Advertisment

Mahesh Bhatt Fed Human Flesh: ମହେଶ ଭଟ୍ଟଙ୍କ ଖୁଲାସା, ତାନ୍ତ୍ରିକ କଥାରେ ନିବେଶକଙ୍କୁ ଖୁଆଇଥିଲେ ମଣିଷ ମାଂସ...ସୋସିଆଲ ମିଡିଆରେ ବୋବାଲ

ଏହା ପ୍ରଥମ ଥର ନୁହେଁ ଯେ ମହେଶ ଭଟ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୧୯୮୦ ଦଶକକୁ ମନେ ପକାନ୍ତୁ। ‘ଅର୍ଥ’ ନିର୍ମାଣ ସମୟରେ ସେ ନିଜର ବ୍ୟକ୍ତିଗତ ଜୀବନ ଓ ବିବାଦୀୟ ସମ୍ପର୍କଗୁଡ଼ିକୁ ଚଳଚ୍ଚିତ୍ରର କାହାଣୀରେ ଉତାରି ଦେଇଥିଲେ।

mahesh bhatt

mahesh bhatt Photograph: (OTV)

Advertisment

ବଲିଉଡର ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ମହେଶ ଭଟ୍ଟ । ସବୁବେଳେ ବିନ୍ଦାସ ଓ ଖୋଲା ମନ୍ତବ୍ୟ ଦେବା ପାଇଁ ଜଣାଶୁଣା । ତାଙ୍କର ଚଳଚ୍ଚିତ୍ର ‘ଅର୍ଥ’ ଓ ‘ଜଖମ’ ସମ୍ପର୍କ ଓ ସଂବେଦନଶୀଳତାର ଏଭଳି ଦିଗକୁ ଦେଖାଇଛି ଯାହା ବାସ୍ତବ ଜୀବନର କାହାଣୀର ଚଳଚ୍ଚିତ୍ରଠାରୁ ମଧ୍ୟ ଅଧିକ ନାଟକୀୟ। ନିକଟରେ ସେ ତାଙ୍କ ଝିଅ ପୂଜା ଭଟ୍ଟଙ୍କ ପୋଡକାଷ୍ଟରେ ଯାହା କହିଥିଲେ, ତାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି ।

Advertisment

ସେ କହିଥିଲେ ଯେ ସଂଘର୍ଷର ଦିନଗୁଡ଼ିକରେ ସେ ଜଣେ ତାନ୍ତ୍ରିକଙ୍କ କଥାରେ ଏକ ନିବେଶକଙ୍କୁ ମଣିଷ ମାଂସ ଖାଇବାକୁ ଦେଇଥିଲେ। ଏହା ଶୁଣି ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି ହୋଇଛି । ଲୋକମାନେ ପଚାରିଛନ୍ତି—“ଏହା କୌଣସି ଚଳଚ୍ଚିତ୍ରର ସ୍କ୍ରିପ୍ଟ ନା ସତ୍ୟ?” 

ଏହା ପ୍ରଥମ ଥର ନୁହେଁ ଯେ ମହେଶ ଭଟ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୧୯୮୦ ଦଶକକୁ ମନେ ପକାନ୍ତୁ। ‘ଅର୍ଥ’ ନିର୍ମାଣ ସମୟରେ ସେ ନିଜର ବ୍ୟକ୍ତିଗତ ଜୀବନ ଓ ବିବାଦୀୟ ସମ୍ପର୍କଗୁଡ଼ିକୁ ଚଳଚ୍ଚିତ୍ରର କାହାଣୀରେ ଉତାରି ଦେଇଥିଲେ। ଚଳଚ୍ଚିତ୍ର ରିଲିଜ ହେବା ପରେ ଲୋକମାନେ ତାଙ୍କର ନିର୍ଭୀକତା ଦେଖି ଅବାକ ହୋଇଯାଇଥିଲେ। 

Advertisment

୧୯୯୩ରେ ପରବୀନ ବାବୀଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ‘ଫିର ତେରୀ କହାନୀ ୟାଦ ଆୟି’ ନିର୍ମାଣ କରିଥିଲେ । ୧୯୯୮ରେ ମହେଶ ଭଟ୍ଟ ‘ଜଖମ’ ନିର୍ମାଣ କରିଥିଲେ। ମୁସଲମାନ ମା’ ଓ ହିନ୍ଦୁ ବାପାଙ୍କ ସମ୍ପର୍କକୁ ଖୋଲିଖୋଲା କାହାଣୀରେ ଦେଖାଇଥିଲେ । ଏକ ଛୋଟ ପିଲାଠାରୁ ଯୁବ ନିର୍ମାତା-ନିର୍ଦ୍ଦେଶକ ହେବାର କାହାଣୀ ଲୋକଙ୍କ ମନ ଓ ମସ୍ତିଷ୍କରେ ଛାଇ ଯାଇଥିଲା। 

ଚଳଚ୍ଚିତ୍ର ନିର୍ମାଣରେ ଆସୁଥିବା ଅସୁବିଧାଗୁଡ଼ିକ ନେଇ ମଧ୍ୟ ସେ ବଡ଼ ଖୁଲାସା କରିଥିଲେ। କହିଥିଲେ ଯେ ତାଙ୍କର ଆରମ୍ଭର ଦିନଗୁଡ଼ିକରେ ଚଳଚ୍ଚିତ୍ର ପାଇଁ ଋଣ ନେବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ କହିଥିଲେ ଯେ ନିବେଶକମାନଙ୍କ ସହ ବହୁତ ଲଢ଼େଇ କରିବାକୁ ପଡ଼ିଥିଲା। ସେ ମୁକ୍ତ ଭାବେ କହିଥିଲେ ଯେ ଇଣ୍ଡଷ୍ଟ୍ରିରେ  ରହିବା ପାଇଁ ‘କେତେବେଳେ ରଣନୀତି, କେତେବେଳେ ସାହସ’ ଦେଖାଇବାକୁ ପଡ଼େ।

Advertisment

ମହେଶ ଭଟ୍ଟ ନିଜର ସମ୍ପର୍କ, ବିବାହ ବିଚ୍ଛେଦ ଓ ପ୍ରେମ ଜୀବନ ବିଷୟରେ ମଧ୍ୟ ଅନେକ ଖୁଲାସା ସାର୍ବଜନୀନ ଭାବେ କରିଛନ୍ତି। ଝିଅ ପୂଜା ଭଟ୍ଟଙ୍କୁ ନେଇ ଦିଆଯାଇଥିବା ବୟାନ ସେହି ସମୟରେ ତହଲକା ସୃଷ୍ଟି କରିଥିଲା। ଏକ ଫିଲ୍ମ ମାଗାଜିନର କଭର ପେଜରେ ବାପା-ଝିଅଙ୍କର ଛପିଥିବା ଫଟୋ ଲୋକଙ୍କୁ ଅତ୍ୟନ୍ତ ଆପତ୍ତିଜନକ ଲାଗିଥିଲା। କିନ୍ତୁ ମହେଶ ଭଟ୍ଟ ଏହା ଉପରେ କେବେ କୌଣସି ସ୍ପଷ୍ଟୀକରଣ ଦେଇ ନଥିଲେ। ତାଙ୍କର ଖୁଲାସା ଶୁଣି ଲୋକମାନେ କହନ୍ତି—“ମହେଶ ଭଟ୍ଟ ନିଜର ଚଳଚ୍ଚିତ୍ର ପରି ବାସ୍ତବ ଜୀବନରେ ମଧ୍ୟ ଡ୍ରାମା ପସନ୍ଦ କରନ୍ତି।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ