Advertisment

ସୋସିଆଲ ମିଡିଆରେ ନିଆଁ ଲଗେଇଲେ ନିକ୍କି

ମୁମ୍ବାଇ: ରିଆଲିଟି ଶୋ ‘ବିଗ୍ ବସ୍ ୧୪’ ଯୋଗୁଁ ନିକ୍କି ତମ୍ବୋଲି ପ୍ରସିଦ୍ଧ ହୋଇ ଯାଇଛନ୍ତି। ତାଙ୍କର ଏହି ପ୍ରସିଦ୍ଧି ତାଙ୍କ ପାଇଁ ସୁଯୋଗ ତିଆରି କରିଛି। ଏହି ଶୋ ପରେ ନିକ୍କି କିଛି ମ୍ୟୁଜିକ୍ ଭିଡିଓ ବ୍ୟତୀତ, ବର୍ତ୍ତମାନ ପୁଣି…

ସୋସିଆଲ ମିଡିଆରେ ନିଆଁ ଲଗେଇଲେ ନିକ୍କି
Advertisment

ମୁମ୍ବାଇ: ରିଆଲିଟି ଶୋ ‘ବିଗ୍ ବସ୍ ୧୪’ ଯୋଗୁଁ ନିକ୍କି ତମ୍ବୋଲି ପ୍ରସିଦ୍ଧ ହୋଇ ଯାଇଛନ୍ତି। ତାଙ୍କର ଏହି ପ୍ରସିଦ୍ଧି ତାଙ୍କ ପାଇଁ ସୁଯୋଗ ତିଆରି କରିଛି। ଏହି ଶୋ ପରେ ନିକ୍କି କିଛି ମ୍ୟୁଜିକ୍ ଭିଡିଓ ବ୍ୟତୀତ, ବର୍ତ୍ତମାନ ପୁଣି ଥରେ ରିଆଲିଟି ସୋ ‘ଖତରୋ କେ ଖିଲାଡି ୧୧’ରେ ଭାଗ ନେବାକୁ ଯାଉଛନ୍ତି। ଏହି ଶୋ’ର ସୁଟିଂ ପାଇଁ ନିକ୍କି ଦକ୍ଷିଣ ଆଫ୍ରିକାର କେପଟାଉନରେ ପହଞ୍ଚିଛନ୍ତି। ଏହି ଅବସରରେ ନିକ୍କି କେପଟାଉନର ଗ୍ଲାମରସ୍ ଫଟୋ ସେୟାର କରି ସୋସିଆଲ ମିଡିଆରେ ତାତି ବଢେଇଥିବା ଦେଖିବାକୁ ମିଳିଛି।

Advertisment

ଦକ୍ଷିଣ ଆଫ୍ରିକାର କେପଟାଉନରେ ‘ଖତରୋ କେ ଖିଲାଡି’ ଶୋ’ର ଏକାଦଶ ସିଜନ ପାଇଁ ସୁଟିଂ ଚାଲିଛି। ଏଥର ଶ୍ୱେତା ତିୱାରୀ, ଦିବ୍ୟଙ୍କା ତ୍ରିପାଠୀ, ଆସ୍ତା ଗିଲ, ବିଶାଲ ସିଂ, ନିକ୍କି ତମ୍ବୋଲି ଭଳି ଟିଭି ତାରକାମାନେ ଏହି ପ୍ରସିଦ୍ଧ ଟିଭି ଶୋରେ ଭାଗ ନେଉଛନ୍ତି। ସେଠାରୁ ଅନ୍ୟ ପ୍ରତିଯୋଗୀଙ୍କ ପରି ନିକ୍କି ମଧ୍ୟ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ନିକ୍କି ତମ୍ବୋଲି ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ନିଜ ବିଷୟରେ ଅପଡେଟ୍ କରିଚାଲିଛନ୍ତି।

publive-image
Source : Times of India

ବର୍ତ୍ତମାନ ନିକ୍କି କେପଟାଉନର ସମୁଦ୍ର କୂଳରେ ପୋଜ୍ ଦେଇ ଫଟୋ ଉଠେଇଛନ୍ତି। ଏହି ଫଟୋଗୁଡ଼ିକରେ ସେ ବ୍ଲୁ ରଙ୍ଗର ମୋନୋକିନି(ଏକ ପ୍ରକାର ଚିପା ହଟ୍ ପୋଷାକ) ପିନ୍ଧି ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି। ଏହି ହଟ୍ ପୋଷାକରେ ନିକ୍କିଙ୍କ ପରଫେକ୍ଟ ଫିଗର୍ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ନିକ୍କି ସୋସିଆଲ ମିଡିଆରେ ତାଙ୍କର ଏଭଳି ଦୁଇଟି ଫଟୋ ସେୟାର କରିବା ପରେ କ୍ୟାପସନରେ ‘ହାଇ ଟାଇଡ୍ ଏବଂ ଗୁଡ୍ ୱେଭ୍ସ’ ଲେଖିଥିଲେ।

Advertisment

ଏହି ଫଟୋ ଦ୍ଵାରା ନିକ୍କି ତାଙ୍କ ପ୍ରଶଂସକଙ୍କୁ ପାଗଳ କରିଦେଇଛନ୍ତି। ଯେ କେହିବି ତାଙ୍କର ଏହି ଫଟୋ ଦେଖିବ ସେ କିଛି ସମୟ ନ ଚାହିଁ ରହିପାରିବ ନାହିଁ। ତେଣୁ ଯେଉଁମାନେ ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ ଓ ପୋଷ୍ଟ ଦେଖିଛନ୍ତି ସେମାନେ ଅତ୍ୟଧିକ ପସନ୍ଦ କରିବା ସହିତ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ‘ବିଗ୍ ବସ୍’ରେ ତାଙ୍କ ପ୍ରତିଯୋଗୀ ଥିବା ରାହୁଲ ମହାଜନ ମଧ୍ୟ ଏଥିରୁ ମୁକ୍ତି ପାଇ ନାହାନ୍ତି। ସେ ମନ୍ତବ୍ୟ ଦେଇ ‘ନୋ ହିଲ୍ସ’ ବୋଲି ଲେଖିଛନ୍ତି।

publive-image
Source : News 18 hindi

ଷ୍ଟଣ୍ଟ ଆଧାରିତ ରିଆଲିଟି ସୋ ‘ଖତରୋ କେ ଖିଲାଡି ୧୧’କୁ ରୋହିତ ଶେଟ୍ଟୀ ହୋଷ୍ଟ କରୁଛନ୍ତି। ‘ବିଗ୍ ବସ୍ ୧୪’ରେ ଅଭିନେତ୍ରୀ ନିକ୍କି ତମ୍ବୋଲି ତାଙ୍କ ଅଭିନୟ ସହିତ ପ୍ରଶଂସକଙ୍କ ହୃଦୟ ଜିତିଥିଲେ।

Advertisment

ପ୍ରକାଶ ଥାଉଯେ ମେ ମାସ ଆରମ୍ଭରେ କରୋନା ସଂକ୍ରମଣ ହେତୁ ନିକ୍କି ତାଙ୍କ ଭାଇ ଜତିନଙ୍କୁ ହରାଇଥିଲେ। ତାଙ୍କ ଭାଇ ଜତିନଙ୍କ ମୃତ୍ୟୁର ୩ ଦିନ ପରେ ରିୟଲିଟି ଶୋ’ ‘ ଖତରୋ କେ ଖିଲାଡି ୧୧’ ର ସୁଟିଂ ପାଇଁ ନିକ୍କିଙ୍କୁ କେପଟାଉନ୍ ଯିବାକୁ ପଡିଲା। ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ