Advertisment

କିପରି କରୋନାକୁ ପରାସ୍ତ କଲେ କହିଲେ କଙ୍ଗନା

ମୁମ୍ବାଇ : ବଲିଉଡ୍‌ର ପଙ୍ଗା ଗାର୍ଲ ଭାବେ ପରିଚିତ କଙ୍ଗନା ରାନାୱତ ମଙ୍ଗଳବାର ତାଙ୍କ କରୋନା ନେଗେଟିଭ୍‌ କଥା ସୋସିଆଲ ମିଡିଆରେ କହିଥିଲେ। କିନ୍ତୁ କିଛି ଲୋକ ତାଙ୍କୁ ଏହାର ପ୍ରମାଣ ମାଗିଲେ। ତେବେ ପ୍ରମାଣ ମାଗିଥିବା ଲୋକଙ୍କୁ ବଲିଉଡର ବିବାଦୀୟ…

କିପରି କରୋନାକୁ ପରାସ୍ତ କଲେ କହିଲେ କଙ୍ଗନା
Advertisment

ମୁମ୍ବାଇ : ବଲିଉଡ୍‌ର ପଙ୍ଗା ଗାର୍ଲ ଭାବେ ପରିଚିତ କଙ୍ଗନା ରାନାୱତ ମଙ୍ଗଳବାର ତାଙ୍କ କରୋନା ନେଗେଟିଭ୍‌ କଥା ସୋସିଆଲ ମିଡିଆରେ କହିଥିଲେ। କିନ୍ତୁ କିଛି ଲୋକ ତାଙ୍କୁ ଏହାର ପ୍ରମାଣ ମାଗିଲେ। ତେବେ ପ୍ରମାଣ ମାଗିଥିବା ଲୋକଙ୍କୁ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ନିଜ ଷ୍ଟା‍ଇଲରେ ଟେଷ୍ଟ୍ ରିପୋର୍ଟ ସେୟାର କରି ଲୋକଙ୍କ ମୁହଁ ବନ୍ଦ କରିଦେଲେ। ସୋସିଆଲ ମିଡିଆରେ ସକ୍ରିୟ ଥିବା କଙ୍ଗନା ନିଜକୁ ‘ରାମ ଭକ୍ତ’ ବୋଲି କହିବା ସହ କରୋନା ରିପୋର୍ଟ ଚାହୁଁଥିବା ଲୋକଙ୍କୁ ‘ରାକ୍ଷାସ’ ବୋଲି କହିଥ ରିପୋର୍ଟ ସେୟାର କରିଛନ୍ତି।

Advertisment
publive-image
Source : Times Now

କଙ୍ଗନାଙ୍କୁ ରିପୋର୍ଟ ମାଗୁଥିବା ଲୋକଙ୍କୁ ସେ ମୁହଁତୋଡ ଜବାବ ଦେ‍ଇଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ପେଜ୍‌ରେ ନିଜର ରିପୋର୍ଟ ସେୟାର କରି ଲେଖିଛନ୍ତି ଯେ “ଯେଉଁମାନେ ମତେ ମୋ କରୋନା ଟେଷ୍ଟ୍ ରିପୋର୍ଟ ମାଗୁଛନ୍ତି ସେମାନେ ସବୁ ରାକ୍ଷାସ, କାରଣ ସେମାନେ ଯେଉଁପରି ସାରା ଦୁନିଆଁ ତାଙ୍କୁ ସେହିଭଳି ହିଁ ଲାଗିବ। ସେମାନଙ୍କ ପାଇଁ ଏହି ରିପୋର୍ଟ। ଜଣେ ରାମ ଭକ୍ତ କେବେ ମିଛ କୁହେ ନାହିଁ। ଶ୍ରୀରାମ।”

publive-image

ତେବେ କରୋନାର ଏହି ଦ୍ୱିତୀୟ ଲହରରେ କଙ୍ଗନା ରାନାୱତ୍ ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଥିଲେ। ୧ ମଇରେ ସେ କରୋନା ପଜିଟିଭ୍ ବୋଲି ଜଣାଇଥିଲେ। ଏହାର ପ୍ରାୟ ୧୦ ଦିନ ପରେ ସେ ପ୍ରଶଂସକମାନଙ୍କୁ କହିଥିଲେ ଯେ ସେ କରୋନାଙ୍କୁ ପରାହତ କରିଛନ୍ତି।

Advertisment
publive-image
Source : Nari-Punjab Keshari

କଙ୍ଗନା ତାଙ୍କର ପ୍ରଥମ ପୋଷ୍ଟରେ ଲେଖିଥିଲେ ଯେ ସେ କରୋନାଙ୍କୁ କିପରି ହରା‍ଇଲେ। ଏହା ଉପରେ ସେ ଅନେକ କିଛି କହିବାକୁ ଚାହାଁନ୍ତି, କିନ୍ତୁ କହିବେ ନାହିଁ ବୋଲି କହିଥିଲେ। କିନ୍ତୁ ଏହା ପରେ ସେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ସେ କରୋନାରୁ ମୁକ୍ତି ପାଇବା ପାଇଁ କ’ଣ କ’ଣ କରିଥିଲେ ତାହା କହିଥିଲେ।

Advertisment

ଏହି ଭିଡିଓ ଦେଖିବା ପରେ, ଲୋକମାନେ କଙ୍ଗନାଙ୍କ ପଛରେ ପଡିଯାଇଥିଲେ ଏବଂ ତାଙ୍କୁ କୋଭିଡ୍ ଟେଷ୍ଟ୍ ରିପୋର୍ଟ ମାଗିବା ଆରମ୍ଭ କରିଥିଲେ। ଫଳରେ କଙ୍ଗନା ତାଙ୍କର ଟେଷ୍ଟ୍ ରିପୋର୍ଟ ଇନଷ୍ଟାଗ୍ରାମରେ ସେୟାର କରିଥିଲେ।

publive-image

ତେବେ କଙ୍ଗନା ସେୟାର କରିଥିବା ଭିଡିଓରେ କହିଥିଲେ ଯେ “ଗତଥର ମୁଁ ଯେତେବେଳେ ଘୋଷଣା କରିଥିଲି, କିଛି ଲୋକ ବହୁତ ଆଘାତ ପାଇଥିଲେ, କାରଣ ମୁଁ କହିଥିଲି ଯେ ଏହି ସ୍ୱଳ୍ପାୟୁ  ଭାଇରସ୍‌କୁ ମୁଁ ପରାସ୍ତ କରିଛି। ଏଠାରେ କ’ଣ କୌଣସି ସ୍ୱାଧୀନତା ନାହିଁ। କିଛି ନକାରାତ୍ମକ ଗୋଷ୍ଠୀ ଅତ୍ୟଧିକ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। କିନ୍ତୁ ମୋ ଭଉଣୀ ମତେ କହିଲେ ଯେ ଯଦି ଏହି ଲୋକମାନଙ୍କ କଥାକୁ ଧରାଯାଏ ତେବେ ସେ ତୋମର ନିଶ୍ୱାସ ନେବାକୁ ବି ବନ୍ଦ କରିଦେବେ। ଏହିପରି ଲୋକଙ୍କୁ ପ୍ରାଧାନ୍ୟ ଦିଆଯିବା ଉଚିତ ନୁହେଁ। ମୋ ଭଉଣୀର ଏହି କଥା ପରେ ମୁଁ ଆପଣଙ୍କ ସହିତ ମୋର ଅନୁଭୂତି ବାଣ୍ଟିବାକୁ ଚାହେଁ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ