Advertisment

ପ୍ରଥମ ଥର ପାଇଁ କରୀନା ଦେଖେଇଲେ ସାନପୁଅର ଚେହେରା

ମୁମ୍ବାଇ: ଆଜି ଦେଶ ତଥା ବିଶ୍ଵର ଅନେକ ଲୋକ ମାତୃ ଦିବସ ପାଳନ କରୁଛନ୍ତି। ବଲିଉଡ ସେଲିବ୍ରେଟିମାନେ ମଧ୍ୟ ଏହି ଦିନକୁ ନିଜ ମା ପାଇଁ ସ୍ୱତନ୍ତ୍ର କରିବାକୁ ଚାହିଁଛନ୍ତି। କରୀନା କପୁର ଖାନ ମଧ୍ୟ ତାଙ୍କ ଦୁଇ ପିଲାଙ୍କ ସହ…

ପ୍ରଥମ ଥର ପାଇଁ କରୀନା ଦେଖେଇଲେ ସାନପୁଅର ଚେହେରା

Untitled-1

Advertisment

ମୁମ୍ବାଇ: ଆଜି ଦେଶ ତଥା ବିଶ୍ଵର ଅନେକ ଲୋକ ମାତୃ ଦିବସ ପାଳନ କରୁଛନ୍ତି। ବଲିଉଡ ସେଲିବ୍ରେଟିମାନେ ମଧ୍ୟ ଏହି ଦିନକୁ ନିଜ ମା ପାଇଁ ସ୍ୱତନ୍ତ୍ର କରିବାକୁ ଚାହିଁଛନ୍ତି। କରୀନା କପୁର ଖାନ ମଧ୍ୟ ତାଙ୍କ ଦୁଇ ପିଲାଙ୍କ ସହ ଏହି ଦିନକୁ ସ୍ପେଶାଲ କରିଛନ୍ତି। ଅଭିନେତ୍ରୀ ଏପର୍ଯ୍ୟନ୍ତ ଦ୍ୱିତୀୟ ପୁଅର ଫଟୋ ପ୍ରଶଂସକଙ୍କ ସହ ସେୟାର କରି ନ ଥିଲେ। ଏନେଇ ତାଙ୍କ ପ୍ରଶଂସକମାନେ ଦେଖିବା ପାଇଁ ଅନେଇ ବସିଥିଲେ। ବର୍ତ୍ତମାନ ସେ ଅପେକ୍ଷା ଶେଷ ହୋଇଛି। କରୀନା କପୁର ସୋସିଆଲ ମିଡିଆରେ ତାଙ୍କ ଦ୍ଵିତୀୟ ଶିଶୁପୁତ୍ରର ଏକ ଫଟୋ ସେୟାର କରିଛନ୍ତି।

Advertisment

publive-image

ଫେବୃଆରୀରେ କରୀନା କପୁର ଓ ସୈଫ ଅଲି ଖାନଙ୍କ ଘରେ ଦ୍ୱିତୀୟ ଥର ପାଇଁ କୁଆଁ କୁଆଁ ରାବ ଶୁଣିବାକୁ ମିଳିଥିଲା। ଏହି ସମୟରେ ସେ ତାଙ୍କ ନୂଆ ଘରକୁ ସିପ୍ଟ ହୋଇଯାଇଥିଲେ। ସେବେଠାରୁ ସାନ ପୁଅକୁ ମିଡିଆ ଆଖିରୁ ସମ୍ପୂର୍ଣ୍ଣ ଦୂରରେ ରଖାଯାଇଥିଲା। ସାନ ନବାବଙ୍କୁ କେବେ ଦେଖାଯିବ ଲୋକମାନେ ଅପେକ୍ଷା କରିଥିଲେ, କିନ୍ତୁ ଆଜି ମାତୃ ଦିବସ ଅବସରରେ ସେ ତାଙ୍କ ପୁଅର ଏକ ଝଲକ ଦେଖାଇଛନ୍ତି। ତେବେ ତୈମୁରଙ୍କ ନାମକୁ ନେଇ ସେତେବେଳେ ବିବାଦ ହୋଇଥିବାରୁ ଏଯାଏ ସେ ତାଙ୍କ ସାନ ପୁଅର ନାମକୁ ପ୍ରକାଶ କରିନାହାନ୍ତି।

କରୀନା ତାଙ୍କ ବଡ଼ ପୁଅ ତୈମୁରଙ୍କ ସହ ସାନ ପୁଅର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ତୈମୁରଙ୍କ ସାନ ଭାଇ ତାଙ୍କ କୋଳରେ ବସିଛନ୍ତି। ଫଟୋରେ ତୈମୁର କ୍ୟାମେରାକୁ ଦେଖିବାବେଳେ ହସୁଥିବା ଦେଖିବାକୁ ମିଳେ। ଅଭିନେତ୍ରୀଙ୍କ ସାନପୁଅ ମୁହଁରେ ହାତ ଦେଇଥିବା ଦେଖାଯାଏ। ଫଳରେ ଏହି ଫଟୋରେ କରୀନାଙ୍କ ପୁଅର ସମ୍ପୂର୍ଣ୍ଣ ଚେହେରା ସ୍ପଷ୍ଟ ଦେଖାଯାଉ ନାହିଁ।

Advertisment

publive-image

ଏହି ଫଟୋ ସେୟାର କରି କରୀନା କପୁର ଲେଖିଛନ୍ତି, “ଆଜି ସମଗ୍ର ବିଶ୍ୱ ସାହାରା ଉପରେ ନିର୍ଭର କରେ ଏବଂ ଏହି ଦୁଇଜଣ ମୋତେ ଭରସା ଦିଅନ୍ତି। ଏକ ସୁନ୍ଦର ଭବିଷ୍ୟତର କାମନା କରି ଆପଣମାନଙ୍କୁ ମାତୃ ଦିବସର ଶୁଭକାମନା। ମା ସବୁଠୁ ଶକ୍ତିଶାଳୀ। ଏହି ବିଶ୍ଵାସ ରହୁ।”

କରୀନା କପୁରଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିନେତ୍ରୀଙ୍କ ପୁଅର ପ୍ରଥମ ଫଟୋ ଦେଖିବା ପରେ ପ୍ରଶଂସକମାନେ ଉତ୍ସାହିତ ହୋଇପଡିଛନ୍ତି। ପ୍ରଶଂସକମାନେ ମଧ୍ୟ କରିନାଙ୍କ ପୋଷ୍ଟରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ରଖିଛନ୍ତି।

Advertisment

publive-image

ପ୍ରକାଶ ଥାଉକି କରୀନା କପୁର ଖାନ ପୁଅ ଜନ୍ମର ଏକ ମାସ ପରେ ପୁଣି କାମ କରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ କରୋନାର ଦୃଦ୍ଧି ଓ ତାଲବନ୍ଦ ଯୋଗୁଁ ସେ ଘରେ ଅଛନ୍ତି ଏବଂ ସମସ୍ତଙ୍କୁ ଘରେ ରହି ନିରାପଦରେ ରହିବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ