charidham Photograph: (OTV)
ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର “ଚାରିଧାମ – ଏ ଜର୍ଣ୍ଣି ଉଇଥିନ୍” ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏବଂ ଦର୍ଶକଙ୍କ ମନ ଜିଣିଛି । ଦର୍ଶକଙ୍କ ତରଫରୁ ବହୁତ ଭଲ ରେସପନ୍ସ ମିଳିଛି। ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନୀତ ଏହି ଆଧ୍ୟାତ୍ମିକ ଭ୍ରମଣ କାହାଣୀ ଦେଶବ୍ୟାପୀ ଦର୍ଶକଙ୍କ ହୃଦୟ ଜିତିବା ସହ ଏକ ସର୍ବକାଳୀନ ସଫଳ ଓଡ଼ିଆ ଫିଲ୍ମ ମଧ୍ୟରେ ସ୍ଥାନ ପାଇଛି ।
କ୍ୟାମେରା କ୍ୱିନ୍ ପ୍ରଡକ୍ସନ୍ ବ୍ୟାନରରେ ହିମାଦ୍ରି ତନୟା ଦାସଙ୍କ ଦ୍ୱାରା ନିର୍ମିତ ଓ ତପସ ସରଘରିଆଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଏହାର ଆକର୍ଷଣୀୟ କାହାଣୀ, ସୁନ୍ଦର ଭିଜୁଆଲ୍ ଓ ଚମତ୍କାର ସଙ୍ଗୀତ ସହିତ ଚଳଚ୍ଚିତ୍ର ଜଗତକୁ ତରଙ୍ଗାୟିତ କରିଛି । ଅଭିନେତା ଅନୁଭବ ମହାନ୍ତିଙ୍କ ଶକ୍ତିଶାଳୀ ଅଭିନୟ ସହ ଫିଲ୍ମର କାହାଣୀ ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଛି।
ବକ୍ସ ଅଫିସ୍ ସଫଳତା
ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, “ଚାରିଧାମ – ଏ ଜର୍ଣ୍ଣି ଉଇଥିନ୍” ଦ୍ୱିତୀୟ ସପ୍ତାହରେ ଭାରତରେ ୯.୫୯ କୋଟି ଟଙ୍କାରୁ ଅଧିକ ଆୟ କରିଛି । ଏଭଳି ସଫଳତା ପାଇବାରେ ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ଏହା ଏକ ସର୍ବକାଳୀନ ରେକର୍ଡ । ଏହି ସଫଳତାର ମୂଳ ହେଉଛି ଏହାର ସାର୍ବଜନୀନ ବିଷୟବସ୍ତୁ । ଭାରତର ପବିତ୍ର ଚାରି ଧାମକୁ ନେଇ ଜଣେ ତୀର୍ଥଯାତ୍ରୀଙ୍କ ଆଧ୍ୟାତ୍ମିକ ଓ ଭାବନାତ୍ମକ ଯାତ୍ରାକୁ ଏଥିରେ ପ୍ରତିଫଳିତ କରାଯାଇଛି । ଏହା ସାରା ଦେଶରେ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହୋଇଥିବାରୁ କାହାଣୀ ଅତି ସୁନ୍ଦର ହୋଇଥିବାରୁ ଆଗାମୀ ଦିନରେ ଅଧିକ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି ।
ଓଡ଼ିଆ ସିନେମାର ନୂଆ ବେଞ୍ଚମାର୍କ
“ଚାରିଧାମ – ଏ ଜର୍ଣ୍ଣି ଉଇଥିନ୍” କେବଳ ଏକ ଫିଲ୍ମ ନୁହେଁ, ଏହା ଏକ ଅନୁଭୂତି ଯାହା ଦର୍ଶକଙ୍କ ମନମୋହୁଛି । ଉଚ୍ଚମାନର ନିର୍ମାଣ, ଆଶ୍ଚର୍ଯ୍ୟ ହେଲା ଭଳି ସିନେମାଟୋଗ୍ରାଫି ଓ ସ୍ମରଣୀୟ ସଙ୍ଗୀତ ସହିତ ଏହି ଚଳଚ୍ଚିତ୍ର ଓଡ଼ିଆ ସିନେମା ପାଇଁ ଏକ ନୂଆ ବେଞ୍ଚମାର୍କ ତିଆରି କରିଛି। ଏହି ଚଳଚ୍ଚିତ୍ରର ସଫଳତା ପ୍ରମାଣ କରୁଛି ଯେ ଆଞ୍ଚଳିକ ସିନେମାର ଲୋକପ୍ରିୟତା ବଢୁଛି ଓ ଭଲ କାହାଣୀ ପାଇଁ ଦର୍ଶକଙ୍କର ଆଗ୍ରହ ରହିଛି ।
ସମାଲୋଚକ ଓ ଦର୍ଶକଙ୍କ ପ୍ରଶଂସା
ଫିଲ୍ମଟି ସମାଲୋଚକ ଓ ଦର୍ଶକମାନଙ୍କ ତରଫରୁ ବେଶ୍ ପ୍ରଶଂସା ହାସଲ କରିଛି। ଶକ୍ତିଶାଳୀ କାହାଣୀ, ଅଭିନୟ ଓ ବୈଷୟିକ ଉତ୍କର୍ଷତା ପାଇଁ ସବୁଠି ପ୍ରଶଂସିତ ହୋଇଛି। ପ୍ରମୁଖ ଅଭିନେତା ଓ ଅଭିନେତ୍ରୀଙ୍କ କେମେଷ୍ଟ୍ରୀ ଓ ସହ ଅଭିନେତା ଓ ଅଭିନେତ୍ରୀଙ୍କ ନିଖୁଣ ଅଭିନୟ ଫିଲ୍ମର ଗଭୀରତାକୁ ଆହୁରି ବଢ଼ାଇଦେଇଛି।
ଅନୁଭବ ମହାନ୍ତିଙ୍କ ମାଇଲଷ୍ଟୋନ୍
“ଚାରିଧାମ – ଏ ଜର୍ଣ୍ଣି ଉଇଥିନ୍” ଅନୁଭବ ମହାନ୍ତିଙ୍କ କ୍ୟାରିଅରର ଏକ ପ୍ରମୁଖ ମାଇଲଷ୍ଟୋନ୍। ଲିଡ୍ ଭୂମିକାରେ ତାଙ୍କର ଅଭିନୟ ସବୁଆଡେ ପ୍ରଶଂସିତ ହୋଇଛି । ତାଙ୍କ କ୍ୟାରିଅରରେ ଏହା ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡିଛି । ଏହି ଚଳଚ୍ଚିତ୍ର ଦର୍ଶକଙ୍କ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ ।
କଠିନ ପରିଶ୍ରମ ଓ ନିଷ୍ଠା ଯେ କୌଣସି ବାଧାବିଘ୍ନକୁ ଆତିକ୍ରମ କରିପାରେ । ପ୍ରବଳ ବର୍ଷା ହୋଇପାରେ, ନିନ୍ଦୁକମାନେ ସମାଲୋଚନା କରିପାରନ୍ତି, ବାଧାବିଘ୍ନ ଆସିପାରେ, କିନ୍ତୁ ଚାମ୍ପିଅନ୍ ସବୁବେଳେ ତା ଉପରକୁ ଉଠି ଚମକେ । ବକ୍ସ ଫିସରେ ରେକର୍ଡ ଭାଙ୍ଗେ । ଏହି ଚଳଚ୍ଚିତ୍ର ତାହା ହିଁ ପ୍ରମାଣିତ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/10/charidham-2025-10-10-20-05-11.jpg)