Advertisment

ଜୟା ପ୍ରଦାଙ୍କ ଖୁଲାସା : ଶତ୍ରୁଘ୍ନ ସିହ୍ନା କଞ୍ଜୁସ୍ ଥିଲେ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା କଳାକାରମାନଙ୍କ ବିଷୟରେ କଥାବାର୍ତ୍ତା କଲେ ଜୟା ପ୍ରଦାଙ୍କୁ ଛାଡିହେବନି। ସେ ତାଙ୍କ କର୍ମମୟ ଜୀବନ ଭିତରେ ଅନେକ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ତାଙ୍କର ବଲିଉଡ୍ ଜଗତକୁ ଅବଦାନକୁ ନେ‍ଇ ସେ ଆଜି ବି ସ୍ମରଣୀୟ। ଗୋଟେ ସମୟରେ ଜୟା ସିନେ ଜଗତରେ ଆଗ ଧାଡିର ଅଭିନେତ୍ରୀମାନଙ୍କ ଭିତରେ ଗଣାଯାଉଥିଲେ। ବଲିଉଡର ପ୍ରାୟ ସବୁ ବଡ ବଡ ହୀରୋଙ୍କ ସହିତ ଜୟା କାମ କରିଛନ୍ତି। ଏବେ ଏବେ ଜୟା ପ୍ରଦା ଇଣ୍ଡିଆନ୍ ଆଇଡଲ୍-୧୨ରେ ପହଞ୍ଚିଥିଲେ। […]

ଜୟା ପ୍ରଦାଙ୍କ ଖୁଲାସା : ଶତ୍ରୁଘ୍ନ ସିହ୍ନା କଞ୍ଜୁସ୍ ଥିଲେ

3

Advertisment

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା କଳାକାରମାନଙ୍କ ବିଷୟରେ କଥାବାର୍ତ୍ତା କଲେ ଜୟା ପ୍ରଦାଙ୍କୁ ଛାଡିହେବନି। ସେ ତାଙ୍କ କର୍ମମୟ ଜୀବନ ଭିତରେ ଅନେକ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ତାଙ୍କର ବଲିଉଡ୍ ଜଗତକୁ ଅବଦାନକୁ ନେ‍ଇ ସେ ଆଜି ବି ସ୍ମରଣୀୟ। ଗୋଟେ ସମୟରେ ଜୟା ସିନେ ଜଗତରେ ଆଗ ଧାଡିର ଅଭିନେତ୍ରୀମାନଙ୍କ ଭିତରେ ଗଣାଯାଉଥିଲେ। ବଲିଉଡର ପ୍ରାୟ ସବୁ ବଡ ବଡ ହୀରୋଙ୍କ ସହିତ ଜୟା କାମ କରିଛନ୍ତି। ଏବେ ଏବେ ଜୟା ପ୍ରଦା ଇଣ୍ଡିଆନ୍ ଆଇଡଲ୍-୧୨ରେ ପହଞ୍ଚିଥିଲେ। ଗଲା ସପ୍ତାହରେ ତାଙ୍କୁ ସ୍ପେଶାଲ୍ ଏପିଶୋଡ୍, ଇଣ୍ଡିଆନ୍ ଆଇଡଲ୍‌-୧୨ରେ ଦେଖିବାକୁ ମିଳିଥିଲା। ଏହି ମୌକାରେ ଜୟା ନାଚିବା, ଗାଇବା ଓ ମସ୍ତିକରିବା ସହିତ ନିଜ ସହକଳାକାରମାନଙ୍କ ଖୁଲାସା ମଧ୍ୟ କରିଥିଲେ। ସେ କହିଥିଲେ ଯେ, ସିନେମା ‘ଶରାବୀ’ର ଗୀତ ସୁଟିଂ ବେଳେ କିପରି ଅମିତାଭ ବଚ୍ଚନଙ୍କ ହାତ ପୋଡିଯାଇଥିଲା। ଏହାକୁ ଲୁଚାଇବା ପାଇଁ ସେ ଆଉ ଏକ ନୂଆ ଡ୍ୟାନ୍ସ ଷ୍ଟେପ୍ କରିଦେଇଥିଲେ। ଖାଲି ଏତିକି ନୁହେଁ ଏହି ଅବସରରେ ଜୟା ମଧ୍ୟ ଧର୍ମେନ୍ଦ୍ର ଓ ଶତ୍ରୁଘ୍ନ ସିହ୍ନାଙ୍କୁ ନେଇ ମଧ୍ୟ ମଜାଦାର ଖୁଲାସା କରିଥିଲେ।

Advertisment

publive-image

ଇଣ୍ଡିଆଲ୍ ଆଇଡଲ୍ ସୀଜନ୍ ୧୨ର ହୋଷ୍ଟ୍ ଜୟ ଭାନୁଶାଲୀ ଜୟା ପ୍ରଦାଙ୍କ ପାଇଁ ଏକ ଖେଳ ରଖିଥିଲେ, ଯେଉଁଥିରେ ତାଙ୍କର ୬ ଜଣ କୋ-ଷ୍ଟାର୍ ଧର୍ମେନ୍ଦ୍ର, ରାଜେଶ୍ ଖାନା, ଜୀତେନ୍ଦ୍ର, ଅମିତାଭ ବଚ୍ଚନ, ଶତ୍ରୁଘ୍ନ ସିହ୍ନା ଓ ଋଷି କପୁର ସାମିଲ ଥିଲେ। ଏହା ପରେ ସେ ଜୟାଙ୍କୁ ଏହି ହୀରୋମାନଙ୍କ ବିଷୟରେ ଗୋଟେ ମଜ୍ଜାଳିଆ ପ୍ରଶ୍ନ ପଚାରିଥିଲେ।

publive-image

ହୋଷ୍ଟ୍ ଜୟ ଜୟା ପ୍ରଦାଙ୍କୁ ପଚାରିଥିବା ପ୍ରଶ୍ନଟି ଏଇଆ ଥିଲା ଯେ ଏହି ହୀରୋମାନଙ୍କ ମଧ୍ୟରୁ ରୋମାଣ୍ଟିକ୍ ଦୃଶ୍ୟ ବେଳେ କାହାର ସବୁଠାରୁ ବେଶି ଝାଳ ବାହାରୁ ଥିଲା। ଏହା ଉପରେ ଜୟା କିଛି ଭାବିବା ପରେ ଧର୍ମେନ୍ଦ୍ରଙ୍କ ନାମ ନେଇଥିଲେ। ସେ କହିଥିଲେ ଯେ “ଧରମ ଜୀ, ହୀରୋ ଠାରୁ ମତେ ବେଶି ବନ୍ଧୁ ଭଳି ଲାଗୁଥିଲେ। କିନ୍ତୁ ସେ ଯାହା ସବୁ ରିହର୍ସଲରେ କରୁଥିଲେ ସେ ସବୁ ତାଙ୍କର ଟେକ୍‌ରେ ହୁଏନି। ଟେକ୍‌ରେ ସେ ଅନ୍ୟ କିଛି କରିଦିଅନ୍ତି।”

Advertisment

publive-image

ଏହା ପରେ ଜୟ ଭାନୁଶାଲୀ ଆହୁରି ଏକ ମଜ୍ଜାଳିଆ ପ୍ରଶ୍ନ ପଚାରିବାକୁ ଯାଇ କହିଲେ ଯେ ଏହି ଛଅ ହୀରୋମାନଙ୍କ ମଧ୍ୟରେ କିଏ ବେଶୀ କଞ୍ଜୁସ୍ ଥିଲେ? ଏହି ପ୍ରଶ୍ନର ଉତ୍ତରକୁ ଜୟା ଟିକେ ଭିନ୍ନ ଢଙ୍ଗରେ ଦେଇଥିଲେ। ସେ ସିଧା ସଳଖ ନାମ ନ ନେଇ ଖାଲି ଏତିକି କହିଥିଲେ ଯେ ‘ଖାମୋଶ୍’ ଯାହା ଶତ୍ରୁଘ୍ନ ସିହ୍ନାଙ୍କର ଜଣାଶୁଣା ସଂଳାପ ଥିଲା। ପ୍ରକାଶ ଥାଉକି ଜୟା ପ୍ରଦାଙ୍କ ପାଇଁ ଇଣ୍ଡିଆନ୍ ଆଇଡଲ୍-୧୨ର ପ୍ରତିଯୋଗୀମାନଙ୍କର ପ୍ରଦର୍ଶନ ବହୁତ ଦମଦାର ଥିଲା। ଜୟା ପ୍ରତିଯୋଗୀମାନଙ୍କ ସହ ମସ୍ତି କରିବା ସହିତ ଭାବୁକ ହୋଇ କାନ୍ଦି ମଧ୍ୟ ପକେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ