Advertisment

ଚର୍ଚ୍ଚାରେ ଜୁବିନ୍‌ଙ୍କ 'ୱାଫା ନା ରାସ୍ ଆଇ'

ନୂଆଦିଲ୍ଲୀ : ବଲିଉଡର ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟକ ଜୁବିନ୍ ନୌଟିୟାଲ୍ ତାଙ୍କର ନୂଆ ଗୀତ ‘ୱାଫା ନା ରାସ୍ ଆଇ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଜୁବିନ୍‌ଙ୍କ ଏହି ଗୀତକୁ ବହୁତ ପସନ୍ଦ କରାଯାଉଛି । ମାତ୍ର ୩ ସପ୍ତାହ ମଧ୍ୟରେ, ଏହି ଗୀତର ଭ୍ୟୁର ସଂଖ୍ୟା ୧୦୦ ମିଲିୟନ୍ ଅତିକ୍ରମ କରିଛି । ଏଭଳି ପରିସ୍ଥିତିରେ, ଜୁବିନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଏହି ଯାଦୁ କରିନାହାଁନ୍ତି, କିନ୍ତୁ ଲୋକମାନେ ଏହା ପ୍ରମାଣ କରିଦେଲେ […]

ଚର୍ଚ୍ଚାରେ ଜୁବିନ୍‌ଙ୍କ 'ୱାଫା ନା ରାସ୍ ଆଇ'
Advertisment

ନୂଆଦିଲ୍ଲୀ : ବଲିଉଡର ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟକ ଜୁବିନ୍ ନୌଟିୟାଲ୍ ତାଙ୍କର ନୂଆ ଗୀତ 'ୱାଫା ନା ରାସ୍ ଆଇ' ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଜୁବିନ୍‌ଙ୍କ ଏହି ଗୀତକୁ ବହୁତ ପସନ୍ଦ କରାଯାଉଛି । ମାତ୍ର ୩ ସପ୍ତାହ ମଧ୍ୟରେ, ଏହି ଗୀତର ଭ୍ୟୁର ସଂଖ୍ୟା ୧୦୦ ମିଲିୟନ୍ ଅତିକ୍ରମ କରିଛି । ଏଭଳି ପରିସ୍ଥିତିରେ, ଜୁବିନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଏହି ଯାଦୁ କରିନାହାଁନ୍ତି, କିନ୍ତୁ ଲୋକମାନେ ଏହା ପ୍ରମାଣ କରିଦେଲେ ଯେ ସେ ଭଲ ଗାଇପାରୁଛନ୍ତି ଏବଂ ଲୋକଙ୍କ ହୃଦୟକୁ ଛୁଇଁ ପାରିଛନ୍ତି।

Advertisment

publive-image

ଏହି ଗୀତର ସଫଳତା ପାଇଁ ଜୁବିନ୍ ପୁରା ଟିମ୍‌କୁ ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି। ଏହି ଗୀତରେ ଅଭିନେତ୍ରୀ ଆରୁଶୀ ନିଶଙ୍କଙ୍କ ସହ ହିମେଶ କୋହଲି ଓ ରୋହିତ ସୁଚାନ୍ତୀ ନଜରକୁ ଆସିବେ। ଟି-ସିରିଜର ଏହି ଗୀତକୁ ମିତ୍ ବ୍ରଦର୍ସ ରଚନା କରିଛନ୍ତି। ଏହି ସୁପରହିଟ୍ ଗୀତ ପାଇଁ ଜୁବିନ୍ ସମସ୍ତଙ୍କୁ ଶ୍ରେୟ ଦେଇଛନ୍ତି।

publive-image

ଜୁବିନ୍‌ଙ୍କ କହିବା କଥା ଯେ ସେ କେବେ ସଂଘର୍ଷ କରି ନାହାଁନ୍ତି, କେବଳ ଯୁଦ୍ଧ କରିଛନ୍ତି। ସେ କୁହନ୍ତି ଯେ “ନଜର କେବଳ ଦେଖିବାର ଯେ ମୁଁ ସଂଘର୍ଷ କରିବି ନା ଲଢେଇ କରିବି। ତେଣୁ ମତେ ଲାଗିଲା ମୋର ଲଢେଇ କରିବାର ଅଛି ସଂଘର୍ଷ କରିବା ଅପେକ୍ଷା। ସଂଗୀତ ଏପରି ଏକ ଲାଇନ୍ ଯଦି ମୁଁ ସଂଘର୍ଷ କରୁଛି, ତେବେ ମୁଁ ବୋଧହୁଏ ଏକ ଭୁଲ୍ ରାସ୍ତାରେ ଅଛି୍। ମୋର ମଜା କରିବାର ଅଛି। ମତେ ଏହାକୁ ଉପଭୋଗ କରିବାର ଅଛି। ଏହି କାରଣରୁ ଏ କ୍ଷେତ୍ରରେ ମୁଁ ସଂଘର୍ଷ କେବେ କରିନି। ଲୋକମାନେ ହୁଏତ ମୋ ଯାତ୍ରାରେ ସଂଘର୍ଷ ଦେଖିଥିବେ, କିନ୍ତୁ ମୁଁ କଦାପି ସଂଘର୍ଷ ଦେଖି ନାହିଁ। ବୋଧହୁଏ ମୁଁ ଆଜି ଏତେ ପ୍ରସିଦ୍ଧ ହୋଇ ନ ଥା'ନ୍ତି, ଯଦି ମୋ ନାମ ସେପରି ହୋଇ ନ ଥାନ୍ତା, ଆଜି ବି ମୁଁ କୋଉ ଏକ କ୍ଲବରେ ବସି ଗିଟାର ବଜାଉଥା’ନ୍ତି । ସଙ୍ଗୀତ ମୋର ଉତ୍ସାହ ଥିଲା ଯେ ବର୍ତ୍ତମାନ ମୋତେ ଏହା କରିବାର ଅଛି ଏବଂ ଏହାରେ ହିଁ ମତେ ମଜା ଆସୁଛି। ଏହା କରିବା ଦ୍ୱାରା ରାତିରେ ମୋର ଭଲ୍ ନିଦ ହେଉଛି। ଏନେଇ ସଂଗୀତରେ ମତେ କୌଣସି ସଂଘର୍ଷ ଦେଖା ଯାଉନାହିଁ। ମତେ ଲାଗୁଛି ଏହା ହେଉଛି ଜୀବନ।”

Advertisment

publive-image

ଜୁବିନ ତାଙ୍କର ଅନେକ ଗୀତରେ ନିଜେ ଅଭିନୟ କରୁଥିବା ଦେଖିବାକୁ ମିଳେ। କିନ୍ତୁ ସେ କହିଛନ୍ତି ଯେ ସେ ଫିଲ୍ମରେ ଅଭିନୟ କରିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ସେ କୁହନ୍ତି, “ମୋର ଚଳଚ୍ଚିତ୍ର ସେହିଭଳି ଅଭିନୟ କରିବାର କୌଣସି ଇଛା ନାହିଁ । ମତେ ଆଜି ବି ସେତିକି ଭୟ ଲାଗୁଛି ପ୍ରଥମ ଭିଡିଓ କରିବା ପୂର୍ବରୁ ଯେତିକି ଭୟ ଲାଗୁଥିଲା। ଆଜି ବି ଯଦି ନିର୍ଦ୍ଦେଶକ ଦେଖିବା ସମୟରେ କିଛି କୁହନ୍ତି, ତେବେ ମୁଁ ଟିକେ ବିବ୍ରତ ହୋ‍ଇଯାଏ। ମୁଁ କେବଳ ମୋର ମ୍ୟୁଜିକ୍ ଭିଡିଓ ପାଇଁ ଅଭିନୟ କରୁଛି ଏବଂ ଏହି ଲକ୍ଷ୍ୟ ହିଁ ସବୁବେଳେ ମୋର ହେବ।”

ଏହି ଅବସରରେ ଜୁବିନ୍ ମଧ୍ୟ ଲୋକଙ୍କୁ ଆବେଦନ କରିଛନ୍ତି ଯେ, “ଯେହେତୁ ଆପଣ ସମସ୍ତେ ଜାଣନ୍ତି ଯେ କରୋନା ପରିସ୍ଥିତି ଅତ୍ୟନ୍ତ ଦୟନୀୟ ଏବଂ ଏଥିରୁ କିପରି ରକ୍ଷା ମିଳିବ, ଏହାକୁ କିପରି ଏଡାଇ ହେବ ସମସ୍ତେ ଜାଣନ୍ତି। ତେବେ ସମସ୍ତେ ଦାୟିତ୍ୱବାନ ନାଗରିକ ହେବାର ସମୟ ଆସିଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ