Advertisment

ବଲିଉଡରେ କ୍ରିତି ସାନନଙ୍କ ୭ ବର୍ଷ

ମୁମ୍ବାଇ : ଅଭିନେତ୍ରୀ କ୍ରିତି ସାନନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ୭ ବର୍ଷ ପୂରଣ କରିଛନ୍ତି। ଦିଲ୍ଲୀର ଓଭରପ୍ରୋଟେକ୍ଟିଭ୍ ପରିବାରରୁ ଆସିଥିବା କ୍ରିତି ସାନନ୍ ଆଜି ବଲିଉଡର ଏକ ଜଣାଶୁଣା ଚେହେରା ପାଲଟିଯାଇଛନ୍ତି। ଫିଲ୍ମ ‘ହୀରୋପନ୍ତୀ’ରେ ବଲିଉଡରେ ଡେବ୍ୟୁ କରିଥିବା କ୍ରିତି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି। ଏହି ସମୟରେ, ଅଭିନେତ୍ରୀ ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି। ତେବେ କ୍ରିତି ଚଳିତ ବର୍ଷର ଯାତ୍ରାକୁ ନେଇ କହିଛନ୍ତି ଯେ “ଚଳିତ ବର୍ଷ ଆରମ୍ଭ ଭଲ ଥିଲା। […]

ବଲିଉଡରେ କ୍ରିତି ସାନନଙ୍କ ୭ ବର୍ଷ
Advertisment

ମୁମ୍ବାଇ : ଅଭିନେତ୍ରୀ କ୍ରିତି ସାନନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ୭ ବର୍ଷ ପୂରଣ କରିଛନ୍ତି। ଦିଲ୍ଲୀର ଓଭରପ୍ରୋଟେକ୍ଟିଭ୍ ପରିବାରରୁ ଆସିଥିବା କ୍ରିତି ସାନନ୍ ଆଜି ବଲିଉଡର ଏକ ଜଣାଶୁଣା ଚେହେରା ପାଲଟିଯାଇଛନ୍ତି। ଫିଲ୍ମ ‘ହୀରୋପନ୍ତୀ’ରେ ବଲିଉଡରେ ଡେବ୍ୟୁ କରିଥିବା କ୍ରିତି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି। ଏହି ସମୟରେ, ଅଭିନେତ୍ରୀ ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି।

Advertisment

ତେବେ କ୍ରିତି ଚଳିତ ବର୍ଷର ଯାତ୍ରାକୁ ନେଇ କହିଛନ୍ତି ଯେ “ଚଳିତ ବର୍ଷ ଆରମ୍ଭ ଭଲ ଥିଲା। ମୁଁ ଫିଲ୍ମ ସେଟ୍‌କୁ ଫେରିଆସିଛି, ମୋର କାମ ମୋତେ ପ୍ରକୃତରେ ଉତ୍ସାହିତ କରିଥାଏ। ମୁଁ ‘ଭୋଡିଆ’, ‘ବଚ୍ଚନ ପାଣ୍ଡେ’ ପାଇଁ ସୁଟିଂ କରିଛି ଏବଂ ବର୍ତ୍ତମାନ ମୁଁ ଆଦିପୁରୁଷରେ ମଧ୍ୟ କାମ କରିବା ଆରମ୍ଭ କରିଦେଇଛି। କରୋନା ଭାଇରସର ଦ୍ୱିତୀୟ ଲହର ଆମ ସମସ୍ତଙ୍କୁ ସୁନାମି ଭଳି ଆଘାତ କଲା। ମୁଁ ଭାବୁଛି ବର୍ତ୍ତମାନ କୋଭିଡର ସ୍ଥିତିକୁ ନିୟନ୍ତ୍ରଣ କରିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ନାହିଁ।”

[caption id="attachment_269778" align="alignnone" width="750"]publive-image Source : Republic World[/caption]

Advertisment

ସାତ ବର୍ଷର ଯାତ୍ରାକୁ ମନେପକାଇ କ୍ରିତି କହିଛନ୍ତି, “ଏହି ଯାତ୍ରା ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର, ଯାହା ମୁଁ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି। ମୁଁ ମଧ୍ୟବିତ୍ତ ପରିବାରରୁ ଆସିଛି। ମୋ ମା ଜଣେ ପ୍ରଫେସର ଏବଂ ପାପା ଜଣେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ। ମୁଁ ଜଣେ ଇଞ୍ଜିନିୟର ଏବଂ ମୁଁ କେବେ ଭାବି ନ ଥିଲି ଯେ ଅଭିନୟ ମୋର ବୃତ୍ତି ହେବ। ଆଜି ମୁଁ ଏଠାରେ ଠିଆହୋଇଛି, ହୃଦୟଙ୍ଗମ କରୁଛି ଯେ ଅଭିନୟ ହେଉଛି ତାହା ଯାହା ମୋତେ ଉତ୍ସାହିତ କରେ। ଏହା ମୋତେ ସନ୍ତୁଷ୍ଟ, ଶାନ୍ତି ପ୍ରଦାନ କରେ ଏବଂ ଏହା ମୋତେ ଆଗକୁ ବଢେଇଥାଏ। ମୁଁ ନିଜକୁ ଭାଗ୍ୟଶାଳୀ ମନେକରୁଛି ଯେ ମୁଁ ଏଠାକୁ ଆସି ମୋର ସ୍ୱପ୍ନକୁ ବଞ୍ଚାଇବାର ସୁଯୋଗ ପାଇଲି।”

publive-image

ସିନେମା ଜଗତ ବିଷୟରେ ଅଭିନେତ୍ରୀ କ୍ରିତି କହିଛନ୍ତି ଯେ “ମୁଁ ବଲିଉଡରେ ଫିଟ୍ ହେବା ଦିଗରେ କେବେ କାମ କରି ନାହିଁ। ମୁଁ ମୋ ପସନ୍ଦର ନିର୍ଦ୍ଦେଶକଙ୍କ ସହିତ ଚଳଚ୍ଚିତ୍ର କରିବାର ସୁଯୋଗ ପାଇବାକୁ ଚାହୁଁଥିଲି। ହଁ, ତୁମକୁ ସେହି ଲୋକଙ୍କ ଆବଶ୍ୟକତା ଅଛି ଯେଉଁମାନେ ତୁମ ଉପରେ ବିଶ୍ଵାସ କରୁଛନ୍ତି। ଏ ଦିଗରେ ମୁଁ ଭାଗ୍ୟଶାଳୀ ଯେ ସାଜିଦ୍ ନାଡିୟାଡୱାଲା, ଦୀନେଶ ଭିଜାନ୍, ଅଶ୍ୱିନୀ ଆୟର ତିୱାରୀ, ନୀତେଶ ତିୱାରୀ ଓ ଆଶୁତୋଷ ଗୋୱାରିକର୍ ଭଳି ବ୍ୟକ୍ତ ମୋ ଉପରେ ବିଶ୍ୱାସ କରି ମୋତେ ଆଗକୁ ଯିବାକୁ ପ୍ରେରଣା ଦେଇଛନ୍ତି। ଇଣ୍ଡଷ୍ଟ୍ରିରେ ମୋର ସ୍ଥାନ ସୃଷ୍ଟି କରିବାକୁ ମୋତେ କିଛି ସମୟ ଲାଗିଲା।”

Advertisment

publive-image

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଏହି ସହର ପାଇଁ ନୂଆ ଥିଲି, ମୁଁ ଏଠାରେ କାହାକୁ ଜାଣି ନ ଥିଲି। ଏହି ଚଳଚ୍ଚିତ୍ର ପାର୍ଟିଗୁଡ଼ିକରେ ମୁଁ ଟିକିଏ ଏକୁଟିଆ ଅନୁଭବ କରୁଥିଲି, ଯାହା ମୁଁ ଏବେବି ବେଳେବେଳେ କରେ। ସତ କହିବାକୁ, ଜଣେ ଯେତେବେଳେ କାମ ଆରମ୍ଭ କରେ, ଅଧିକରୁ ଅଧିକ ଚଳଚ୍ଚିତ୍ର କରିବା ଜାରି ରଖେ ଏବଂ ଅଧିକ ଲୋକଙ୍କୁ ଭେଟେ ସେତେବେଳ ସେ ଅନୁଭବ କରେ ଯେ ଇଣ୍ଡଷ୍ଟ୍ରିର ସେ ଏକ ଅଂଶ। ତେବେ ଏହି ସ୍ଥାନରେ ପହଞ୍ଚିବା ସହଜ ନ ଥିଲା।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ