Maanvi.4
ନୂଆଦିଲ୍ଲୀ: ବର୍ତ୍ତମାନ ମାନଭି ଗଗ୍ରୁ ତାଙ୍କ କେରିଅରକୁ ନେଇ ବେଶ ଖୁସି ଥିବା କହିଛନ୍ତି। କିଛି ଦିନ ଧରି ମାନଭି ଅନଲାଇନ ପ୍ରୋଜେକ୍ଟରେ ବିଜି ଥିବା ବେଳେ ଶେଷରେ ସେ ତାଙ୍କ ଶରୀରକୁ ନେଇ ଆତ୍ମସନ୍ତୋଷ ଥିବା କହିଛନ୍ତି। ଏକ ସାକ୍ଷାତକାରରେ ମାନଭି କହିଛନ୍ତି ଯେ ସେ ତାଙ୍କ ଶରୀରକୁ ନେଇ ବେଶ ଖୁସି ଥିବାବେଳେ ଯେତେବେଳେ ସିନେମା ଦୁନିଆକୁ ପ୍ରବେଶ କଲେ ତାଙ୍କୁ କିଛି ଲୋକ ଶରୀରରେ ପରିବର୍ତ୍ତନ ଆଣିବାକୁ କହିଥିଲେ। ସିନେମା ଦୁନିଆକୁ ପ୍ରବେଶ ପୂର୍ବରୁ ତାଙ୍କୁ ପ୍ରଥମେ ମୋଟାପଣ କମ କରିବାକୁ ହେବ ବୋଲି ସେମାନେ କହିଥିଲେ। ଏହି କଥା ତାଙ୍କୁ ଆଚମ୍ବିତ କରିଥିଲା। ସେ ନିଜେ କିନ୍ତୁ ମୋଟା କିମ୍ବା ଅନାକର୍ଷଣ ଦିଶୁଥିବା ସ୍ୱୀକାର କରନ୍ତି ନାହିଁ।
ମାନଭି ନିଜେ ମଧ୍ୟ କୁହନ୍ତି ଯେ ସେ ହୁଏତ ସେତିକି ପତଳା ନୁହେଁ ସିନେମାରେ ମୁଖ୍ୟ ଚରିତ୍ରରେ ଆସିବା ପାଇଁ କିନ୍ତୁ ସେ ସେମିତି ମୋଟା ବି ନୁହନ୍ତି ଅନ୍ୟ ଭୂମିକାରେ ଅଭିନୟ କରିବା ନେଇ। ଏହି କଥା ତାଙ୍କୁ ଅନେକ ସମୟରେ ଦ୍ୱନ୍ଦ୍ୱରେ ପକାଏ ଯେ ପ୍ରକୃତରେ ଅଭିନୟ ପାଇଁ ଶରୀରର ଓଜନକୁ ଦେଖାଯାଏ ନା ପ୍ରତିଭା!
ତେବେ ସେ ଯାହା ହେଉନା କାହିଁକି ମାନଭି ତାଙ୍କ ଶରୀରକୁ ନେଇ ବେଶ ସୁଖଦ ଅନୁଭବ କରୁଥିବା କହିବା ସହ ସେ ପରିଧାନ କରୁଥିବା ପୋଷାକ ତାଙ୍କ ଦେହକୁ ବେଶ ମାନୁଥିବା ମଧ୍ୟ କହିଛନ୍ତି। ସେ ଏନେଇ ବହୁତ ଖୁସି ମଧ୍ୟ ଅଛନ୍ତି।
ମାନଭି ଗଗ୍ରୁଙ୍କ ଅଭିନୟ ଦୁନିଆକୁ ଯଦି ଦେଖାଯାଏ ତେବେ ସେ ଅନେକ ବଡ ପରଦାରେ କାମ କରିଛନ୍ତି। ‘ଉଜଦା ଚମନ’ ଓ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଭଳି ସିନେମାରେ ସେ ଅଭିନୟ କରିଛନ୍ତି। ଯଦିଓ ଏହି ଦୁଇ ସିନେମା ସେଭଳି ବ୍ୟବସାୟ କରି ନ ଥିଲା ତଥାପି ମାନଭି ଅସନ୍ତୁଷ୍ଟ ନ ଥିବା କହିଛନ୍ତି। ମାନଭି କହିଥିବା ଏକ ସାକ୍ଷାତକାରରେ ‘ଉଜଦା ଚମନ’ ଭଲ ବ୍ୟବସାୟ କରିବ ବୋଲି ସେ ଆଶା କରିଥିଲେ। ସେହିପରି ସମଲିଙ୍ଗୀ ଆଧାରିତ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ପ୍ରାୟ ଭଲ ଫାଇଦା ହେବ ବୋଲି ମାନଭି କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Maanvi_1626258687.jpg)