Advertisment

କଙ୍ଗନା ହେଲେ ନେଗେଟିଭ୍ : କହିଲେ ଜଣେଇବେ ନାହିଁ ଉପାୟ

ମୁମ୍ବାଇ : କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ କରୋନା ପଜିଟିଭ୍ ହୋଇଥିଲା। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଥିଲେ। ତାଙ୍କ ପ୍ରଶସଂକମାନଙ୍କ ପାଇଁ ଏବେ ଖୁସୀ ଖବର ଯେ ପଙ୍ଗା ଅଭିନେତ୍ରୀଙ୍କ…

କଙ୍ଗନା ହେଲେ ନେଗେଟିଭ୍ : କହିଲେ ଜଣେଇବେ ନାହିଁ ଉପାୟ
Advertisment

ମୁମ୍ବାଇ : କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ କରୋନା ପଜିଟିଭ୍ ହୋଇଥିଲା। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଥିଲେ। ତାଙ୍କ ପ୍ରଶସଂକମାନଙ୍କ ପାଇଁ ଏବେ ଖୁସୀ ଖବର ଯେ ପଙ୍ଗା ଅଭିନେତ୍ରୀଙ୍କ କରୋନା ରିପୋର୍ଟ ନେଗେନିଭ୍ ହୋଇଛି। ସେ କରୋନା ସହିତ ଚାଲିଥିବା ଏହି ଯୁଦ୍ଧରେ ଜିତିଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହି ଖବରକୁ ନେଇ କଙ୍ଗନାଙ୍କ ପ୍ରଶଂସକମାନେ ବହୁତ ଖୁସି ଥିବା ଜଣାଯାଇଛି।

Advertisment
publive-image
Source : India Today

ଇନଷ୍ଟାଗ୍ରାମରେ ଲେଖାଯାଇଥିବା ଏକ ପୋଷ୍ଟରେ କଙ୍ଗନା ରାନାୱତ ଲେଖିଛନ୍ତି ଯେ ସେ କିପରି ଏହି ଭାଇରସକୁ ପରାସ୍ତ କରିଛନ୍ତି ସେ ବିଷୟରେ ସେ ଅନେକ କିଛି ସେୟାର କରିବାକୁ ଚାହାଁନ୍ତି, କିନ୍ତୁ ଯଦି ସେ ଏହା କୁହନ୍ତି, ଅନେକ ଲୋକ କ୍ରୋଧିତ ହେବେ। ସେ ଲେଖିଛନ୍ତି, “ଆଜି ମୁଁ କୋଭିଡ ନେଗେଟିଭ୍ ହୋଇଗଲି। ମୁଁ କିପରି ଭାଇରସକୁ ପରାସ୍ତ କରିଛି ସେ ବିଷୟରେ ବହୁତ କିଛି କହିବାକୁ ଚାହେଁ କିନ୍ତୁ ମୋତେ କୋଭିଡ ଫ୍ୟାନ୍ କ୍ଲବକୁ ଆଘାତ ନ କରିବାକୁ କୁହାଯାଇଛି … ହଁ ଭାଇରସ୍ ପ୍ରତି ଯଦି ଟିକେ ଅନାଦର ଦେଖାଅ ତେବେ କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରକୃତରେ ଆଘାତ ପାଆନ୍ତି। ତେବେ ଠିକ ଅଛି… ତୁମର ପ୍ରେମ ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ।”

publive-image
Source : The-Indian-Express

ତେବେ ମେ ୮ରେ ଏକ ଫଟୋ ସହିତ ନିଜର କରୋନା ପଜିଟିଭ୍ ହେବାର ଖବର ସେୟାର କରି କଙ୍ଗନା କହିଥିଲେ, “ଗତ କିଛି ଦିନ ହେବ ମୁଁ କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରୁଥିଲି ଏବଂ ମୋ ଆଖିରେ ସ୍ଵଳ୍ପ ଜ୍ଵଳନ ଦେଖାଯାଉଥିଲା। ଗତକାଲି ହିମାଚଳ ଯିବା ଆଶାରେ ମୋର ପରୀକ୍ଷା କରାଯାଇଥିଲା ଏବଂ ଆଜି ଏହାର ଫଳାଫଳ ଆସିଛି। ମୁଁ କୋଭିଡ୍ ପଜିଟିଭ୍ ହେଇଛି। ମୁଁ ନିଜକୁ ସଙ୍ଗରୋଧ କରିଛି। ମୁଁ ଆଦୌ ଜାଣି ନ ଥିଲି ଯେ ଏହି ଜୀବାଣୁ କେବେଠାରୁ ମୋ ଶରୀରରେ ରହି ପାର୍ଟି କରୁଛି। ଯେହେରୁ ବର୍ତ୍ତମାନ ମୁଁ ଏହା ବିଷୟରେ ଜାଣିଗଲିଣି ତେବେ ମୁଁ ଏହାକୁ ଶେଷ କରିଦେବି।”

Advertisment
publive-image
Source : India Tv

କଙ୍ଗନା ଆହୁରି ମଧ୍ୟ ଲେଖିଥିଲେ ଯେ “ଯଦି ତୁମେ ଭୟଭୀତ ହୋଇପଡ଼, ତେବେ ଏହା ତୁମକୁ ଅଧିକରୁ ଅଧିକ ଭୟଭୀତ କରେଇବ। ଚାଲ ଏହି କୋଭିଡ୍-୧୯କୁ ଶେଷ କରିବା। ଏହା ଏକ ଛୋଟ ଫ୍ଲୁ ଛଡା ଆଉ କିଛି ନୁହେଁ, ଯାହାକୁ ଦମନ କରାଯାଇଥିଲା ଏବଂ ବର୍ତ୍ତମାନ ଏହା କିଛି ଲୋକଙ୍କୁ ଗ୍ରାସ କରୁଛି। ହର ହର ମହାଦେବ।”

ଯଦି କଙ୍ଗନାଙ୍କ କାମର କଥା ଆଲୋଚନା କରାଯାଏ ତେବେ ସେ ଫିଲ୍ମ ‘ଥଲାଇଭି’କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। କଙ୍ଗନାଙ୍କ ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇସାରିଛି।

Advertisment

ଫିଲ୍ମଟି ଏପ୍ରିଲରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ କରୋନା ଭାଇରସ ଯୋଗୁଁ ଫିଲ୍ମ ରିଲିଜ ହୋଇନାହିଁ। ନୂଆ ରିଲିଜ୍ ତାରିଖ ମଧ୍ୟ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏହା ବ୍ୟତୀତ ତାଙ୍କୁ ‘ଧାକଡ’ ନାମକ ଏକ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ