1
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଧକ୍ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ତାତି ଆଜି ବି ଜୀବିତ ଅଛି। ମାଧୁରୀ ଆଜିକାଲି ‘ଡ୍ୟାନ୍ସ ଦିୱାନେ-୩’ ଡ୍ୟାନ୍ସ ଶୋ’ର ଜଜ୍ ଭାବେ କାମ କରୁଛନ୍ତି। ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଅଭିନେତ୍ରୀଙ୍କ ଗୋଟିଏ ଲାଇକ୍ ପାଇବାକୁ ଆଗ୍ରହୀ ରିଆଲିଟି ଶୋ’କୁ ଅତି ଉତ୍ସାହର ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ନିଜର କଥାବାର୍ତ୍ତା ସହିତ, ମାଧୁରୀ ନାଚକରି ଏହି ଶୋ’ ପାଇଁ ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛନ୍ତି। ଏନେଇ ସମସ୍ତେ ତାଙ୍କ ଦିୱାନା ହୋଇଯାଇଛନ୍ତି। କିନ୍ତୁ ଦୁଃଖର କଥା ଯେ ଧକ୍ଧକ୍ ଗାର୍ଲ ମାଧୁରୀଙ୍କ ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଖବର ଅଛି। କଥା କଣ କି ଏବେ କିଛି ଦିନ ଧରି ମାଧୁରୀ ଏହି ଶୋ’ର ବିଚାରପତି ଆସନରେ ଅନୁପସ୍ଥିତ ରହିବେ।
/odishatv-khabar/media/post_attachments/wp-content/uploads/2021/04/2-28.jpg)
ଆଜିକାଲି ଡ୍ୟାନ୍ସ ରିଆଲିଟି ଶୋ 'ଡ୍ୟାନ୍ସ ଡିୱାନ-୩' ବହୁତ ଚର୍ଚ୍ଚାରେ ରହିଛି। ଆପଣମାନଙ୍କୁ କହି ରଖୁ ଯେ ପ୍ରଥମ ଶୋ’ର ୧୮ ଜଣ ଲୋକ ଏକତ୍ର ଯେତେବେଳେ କରୋନା ସଂକ୍ରମଣର ଶିକାର ହେଲେ ସେତେବେଳେ ସେଟ୍ରେ ହାହାକାର ଖେଳିଗଲା। ଏହା ପରେ ଶୋ’ର ଜଜ୍ ଧର୍ମେଶ ୟେଲାଣ୍ଡେ କରୋନାରେ ଆକ୍ରାନ୍ତ ହେଲେ। ସମ୍ପ୍ରତି, ଶୋ’ର ଆଙ୍କର ରାଘବ ଜୁୟାଲ୍ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ହୋଇଥିଲେ। ଏବେ ଖବର ଆସୁଛି ଯେ ଶୋ’ର ଜଜ୍ ମାଧୁରୀ ଦୀକ୍ଷିତଙ୍କୁ ମଧ୍ୟ ଆଗାମୀ ୪ଟି ଏପିସୋଡରେ ଦେଖିବାକୁ ମିଳିବ ନାହିଁ। ତେବେ ମାଧୁରୀ ସୋ ଛାଡୁ ନାହାଁନ୍ତି କିମ୍ବା ତାଙ୍କୁ ବଦଳା ଯାଉନାହିଁ। ସେ କେବଳ କିଛି ଏପିସୋଡରେ ଦେଖାଯିବେ ନାହିଁ କାରଣ ଆଗାମୀ ଏପିସୋଡଗୁଡିକର ସୁଟ୍ ବେଙ୍ଗାଲୁରୁରେ କରାଯିବ।
/odishatv-khabar/media/post_attachments/wp-content/uploads/2021/04/Untitled-1-50.jpg)
କଥା କଣ କି, ମୁମ୍ବାଇରେ ଲକ୍ଡାଉନ୍ ଓ କର୍ଫ୍ୟୁ ମଧ୍ୟରେ ଥିବା 'ଡ୍ୟାନ୍ସ ଡିୱାନେ'ର କିଛି ଏପିସୋଡ୍ ବେଙ୍ଗାଲୁରୁରେ ସୁଟିଂ କରାଯିବ। ମାଧୁରୀ ଦୀକ୍ଷିତ ବେଙ୍ଗାଲୁରୁ ଯିବାକୁ ମନା କରିଦେଇଛନ୍ତି, ତେଣୁ ମାଧୁରୀ ଆଗାମୀ ୪ଟି ଏପିସୋଡରେ ରହିବେ ନାହିଁ। କିନ୍ତୁ ତାଙ୍କ ସ୍ଥାନରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ପ୍ରବେଶ ହେବ ଏବଂ ନୋରା ଫତେହି ଶୋ’ରେ ଜଜ୍ ଭୂମିକାରେ ଅବତୀର୍ଣ୍ଣ ହେବେ। ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ମାଧୁରୀଙ୍କୁ ବଦଳାଯାଉ ନାହିଁ, ମାତ୍ର ୪ ଟି ଏପିସୋଡ୍ ପାଇଁ ସେ ଶୋ’ରେ ରହିବେ ନାହିଁ।
/odishatv-khabar/media/post_attachments/wp-content/uploads/2021/04/3-25.jpg)
ପ୍ରକାଶ ଥାଉକି, ମାଧୁରୀ ଦୀକ୍ଷିତ ଦ୍ୱିତୀୟ କରୋନା ଟିକା ନେଇଛନ୍ତି। ଶୁଣାଯାଉଛି ଯେ ଏହି କାରଣରୁ ସେ ମୁମ୍ବାଇ ବାହାରକୁ ଯିବାକୁ ଏଡ଼ାଉଛନ୍ତି। ମାଧୁରୀ ଟିକା ଫଟୋ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/1-37_1626259084.jpg)