Advertisment

His Voice Mesmerizes All: ଗୋଡ଼ ଦୁଇଟି ଅଚଳ, ହେଲେ ଗଳାରେ ସଂଗୀତର ଯାଦୁ

କଷ୍ଟଦାୟକ ଜୀବନ ଭିତରେ ଇଏ ବଞ୍ଚିବାର ରାହା । ଗୀତ ପାଇଁ ସଂଗ୍ରାମ… ଗୀତ ପାଇଁ ଏ ଜୀବନ । ପିଲାଟି ଦିନରୁ ଗୋଡ ଦୁଇଟି ଅଚଳ ହୋଇଯାଇଛି l ଚାଲିବାକୁ ଶକ୍ତି ନାହିଁ । ନିଜର ନିତ୍ୟକର୍ମ ଠାରୁ ଆରମ୍ଭ କରି ସବୁ କାମରେ ଅନ୍ୟ ଉପରେ ନିର୍ଭର କରନ୍ତି ଅଜିତ l

Another Humane Sagar

Another Humane Sagar Photograph: (OTV)

Advertisment

କଷ୍ଟଦାୟକ ଜୀବନ ଭିତରେ ଇଏ ବଞ୍ଚିବାର ରାହା । ଗୀତ ପାଇଁ ସଂଗ୍ରାମ… ଗୀତ ପାଇଁ ଏ ଜୀବନ । ପିଲାଟି ଦିନରୁ ଗୋଡ ଦୁଇଟି ଅଚଳ ହୋଇଯାଇଛି l ଚାଲିବାକୁ ଶକ୍ତି ନାହିଁ । ନିଜର ନିତ୍ୟକର୍ମ ଠାରୁ ଆରମ୍ଭ କରି ସବୁ କାମରେ ଅନ୍ୟ ଉପରେ ନିର୍ଭର କରନ୍ତି ଅଜିତ l ପିଲାଟି ଦିନରୁ ତାଙ୍କର ସଙ୍ଗୀତ ପ୍ରତି ପ୍ରବଳ ଆଗ୍ରହ ରହିଛି l ନିଜ ଅଞ୍ଚଳର ପୂଜାପାର୍ବଣରେ ଷ୍ଟେଜ ସୋ’ରେ ଗୀତ ଗାଇ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାନ୍ତି l ଆଉ ସଂଗୀତ ପ୍ରତି ତାଙ୍କର ଭଲପାଇବା ଆଜି ତାଙ୍କୁ ଏକ ସୁଯୋଗ ପାଇଁ ଅପେକ୍ଷା କରାଇଛି ।

Advertisment

ନବମରୁ ପାଠରେ ଡୋରି

ଗଜପତି ଜିଲ୍ଲା ମୋହନା ବ୍ଲକ ତୁଆବାଡ଼ି ଗାଁରେ ଅଜିତଙ୍କ ଘର l ବାପା ମାଆ ଅତ୍ୟନ୍ତ ଗରିବ । ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ୯ମ ଶ୍ରେଣୀରୁ ପାଠ ଛାଡ଼ିବାକୁ ପଡ଼ିଛି । ପ୍ରୋଗାମ ପାଇଁ ଲୋକେ ତାଙ୍କୁ ବାଇକରେ ନେଇ ପୁଣି ଘରେ ଆଣି ଛାଡ଼ିଦିଅନ୍ତି l ଶାରୀରିକ ଭାବେ ଅଜିତ୍ ଦୁର୍ବଳ ହୋଇପାରନ୍ତି କିନ୍ତୁ ମନରେ ସଙ୍ଗୀତ ପ୍ରତି ପ୍ରବଳ ଇଚ୍ଛାଶକ୍ତି ରହିଛି l ଏକ କାର୍ଯ୍ୟକ୍ରମରେ ଅଜିତଙ୍କ ଗୀତ ଶୁଣି ତୁମୁଡ଼ିବନ୍ଧରେ ଥିବା ଜିୟୋନ ଷ୍ଟୁଡିଓର ନିର୍ଦ୍ଦେଶକ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି l

ଅଜିତଙ୍କ ସଂଗୀତ କଳା ପାଇଁ ତାଙ୍କ ବାପାଙ୍କ ସମେତ ଗ୍ରାମବାସୀ ବେଶ୍ ଗର୍ବିତ ଅନୁଭବ କରିଛନ୍ତି  l ହ୍ୟୁମାନ ସାଗରଙ୍କ ଜଣେ ବଡ଼ ଫ୍ୟାନ୍ ଅଜିତ୍ l ହ୍ୟୁମାନଙ୍କ ଭଳି ସେ ବି ଜଣେ ସିଙ୍ଗର ହେବାକୁ ଆଶା ରଖିଛନ୍ତି l 

Advertisment

Singer Dibyang Son
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ