1
ନୂଆଦିଲ୍ଲୀ: ବଲିଉଡ୍ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତଙ୍କୁ ‘ଡ୍ୟାନ୍ସ ଦିୱାନେ-୩’ର ଗତ କିଛି ଏପିସୋଡରେ ଦେଖିବାକୁ ମିଳୁ ନାହିଁ, କିନ୍ତୁ ଶୋ’ର ପ୍ରତିଯୋଗୀମାନେ ଦର୍ଶକଙ୍କୁ ସେମାନଙ୍କର ଚମତ୍କାର ପ୍ରଦର୍ଶନ ଦ୍ୱାରା ଆକର୍ଷିତ କରି ରଖିଛନ୍ତି। ଏହି ଶୋ’ରେ ବଲିଉଡର ଡ୍ୟାନ୍ସିଂ କୁଇନ ନୋରା ଫତେହିଙ୍କର ସମର୍ଥନ ମିଳି ଯାଇଛି। ଶୋ’ରେ ନୋରାଙ୍କ ଉପସ୍ଥିତି ଦର୍ଶକଙ୍କୁ ମାଧୁରୀଙ୍କ ଅନୁପସ୍ଥିତିକୁ ଭୁଲାଇଦେଇଛି। ସମ୍ପ୍ରତି, ନୋରା ‘ଡ୍ୟାନ୍ସ ଦିୱାନେ’ର ପ୍ରତିଯୋଗୀ ସୂଚନାଙ୍କ ସହିତ ଜବରଦସ୍ତ ନାଚୁଥିବା ନଜର ଆସିଛି। ପ୍ରସିଦ୍ଧ ଗୀତ ‘ହାଏ ଗର୍ମି’ରେ ଦମଦାର ପ୍ରଦର୍ଶନ କରି ନୋରା ସମସ୍ତଙ୍କ ହୃଦୟ ଜିତିଥିଲେ।
/odishatv-khabar/media/post_attachments/wp-content/uploads/2021/05/Untitled-1-46.jpg)
ଦେଶରେ କରୋନା ଭାଇରସ୍ ସଂକଟ ଉଦବେଦଜନକ ଥିବାବେଳେ କରଲର୍ସ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ ‘ଡ୍ୟାନ୍ସ ଦିୱାନେ’ ଉପରେ ମଧ୍ୟ କରୋନା ସଙ୍କଟର ପ୍ରଭାବ ପଡିଛି। ନିକଟରେ ଶୋ’ର ପ୍ରତିଯୋଗୀ ସୂଚନା ଚୋରଗେ କରୋନାକୁ ଖାତିର ନ କରି ଶୋ’ରେ ଉପସ୍ଥିତ ରହିଥିଲେ। ସୂଚନା, ମା’ ଉପରେ ଆଧାରିତ ଶୋ’ର ସ୍ଵତନ୍ତ୍ର ଏପିସୋଡରେ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କ ପ୍ରଦର୍ଶନରେ ନୋରା ବହୁତ ପ୍ରଭାବିତ ହୋଇଥିଲେ। ଏନେଇ ଅଭିନେତ୍ରୀ ସୂଚନାଙ୍କୁ ବହୁତ ପ୍ରଶଂସା କରିଥିଲେ ଏବଂ ନିଜେ ତାଙ୍କ ସହିତ ନାଚିଥିଲେ। ସୂଚନା ଓ ନୋରାଙ୍କ ଏକକାଳୀନ ଡ୍ୟାନ୍ସ୍ ଦେଖି ଜଜ ସିଟରେ ଥିବା ଧର୍ମେଶ ଓ ତୁଷାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଶୋ’ର ମଞ୍ଚରେ ଏକ ରୋଚକ ମୋଡ଼ ଆସିଥିଲା, ଯେତେବେଳେ ନୋରା ନାଚିବା ପାଇଁ ଗୀତ ‘ହାଏ ଗର୍ମି’କୁ ବାଛିଥିଲେ ଏବଂ ସୂଚନାଙ୍କ ସହିତ ସେ ଚମତ୍କାର ଭାବେ ଉପସ୍ଥାପନ କରିଥିଲେ। ନୋରାଙ୍କ ଚମତ୍କାର ପ୍ରଦର୍ଶନ ଦେଖି ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ମଞ୍ଚ ଉପରକୁ ଯାଇ ନୋରାଙ୍କୁ ବ୍ରୋ… ବ୍ରୋ… ବ୍ରୋ… କହି ପ୍ରଶଂସା କରିଥିଲେ। ଏହି ଏପିସୋଡର ପ୍ରୋମୋ ଭିଡିଓ ସୋସିଆଲ ମିଡିଆରେ ଖିବ ଭାଇରାଲ ହୋଇଥିଲା।
ଯଦି ନୋରାଙ୍କ ସିନେମା ଦୁନିଆ କଥା ଆଲିଚନା କରାଯାଏ ତେବେ ସେ ଖୁବ୍ ଶୀଘ୍ର ଅଜୟ ଦେବଗନ୍ ଓ ସୋନାକ୍ଷୀ ସିହ୍ନାଙ୍କ ସହ ଫିଲ୍ମ ‘ଭୁଜ୍ : ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ନଜର ଆସିବେ। ମାଧୁରୀ ଦୀକ୍ଷିତ ଶୋ’କୁ ଫେରିବା ପର୍ଯ୍ୟନ୍ତ ନୋରା ଶୋ’ର ଏକ ଅଂଶ ହୋଇ ରହିବେ। ତେବେ ମହାରାଷ୍ଟ୍ରରେ ଶୁଟିଂ ଉପରେ ନିଷେଧାଦେଶ ଲାଗିବା ପରେ ‘ଡ୍ୟାନ୍ସ ଦିୱାନା’ ନିର୍ମାତାମାନେ ବେଙ୍ଗାଲୁରୁରେ ପରବର୍ତ୍ତୀ କିଛି ଏପିସୋଡର ସୁଟିଂ କରୁଛନ୍ତି। ସେଥିପାଇଁ ବାଙ୍ଗାଲୋରରେ ଆୟୋଜିତ ହେବାକୁ ଥିବା ‘ଡ୍ୟାନ୍ସ ଦିୱାନା’ ପାଇଁ ସୁଟିଂରୁ ମାଧୁରୀ ଦୀକ୍ଷିତ ଏକ ବିରତି ନେଇଛନ୍ତି। ପରିସ୍ଥିତି ସୁଧାରିବା ପରେ ସୁଟିଂ ମୁମ୍ବାଇକୁ ଯିବାବେଳେ ମାଧୁରୀ ଏହି ଶୋ’ରେ ଯୋଗଦେବେ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/1-44_1620630525.jpg)