Advertisment

ଆଜିଠୁ କେବିସି ପଞ୍ଜୀକରଣ ଆରମ୍ଭ

ମୁମ୍ବାଇ: ବଲିଉଡ ଶେହେନଶାହ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଅମିତାଭଙ୍କ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ପରଦାରେ ଦେଖିବା ସହ ତାଙ୍କ ଗମ୍ଭୀର ସ୍ଵରର ଝଲକ ଶୁଣିବାକୁ ପାଇବେ, କାରଣ ବିଗ୍ ବି କୌନ ବନେଗା କରୋଡପତି-୧୩…

ଆଜିଠୁ କେବିସି ପଞ୍ଜୀକରଣ ଆରମ୍ଭ

Untitled-1

Advertisment

ମୁମ୍ବାଇ: ବଲିଉଡ ଶେହେନଶାହ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଅମିତାଭଙ୍କ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ପରଦାରେ ଦେଖିବା ସହ ତାଙ୍କ ଗମ୍ଭୀର ସ୍ଵରର ଝଲକ ଶୁଣିବାକୁ ପାଇବେ, କାରଣ ବିଗ୍ ବି କୌନ ବନେଗା କରୋଡପତି-୧୩ (କେବିସି-୧୩) ମାଧ୍ୟମରେ ପୁନର୍ବାର ଟିଭିକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଏନେଇ କେବିସି-୧୨ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆଜିଠାରୁ(ମଙ୍ଗଳବାର) ଆରମ୍ଭ ହୋଇଛି। ତେବେ ଜାଣିରଖନ୍ତୁ ଯେ ଲକଡାଉନରେ ଏହି ଦିନଗୁଡିକରେ ଆପଣ ଘରେ ରହି ମଧ୍ୟ କୋଟିପତି ବନେଇ ପାରୁଥିବା ଏହି ଶୋ’ର ଏକ ଅଂଶ ହୋଇପାରିବେ। ଆଜି ତଥା ମେ ୧୧ଠାରୁ ଅମିତାଭ ବଚ୍ଚନ ଏହି ଶୋ’ର ପଞ୍ଜୀକରଣ ନେଇ ପ୍ରଶ୍ନ ପଚାରିବା ଆରମ୍ଭ କରିବାକୁ ଯାଉଛନ୍ତି।

Advertisment

publive-image

ସୋନି ଟିଭି ସୋସିଆଲ ମିଡିଆ ମାଧ୍ୟମରେ କେବିସି ସିଜନ-୧୩ର ଘୋଷଣା କରିଛି। ସୋନି ଟିଭିର ଏକ ପୋଷ୍ଟରେ ଏହା ଲେଖାଯାଇଛି ଯେ “ନିଜର ପ୍ରଚେଷ୍ଟା, ପରିଶ୍ରମ ଓ ଅଧ୍ୟୟନ ଆପଣଙ୍କୁ ହଟ ସିଟ ପର୍ଯ୍ୟନ୍ତ ଆଣିବାରେ ସକ୍ଷମ ହେବ। ଏହି ଅବସରରେ ଆପଣ ଅମିତାଭ ବଚ୍ଚନଙ୍କୁ ଭେଟିବା ଓ କୋଟିପତି ହେବାର ସୁଯୋଗ ପାଆନ୍ତୁ। କେବିସି ସିଜନ-୧୩ର ପାଇଁ ପଞ୍ଜିକରଣ କର ଏବଂ ଆସନ୍ତାକାଲି ରାତି ୯ ଟାରୁ ପ୍ରଶ୍ନର ଉତ୍ତର ଦିଅ।”

publive-image

ସୂଚନା ଅନୁସାରେ ଆଜିଠାରୁ ରାତି ୯ଟାରେ ବିଗ୍ ବି ଅମିତାଭ ବଚ୍ଚନ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ କେବିସି ପଞ୍ଜୀକରଣ ସହ ଜଡିତ ପ୍ରଶ୍ନ ପଚାରିବା ଆରମ୍ଭ କରିବେ। ଆପଣମାନେ ଏହି ସୁଯୋଗ ପାଇବା ନେଇ ଏସ୍ଏମ୍ଏସ୍ କିମ୍ବା SonyLIV ଆପ୍ ମାଧ୍ୟମରେ ପଚରା ଯାଇଥିବା ପ୍ରଶ୍ନର ସଠିକ୍ ଉତ୍ତର ପଠାଇ ପାରିବେ। ଏହା ବ୍ୟତୀତ www.sonylive.com ମାଧ୍ୟମରେ କେବିସି ସିଜନ-୧୩ ପାଇଁ ପ୍ରଶ୍ନ ମଧ୍ୟ ପଚରାଯିବ। ଆପଣମାନେ ଏଠାରେ ମଧ୍ୟ ଏହାର ଉତ୍ତର ଦେଇପାରିବେ।

Advertisment

publive-image

ବଡ଼ ଆଶ୍ଚର୍ଯ୍ୟର କଥା ଯେ ଶୋ’ ଘୋଷଣା ହେବାର ମାତ୍ର ଅଳ୍ପ ସମୟ ଭିତରେ ହଜାର ହଜାର ଲୋକ କେବିସିର ହଟ ସିଟରେ ବସିବାକୁ ଚେଷ୍ଟା ଆରମ୍ଭ କରିଦେଇ ସାରିଲେଣି। ପ୍ରକାଶ ଥାଉକି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଶୋ’ର ୧୨ଟା ସିଜନ ଆସି ସାରିଛି ଏବଂ ଏହି ଶୋ’ ମାଧ୍ୟମରେ ଅନେକ ଲୋକ କୋଟିପତି ହୋଇସାରିଛନ୍ତି। ତେବେ ଆପଣମାନେ ବି ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ। ଯଦି ଆପଣଙ୍କ ମନରେ କୋଟିପତି ହେବାର ଇଛା ଅଛି ତେବେ ପୂର୍ଣ୍ଣ ପ୍ରସ୍ତୁତି ସହିତ କେବିସି ସହ ଜଡିତ ରୁହନ୍ତୁ, ଶତାବ୍ଦୀର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଆଳାପ କରନ୍ତୁ ଏବଂ ଜ୍ଞାନର ଏହି ଖେଳରେ ନିଜକୁ ଧନପତି କରିନିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ