Capture
ମୁମ୍ବାଇ: କରିନା କପୁର ଖାନ ନିଜର ଷ୍ଟାଇଲ୍ ଓ ସ୍ପଷ୍ଟ କଥା ଦ୍ୱାରା ଲୋକଙ୍କ ହୃଦୟ ଜିତିବାରେ ମାହିର। ଦ୍ୱିତୀୟ ଥର ମା’ ହେବା ପରେ ସେ ଖୁବ ଶୀଘ୍ର ସେଲିବ୍ରିଟି କୁକିଙ୍ଗ୍ ଶୋ ଷ୍ଟାର୍/ଫୁଡ୍ରେ ଦେଖାଦେବେ ଯାହା ଡିସ୍କଭରୀ ପ୍ଲସ୍ରେ ପ୍ରସାରିତ ହେବ। ବର୍ତ୍ତମାନ କରିନା ନିଜ ପୁଅ ତୈମୁର ଓ ପତି ସୈଫ୍ ଅଲୀ ଖାନଙ୍କ ସହିତ ବିଭିନ୍ନ କଥାକୁ ନେଇ ତାଙ୍କ ପ୍ରଶଂସକମାନଙ୍କ ସହ ସେଆର୍ କରୁଛନ୍ତି। ଏପରିକି ସେ ତାଙ୍କ ବେଡ୍ରୁମ୍ ସିକ୍ରିଟ୍ ମଧ୍ୟ ନିଜ ପ୍ରଶଂସକମାନଙ୍କ ସହ ସେଆର କରିଛନ୍ତି। ଏଥିରେ ସେ ତିନୋଟି ଜିନିଷ ବିଷୟରେ କହିଛନ୍ତି, ଯାହା ତାଙ୍କର ଶୋଇବା ପୂର୍ବରୁ ବେଡ୍ରେ ନିହାତି ଦରକାର ହୋଇଥାଏ।
/odishatv-khabar/media/post_attachments/wp-content/uploads/2021/04/Capture1.jpg)
ଯଦି କରିନା ଓ ସୈଫ୍ଙ୍କ ଲଭ୍ ଲାଇଫ୍ କଥା ଆଲୋଚନା କରିବା ତେବେ ସେମାନଙ୍କ ଯୋଡିକୁ ଲୋକେ ବେଶ ପସନ୍ଦ କରିଥିବା ଜଣାଯାଏ। ତେବେ କରିନା ଏକ ସୁଟିଂ ସମୟରେ ତାଙ୍କ ବେଡ୍ରୁମ୍ର ଏହି ସିକ୍ରିଟ୍ ସେଆର କରିଛନ୍ତି।
/odishatv-khabar/media/post_attachments/wp-content/uploads/2021/04/Capture3.jpg)
ସେଲିବ୍ରିଟି କୁକିଙ୍ଗ୍ ଶୋ ଷ୍ଟାର୍ ଭର୍ସେସ୍ ଫୁଡ୍ର ସୁଟିଂ ସମୟରେ କରିନା ତାଙ୍କ ବାନ୍ଧବୀ ତାନ୍ୟା ଘାୱରୀଙ୍କ ସହିତ କଥାବାର୍ତ୍ତା ହେଉଥିଲେ। ସେମାନେ ଅତ୍ୟନ୍ତ ଅନ୍ତରଙ୍ଗ ଆଳାପରେ ମଜ୍ଜି ଯାଇଥିଲେ। ଏହି କଥାବାର୍ତ୍ତା ବେଳେ କରିନା ଶୋଇବା ପୂର୍ବରୁ ବେଡ୍କୁ ତିନୋଟି ଜିନିଷ, ଯାହା ତାଙ୍କର ଅତ୍ୟନ୍ତ ଜରୁରୀ ନେଇକି ଯାଉଥିବା କହିଛନ୍ତି। ସେ ତିନୋଟି ଜିନିଷ ହେଲା ଗୋଟିଏ ବୋତଲ ୱାଇନ୍, ପାଇଜାମା ଓ ସୈଫ୍ ଅଲୀ ଖାନ୍।
କରିନାଙ୍କ ଏହି କଥା ଶୁଣି ସେଠାରେ ଉପସ୍ଥିତ ସମସ୍ତେ ତାଳିମାରି ହସିବାକୁ ଲାଗିଲେ। ଖାଲି ଏତିକି ନୁହେଁ କରିନା ମଜ୍ଜାଲିଆ ଢଙ୍ଗରେ ଆହୁରି ମଧ୍ୟ କହିଥିଲେ ଯେ, “ମତେ ଲାଗୁଛି ଏହାଠାରୁ ଆଉ ଭଲ ଉତ୍ତର ଆଉ କିଛି ନ ଥାଇପାରେ। ଏନେଇ ମତେ ପ୍ରାଇଜ୍ ମିଳିବା କଥା।”
ସୁଟିଂ ହେଉଥିବା ଏହି ଶୋରେ କରିନାଙ୍କ ଛଡା ତାଙ୍କ ବାନ୍ଧବୀ ମଲାଇକା ଅରୋଡା, ଅର୍ଜୁନ୍ କପୁର, କରଣ ଜୋହର, ପ୍ରତୀକ ଗାନ୍ଧୀ ମଧ୍ୟ ନଜରକୁ ଆସିବେ। ଏହି ଶୋର ପ୍ରମୋ ଭିଡିଓ ମଧ୍ୟ କରିନା ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେଆର୍ କରିଥିଲେ।
ବଲିଉଡ୍ର ରୋମାଣ୍ଟିକ୍ ଯୋଡି ମଧ୍ୟରେ କରିନା ଓ ସୈଫ୍ଙ୍କ ଯୋଡିକୁ ଗୋଟିଏ ବୋଲି ଧରାଯାଏ। ଏହି ଦୁହିଁଙ୍କର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେଉଛି। ଚଳିତ ବର୍ଷ କରିନା ଆଉ ଏକ ପୁତ୍ର ସନ୍ତାନର ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପୁତ୍ର ଜନ୍ମ ପରେ ପରେ କରିନା ପୁଣି ଥରେ କାମକୁ ଫେରିଛନ୍ତି।
ଏଠାରେ ସୂଚନାଥାଉକି କରିନା ଯେତେବେଳେ ଗର୍ଭବତୀ ଥିଲେ ସେତେବେଳେ ଅମିର୍ ଖାନ୍ଙ୍କ ସହିତ “ଲାଲ୍ ସିଂହ ଚଡ୍ଡା”ର ସୁଟିଂ ଶେଷ କରିଥିଲେ। ଆଶା କରାଯାଉଛି ଯେ ଏହି ସିନେମା ଚଳିତ ବର୍ଷ ଡିସେମ୍ବରରେ ପରଦାକୁ ଆସିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-17_1626258779.jpg)