Advertisment

Koraput Turns into a Hotspot for South Films: ଦକ୍ଷିଣ ଭାରତୀୟ ଫିଲ୍ମର ଫେଭରେଟ୍ ସ୍ପଟ୍ ‘କୋରାପୁଟ’, ତେଲୁଗୁ ଫିଲ୍ମ ‘କମରେଡ୍ କଲ୍ୟାଣ’ର ସୁଟିଂ

ଦକ୍ଷିଣ ଭାରତର ଗୋଟେ ପରେ ଗୋଟେ ଫିଲ୍ମର ସୁଟିଂ ଏବେ କୋରାପୁଟରେ ହେଉଛି। SS ରାଜମୌଲିଙ୍କ ହାଇବଜେଟ୍ SSMB, ଅନୁଷ୍କା ସେଠୀଙ୍କ ଘାଟିର ବିପୁଳ ସଫଳତା ପରେ ଏବେ ତେଲୁଗୁ ଫିଲ୍ମ ‘କମରେଡ୍ କଲ୍ୟାଣ’ର ଗୁରୁତ୍ବପୂର୍ଣ୍ଣ ସିନ୍ କଏଦ ହେଉଛି କୋରାପୁଟରେ।

KORAPUT

KORAPUT Photograph: (OTV)

Advertisment

ଫିଲ୍ମ ସୁଟିଂର କ୍ୟାପିଟାଲ୍ କୋରାପୁଟ। ପ୍ରକୃତି କୋଳରେ ଥିବା ଓଡ଼ିଶାର ଏଇ ସୁନ୍ଦର ଭୁଇଁ ପାଇଛି ନୂଆ ପରିଚୟ। ଦକ୍ଷିଣ ଭାରତର ଗୋଟେ ପରେ ଗୋଟେ ଫିଲ୍ମର ସୁଟିଂ ଏବେ କୋରାପୁଟ ହେଉଛି। SS ରାଜମୌଲିଙ୍କ ହାଇବଜେଟ୍ SSMB, ଅନୁଷ୍କା ସେଠୀଙ୍କ ଘାଟିର ବିପୁଳ ସଫଳତା ପରେ ଏବେ ତେଲୁଗୁ ଫିଲ୍ମ ‘କମରେଡ୍ କଲ୍ୟାଣ’ର ଗୁରୁତ୍ବପୂର୍ଣ୍ଣ ସିନ୍ କଏଦ ହେଉଛି କୋରାପୁଟରେ। ଖାଲି ଫିଲ୍ମ ସୁଟିଂ ନୁହେଁ ଓଡ଼ିଶା ଓ କୋରାପୁଟର କାହାଣୀକୁ ନେଇ ସିନେମା ନିର୍ମାଣ ହେଉଛି। ଯାହା ଦକ୍ଷିଣ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପରେ ସୃଷ୍ଟି କରିଛି ନୂଆ ଆଶା। 

Advertisment

ଲାଗିଛି ଲାଇଟ୍, ରୋଲ୍ ହେଉଛି କ୍ୟାମେରା...ଟେକ୍ ଆଣ୍ଡ ଆକ୍ସନ୍। ତେଲୁଗୁ ଫିଲ୍ମ ‘କମରେଡ୍ କଲ୍ୟାଣ’ର ୟେ ସୁଟିଂ। ଆନ୍ଧ୍ର ପ୍ରଦେଶ, କେରଳ ଏବଂ ସାଉଥ୍ ଇଣ୍ଡିଆର ଟପ୍ ମୋଷ୍ଟ ଅଭିନେତା ଅଭିନେତ୍ରୀଙ୍କୁ ନେଇ ଚାଲିଛି ସିନେମାର ସୁଟିଂ। ହେଲେ ଏଥରେ ନୂଆ କ’ଣ?...ଏସବୁ ଦକ୍ଷିଣ ଭାରତର କୌଣସି ସୁଟିଂ ସେଟ୍ କିମ୍ବା ଫିଲ୍ମ ସିଟି ନୁହେଁ ବରମ୍ ଆମ କୋରାପୁଟ। ହଁ, କୋରାପୁଟରେ ଚାଲିଛି ତେଲୁଗୁ ଫିଲ୍ମର ସୁଟିଂ। ଶାବର ଶ୍ରୀକ୍ଷେତ୍ରରେ ଫିଲ୍ମର ଏକ ବଡ଼ ସିନ୍ ର ସୁଟିଂ ହେଉଛି। ଅଭିନେତା ଶ୍ରୀବିଷ୍ଣୁ ଓ ମାଲାୟଲମ୍ ହାଟ୍ ଥ୍ରପ୍ ମହିମା ନାମ୍ବିଆଙ୍କ ଭିତରେ ରୋମାଣ୍ଟିକ୍ ସିନର ସୁଟିଂ କୋରାପୁଟ ମାଟିରେ କଏଦ ହେଉଛି।

ଖାଲି ଏଇ ଗୋଟିଏ ନୁହେଁ କୋରାପୁଟ ଓ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଫିଲ୍ମର ବହୁ ଗୁରୁତ୍ବପୂର୍ଣ୍ଣ ସିନ୍ ରହିଛି। ସିନେମାରେ ୯୦ ଦଶକର ମାଓବାଦୀ ଓ ସେମାନଙ୍କ ଆତଙ୍କରାଜ୍ କୁ ଦର୍ଶାଯାଇଛି। କୋରାପୁଟର ଶିମିଳିଗୁଡ଼ା, ଦେଓମାଳି ତଳମାଳି, କାଳିଆମାଳି, ପେଣ୍ଡାଜାମ, ଜୟପୁର ଘାଟି, ପାତ୍ରପୁଟ ବ୍ରିଜ୍ ଭଳି ଅନେକ ଆଇକନିକ୍ ସ୍ପଟ୍ ପାଲଟିଛି ପ୍ରଥମ ପସନ୍ଦ। ଯେଉଁ ମାଟି ଦିନେ ନକ୍ସଲଙ୍କ ବର୍ବରତା ଦେଖିଥିଲା ଏବେ ସେଇ ମାଟିରେ ସେଇ କାହାଣୀରେ ହେଉଛି ସିନେମା। 

Advertisment

ଖାଲି ଏଇ ଗୋଟିଏ ଫିଲ୍ମ ନୁହେଁ...କୋରାପୁଟ ପାଲଟିଛି ଏବେ ଫିଲ୍ମ ସୁଟିଂ ହଟସ୍ପଟ୍। ଗୋଟେ ପରେ ଗୋଟି ଦକ୍ଷିଣ ଭାରତୀୟ ଫିଲ୍ମ କୋରାପୁଟକୁ ହେଉଛନ୍ତି ଆକର୍ଷିତ। ସତେ ଯେମିତି ଏଇ ପାହାଡ଼, ଝରଣା, ଘଞ୍ଚ ଜଙ୍ଗଲ ଏବଂ ନୀରିହ ଲୋକଙ୍କ ଭଲ ପାଇବା ଏମାନଙ୍କୁ ଟାଣି ଆଣିଛି ।

ସେଥିପାଇଁ ତ୍ ରାଜମୌଲିଙ୍କ ବହୁପ୍ରତୀକ୍ଷିତ ଓ ହାଇବଜେଟ୍ ଫିଲ୍ମ SSMBର ମେଜର୍ ସୁଟିଂ କୋରାପୁଟରେ ହୋଇଛି। ଗତ ସେପ୍ଟେମ୍ବରରେ ରିଲିଜ୍ ‘ଘାଟି’ର ସୁଟିଂ ଓ ପୁରା କାହାଣୀ କୋରାପୁଟ ଉପରେ, ଏହାପୂର୍ବରୁ ବ୍ଲକବଷ୍ଟର୍ ପୁଷ୍ପା ଟୁ ବି ମାଲକାନଗିରି-କୋରାପୁଟ ସୀମାରେ ସୁଟିଂ ସରିଛି।...

Advertisment

ପର୍ଯ୍ୟଟନ ମାନଚିତ୍ରରେ ବହୁ ପୂର୍ବରୁ ଥିବା କୋରାପୁଟକୁ ମିଳିଛି ସିନେମା ସୁଟିଂର ଏକ ନୂଆ ଆଖ୍ୟା। 
ପ୍ରକୃତିର କୋଳରେ ବଢ଼ିଥିବା କୋରାପୁଟର ସୌନ୍ଦର୍ଯ୍ୟ ସିନେମା ପ୍ରେମୀଙ୍କୁ ଏଠିକୁ ଟାଣି ଆଣିଛି। ସୁରକ୍ଷିତ ଓ ସୁନ୍ଦର ସୁଟିଂ ସ୍ପଟ୍ ଥିବା ଏଇ ଜିଲ୍ଲାକୁ ଯଦି, ସିନେମା ପାଇଁ ଆହୁରି ଉପଯୁକ୍ତ କରାଯାଇଥାନ୍ତା, ତାହେଲେ ଓଡ଼ିଶା ପାଇଥାନ୍ତା ନୂଆ ପରିଚୟ।... 

Koraput Film Shooting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ