜଣେ ଲେଖିଛନ୍ତି, ‘ବୋଧହୁଏ ତୁମେ ପରବର୍ତ୍ତୀ ନାଗୁଣୀ ହେବ।’

Advertisment

publive-image

ପ୍ରକାଶଥାଉ ଯେ ପୂର୍ବରୁ ରାଖୀ ତାଙ୍କ ବାଜିରାଓଙ୍କୁ ରାସ୍ତାରେ ଖୋଜିବା ପାଇଁ ‘ମସ୍ତାନୀ’ର ଅବତାରରେ ବାହାରକୁ ଯାଇଥିଲେ। ବର୍ତ୍ତମାନ ରାଖୀଙ୍କ ଏହି ଅପେକ୍ଷା ଶେଷ ହୋଇଛି। ସେ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏ ସମ୍ବନ୍ଧୀୟ ଏକ ଫଟୋ ସେୟାର କରିଛନ୍ତି। କିନ୍ତୁ ଫଟୋରେ ତାଙ୍କ ସ୍ୱାମୀ ନୁହଁନ୍ତି ବରଂ ତାଙ୍କର ଭଲ ବନ୍ଧୁ କୁହାଯାଉଥିବା ରାହୁଲ ବୈଦ ନଜର ଆସିଛନ୍ତି। ଏହି ଫଟୋରେ ରାହୁଲ୍ ବାଜିରାଓଙ୍କ ଲୁକ୍‌ରେ ମସ୍ତନୀ ରାକ୍ଷୀଙ୍କ ସହିତ ନଜର ଆସିଛନ୍ତି। ଫଟୋ ସେୟାର କରି ରାଖୀ ଲେଖିଛନ୍ତି- ‘ମତେ ମୋ ବାଜିରାଓ ମିଳିଗଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ