neha
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ବିବାହକୁ ନେଉ ଗତ କିଛି ଦିନ ହେବ ବେଶ୍ ଚର୍ଚ୍ଚା ହଉଛି। ରାଇଜିଙ୍ଗ ଷ୍ଟାର୍ ଫେମ୍ ରୋହନପ୍ରୀତ୍ ସିଂହଙ୍କ ସହ ସେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଏନେଇ ନିଜେ ନେହା ତାଙ୍କ ଇନ୍ଷ୍ଟାଗ୍ରାମ ମାଧ୍ୟମରେ ସୂଚନା ଦେଇଥିଲେ। ତେବେ ନେହା ଏବଂ ରୋହନଙ୍କର ବିବାହ ତାରିଖ ଧାର୍ଯ୍ୟ ହୋଇନଥିବା ବେଳେ ଏବେ ରୋହନ ନେହାଙ୍କୁ ପ୍ରଥମ ଥର ତାଙ୍କ ପିରବାରକୁ ଭେଟ କରାଇବାର ଭିଡିଓ ଭାଇରାଲ୍ ହଉଛି।
ଭିଡିଓରେ ଯାହା ଦେଖିବାକୁ ମିଳିଛି, ନେହା ଏବଂ ରୋହଙ୍କ ତାଙ୍କ ପରିବାର ସହ ଅଛନ୍ତି। ଏହି ଲଭ୍ ବାର୍ଡ ଦୁହେଁ ପାଖାପାଖି ବସିଥିବା ବେଳେ ନେହା ରୋହନଙ୍କ ହାତକୁ ଧରିଛନ୍ତି। ଦୁହେଁ ପରସ୍ପର ସହ କଥା ହେଉଥିବାର ଏବଂ ଖୁସି ଥିବାର ଦେଖିବାକୁ ମିଳିଛି।
ଏହି ଭିଡିଓକୁ ନେହା ତାଙ୍କ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଭିଡିଓ ଶେଆର କରି କ୍ୟାପସନ୍ରେ ନେହା ଲେଖିଛନ୍ତି, ଯତେବେଳେ ସେ ମତେ ପ୍ରଥମ ଥର ତାଙ୍କ ପିରବାର ଲୋକଙ୍କ ସହ ଭେଟ କରାଇଥିଲେ। ମୁଁ ତୁମକୁ ବହୁତ ଭଲପାଏ ରୋହନ୍।
ନେହାଙ୍କର ଏହି ଭିଡିଓରେ ରୋହନ୍ କମେଣ୍ଟ କରି ଲେଖିଛନ୍ତି। ତମେ ବିଶ୍ୱାସ କରିପାରିବନି ସେ ଦିନ ମୋ ପାଇଁ କଣ ଥିଲା। ମୁଁ ମୋ ପୁରା ଦୁନିଆକୁ ମୋ ହାତ ମୁଠାରେ ପାଇଥିଲି।
https://www.instagram.com/p/CGhjORhDgDI/?utm_source=ig_web_copy_link
ତେବେ ନେହାଙ୍କର ଏହି ଭିଡିଓରେ ତାଙ୍କ ପ୍ରଶଂସକମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ନେହା ଏବଂ ରୋହନ ଏକାଠି ଖୁବ୍ ସୁନ୍ଦର ଲାଗନ୍ତି। ଦୁହେଁ ଏମିତି ସବୁବେଳେ ଖୁସିରେ ରୁହନ୍ତି ବୋଲି ତାଙ୍କ ପ୍ରଶଂସକମାନେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/neha-1_1625208514.jpg)