Untitled-1
ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ରାହୁଲ ଦେବ ବର୍ମନ ତଥା ଆର୍ଡି ବର୍ମନ ବା ପଞ୍ଚମ ଦା’ଙ୍କ ନାମ ସର୍ବଦା ସ୍ମରଣୀୟ ହୋଇ ରହିବ। ଆର୍ଡି ବର୍ମନ ଦେଶର ସର୍ବୋତ୍ତମ ସଂଗୀତଜ୍ଞ ଥିଲେ, ଯିଏକି ତାଙ୍କର ଅନନ୍ୟ ସଂଗୀତ ରଚନା ସହିତ ଅନେକ ଭାରତୀୟଙ୍କ ହୃଦୟକୁ ରାଜ କରିଥିଲେ। ଏହି ମହାନ ସଂଗୀତକାର ୨୭ ଜୁନ୍ ୧୯୩୯ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସଙ୍ଗୀତ ବଳରେ ହିଲ୍ମ ସଂଗୀତକୁ ସେ କେବଳ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲେ। ଆର୍ଡି ବର୍ମନଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ମନେ ପକେଇଛନ୍ତି। ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ମଧ୍ୟ ଏହାକୁ ଏଡେଇ ଦେଇ ନାହାନ୍ତି।
/odishatv-khabar/media/post_attachments/wp-content/uploads/2021/06/1-88.jpg)
ଲତା ମଙ୍ଗେଶକର ଆର୍ଡି ବର୍ମନଙ୍କୁ ସ୍ମରଣ କରି ଏକ ଟୁଇଟ୍ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି- ‘ଆର୍ଡି ବର୍ମନଙ୍କୁ କିଏ ନ ଜାଣେ। ସେ ଜନ୍ମରୁ ଜଣେ ରାଜପୁତ୍ର ଥିଲେ ଏବଂ ସେ ସଙ୍ଗୀତର ରାଜା ଥିଲେ। ଆଜି ତାଙ୍କର ଜନ୍ମ ବାର୍ଷିକୀ। ମୁଁ ତାଙ୍କ ସ୍ମୃତି ଏବଂ ସଙ୍ଗୀତକୁ ଗଭୀର ଭାବରେ ଅଭିନନ୍ଦନ କରୁଛି।
ଲତା ମଙ୍ଗେଶକର ତାଙ୍କ ଜନ୍ମଦିନରେ ଆର୍ଡି ବର୍ମନଙ୍କ ସହ ଜଡିତ ଏକ କଥା ସେୟାର କରିଛନ୍ତି। ଆର୍ଡି ବର୍ମନଙ୍କୁ ମନେପକାଇ ଲତା ମଙ୍ଗେଶକର ତାଙ୍କ ସୁପରହିଟ୍ ଗୀତ ‘ବାହୋଁ ମେ ଚଲି ଆ’ ସହିତ ଜଡିତ ଏକ ଘଟଣା ସେୟାର କରିଛନ୍ତି। ଲତାଜୀ ସ୍ମରଣ କରିଛନ୍ତି ଯେ, “ଯେତେବେଳେ ମୁଁ ଫିଲ୍ମରେ ଗୀତର ସ୍ଥିତି ଶୁଣିଲି, ସେତେବେଳେ ମୋତେ ଏହା ସ୍ପଷ୍ଟ ହୋଇଗଲା ଯେ ଏହି ଗୀତଟିକୁ ଧୀରେ ଧୀରେ ଗାଇବାକୁ ହେବ। ଏହି ଫିଲ୍ମରେ ଯେତେବେଳେ ଘରେ ସମସ୍ତେ ଶୋଇଯାଇଛନ୍ତି ସେତେବେଳେ ହିରୋଇନ୍ ଜୟା ଭାଦୁରୀ (ଜୟା ବଚ୍ଚନ) ସଞ୍ଜୀବ କୁମାରଙ୍କ ପାଇଁ ଏହି ଗୀତ ଗାଉଛନ୍ତି। ଯଦି ସେ ଗୀତକୁ ଜୋର୍ରେ ଗାଇବେ ତେବେ ସମସ୍ତେ ଉଠିଯିବେ।”
/odishatv-khabar/media/post_attachments/wp-content/uploads/2021/06/2-75.jpg)
ଲତା ମଙ୍ଗେଶକର ଆହୁରି କହିଛନ୍ତି ଯେ “ତେଣୁ ଗୀତ ମାଧ୍ୟମରେ ଭାବନାକୁ ଅତି ନରମ ଭାବରେ ପ୍ରକାଶ କରିବାକୁ ପଡିଥିଲା। ଏହି ଗୀତଟି ମୋର ବ୍ୟକ୍ତିଗତଭାବେ ପ୍ରିୟ ଅଟେ। ମୁଁ ପ୍ରାୟତଃ ଏହି ଗୀତକୁ ମୋ ଲାଇଭ୍ କନ୍ସର୍ଟରେ ଗାଇଥାଏ।” ସେହିପରି ‘ଅମର ପ୍ରେମ’ର ‘ରୈନା ବିତି ଯାଏ’କୁ ମନେପକେଇ ଲତା ମଙ୍ଗେଶକର କୁହନ୍ତି, “ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ବିଷୟରେ ପଞ୍ଚମ ଦା’ଙ୍କ ଜ୍ଞାନ ବହୁତ ଉଚ୍ଚ ଥିଲା। ସେ ତାଙ୍କ ମହାନ ପିତାଙ୍କ ଯେପରି ସଙ୍ଗୀତ ବିଷୟରେ ପ୍ରଗାଢ ଜ୍ଞାନ ଥିଲା ସେହିପରି ଆଙ୍କର ମଧ୍ୟ ଥିଲା। ତାଙ୍କ କ୍ୟାରିୟରର ପ୍ରଥମ ଗୀତ ଥିଲା ଶାସ୍ତ୍ରୀୟଭିତ୍ତିକ ‘ଘର ଆଜା ଘିର୍ ଆଏ ବଦ୍ରା’ ଯାହା ମୁଁ ଗାଇଥିଲି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Untitled-1-114_1625224927.jpg)