Advertisment

ଗିରଫ ହେଲେ ‘ନାଗିନ୍‌ ୩’ ଫେମ୍‌ ଆକ୍ଟର ପର୍ଲ ଭି ପୁରୀ

ମୁମ୍ବାଇ: ଟେଲିଭିଜନ ଅଭିନେତା ତଥା ଟିଭି ସିରିଜ୍ ‘ନାଗିନ୍‌ ୩’ର ଫେମ୍‌ ପର୍ଲ ଭି ପୁରୀଙ୍କୁ ମୁମ୍ବାଇ ୱାଲିଭ୍‌ ପୋଲିସ୍‌ ଗିରଫ କରିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଶୁକ୍ରବାର ଦିନ ପୋଲିସ୍‌ ତାଙ୍କୁ ଗିରଫ କରିଛି। ଏହି ମାମଲାରେ…

ଗିରଫ ହେଲେ ‘ନାଗିନ୍‌ ୩’ ଫେମ୍‌ ଆକ୍ଟର ପର୍ଲ ଭି ପୁରୀ

Pearl V Puri

Advertisment

ମୁମ୍ବାଇ: ଟେଲିଭିଜନ ଅଭିନେତା ତଥା ଟିଭି ସିରିଜ୍ ‘ନାଗିନ୍‌ ୩’ର ଫେମ୍‌ ପର୍ଲ ଭି ପୁରୀଙ୍କୁ ମୁମ୍ବାଇ ୱାଲିଭ୍‌ ପୋଲିସ୍‌ ଗିରଫ କରିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଶୁକ୍ରବାର ଦିନ ପୋଲିସ୍‌ ତାଙ୍କୁ ଗିରଫ କରିଛି। ଏହି ମାମଲାରେ ପୋଲିସ୍‌ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି।

Advertisment

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ପ୍ରଥମେ କାର୍‌ରେ ଦୁଷ୍କର୍ମ କରାଯାଇଥିଲା ଓ ପରେ ତାଙ୍କ ସହ ବାରମ୍ବାର ଏହି ଘଟଣା ଦୋହରା ଯାଇଥିଲା। ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ Protection of Children from Sexual Offences (POCSO) ଆକ୍ଟ ଆଧାରରେ ପର୍ଲଙ୍କୁ ଗିରଫ କରାଯାଇଛି। ପୋଲିସ୍‌ ପର୍ଲଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି।  ଏହା ଏକ ପୁରୁଣା କେସ୍‌ ବୋଲି ପୋଲିସ୍‌ କହିଛି। ଟିଭି ସିରିୟଲ୍‌ରେ ଅଭିନୟ କରିବାର ଲୋଭ ଦେଖାଇ ପର୍ଲ ଦୁଷ୍କର୍ମ କରିଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି।

ଟେଲିଭିଜନ୍‌ ସିରିୟଲରେ ପର୍ଲ ୯ରୁ ଅଧିକ ବର୍ଷ ହେବ ଅଭିନୟ କରିଛନ୍ତି। ରିଲେସନ୍‌ଶିପ୍‌କୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି। କିଛିଦିନ ଧରି ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ସହ ତାଙ୍କର ରିଲେସନ୍‌ଶିପ୍‌କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। କିଛି ବର୍ଷ ହେବ ଉଭୟ ଏକାଠି ଥିଲେ ଓ ପରେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇ ଯାଇଥିଲା। ହେଲେ ଏବେବି ଉଭୟଙ୍କ ମଧ୍ୟରେ ବନ୍ଧୁତା ରହିଛି।

Advertisment

ପର୍ଲ ‘ନାଗିନ୍ ୩’ ବ୍ୟତୀତ ଅନେକ ଟିଭି ସିରିୟଲରେ ଅଭିନୟ କରିଛନ୍ତି। ସେ ‘Dil Ki Nazar Se Khoobsurat’, ‘Phir Bhi Na Maane Badtameez Dil’, ‘Meri Saasu Maa’, ‘Bepanah Pyaarr’, ‘Brahmarakshas 2’ରେ ଅଭିନୟ କରିଛନ୍ତି। ଏହାସହ ସେ ବିଗ୍‌ବସ୍‌ ୧୨ ଓ ୧୩ରେ ଗେଷ୍ଟ ଭାବେ ମଧ୍ୟ ନଜର ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ