Advertisment

ଅକ୍ଟୋବର ୩୦ରେ ବାହାହେବେ କାଜଲ୍‌, ଟ୍ୱିଟ୍‌ କରି ଦେଲେ ସୂଚନା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ କାଜଲ ଅଗ୍ରୱାଲ। ଟ୍ୱିଟ୍‌ କରି କାଜଲ୍‌ ତାଙ୍କ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। କାଜଲ୍‌ ଟ୍ୱିଟ୍‌ରେ ଲେଖିଛନ୍ତି, ମୁଁ ଅତ୍ୟନ୍ତ ଖୁସିର ସହ ଏଇଟା କହିବାକୁ ଯାଉଛି ଯେ ମୁମ୍ବାଇରେ ଅକ୍ଟୋବର ୩୦ତାରିଖରେ ମୁଁ ଗୌତମ କିଚଲୁଙ୍କୁ ବିବାହ କରିବି।  କିଛି ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଏହି ବିବାହ ହେବ।  ଏହି କରୋନା ମହାମାରୀ ଆମ ଜୀବନରୁ କିଛି ଖୁସିକୁ ଦୂରେଇ ଦେଇଛି। […]

ଅକ୍ଟୋବର ୩୦ରେ ବାହାହେବେ କାଜଲ୍‌, ଟ୍ୱିଟ୍‌ କରି ଦେଲେ ସୂଚନା

kajjj

Advertisment

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ କାଜଲ ଅଗ୍ରୱାଲ। ଟ୍ୱିଟ୍‌ କରି କାଜଲ୍‌ ତାଙ୍କ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। କାଜଲ୍‌ ଟ୍ୱିଟ୍‌ରେ ଲେଖିଛନ୍ତି, ମୁଁ ଅତ୍ୟନ୍ତ ଖୁସିର ସହ ଏଇଟା କହିବାକୁ ଯାଉଛି ଯେ ମୁମ୍ବାଇରେ ଅକ୍ଟୋବର ୩୦ତାରିଖରେ ମୁଁ ଗୌତମ କିଚଲୁଙ୍କୁ ବିବାହ କରିବି।  କିଛି ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଏହି ବିବାହ ହେବ।  ଏହି କରୋନା ମହାମାରୀ ଆମ ଜୀବନରୁ କିଛି ଖୁସିକୁ ଦୂରେଇ ଦେଇଛି। କିନ୍ତୁ ମୁଁ ମୋ ନୂଆ ଜୀବନ ଆରମ୍ଭ କରିବାର ନିଷ୍ପତ୍ତି ନେଇଛି। ଆଶା ଆଛି ଆପଣମାନଙ୍କ ଭଲ ପାଇବା ଏବଂ ଆଶିର୍ବାଦ ଆମ ସହ ରହିବ।

Advertisment

ମତେ ମୋ ଅଭିନୟ ଯାତ୍ରାରେ ଏତେ ସାରା ଭଲ ପାଇବା ଦେଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ।  ମୁଁ ଆଗକୁ ମଧ୍ୟ ପୂର୍ବ ପରି ଲୋକଙ୍କୁ ମନୋରଞ୍ଜନ କରିଚାଲିବି। ତେବେ ଆଜି ପର୍ଯ୍ୟନ୍ତ ଏତେ ମାତ୍ରାରେ ସହଯୋଗ କରିଥିବାରୁ ଧନ୍ୟବାଦ।

Advertisment

ସୂଚନାଯୋଗ୍ୟ, କାଜୋଲ୍‌ଙ୍କ ଭାବି ସ୍ୱାମୀ ଗୌତମ ଜଣେ ଶିଳ୍ପପତି। ସେ ଡସର୍ଣ୍ଣ ଲିଭିଂ କମ୍ପାନୀର ସିଇଓ ଅଛନ୍ତି। ଏହି କମ୍ପାନୀରେ ଘର ସଜାଇବା ପାଇଁ ବିଭିନ୍ନ ସାମଗ୍ରୀ ମିଳିଥାଏ।

publive-image

ସେପଟେ କାଜଲ୍‌ଙ୍କ ବିବାହ ଖବର ପାଇବା ପରେ ସାଉଥ୍‌ ତଥା ବଲିଉଡ୍‌ର କଳାକାର ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ