Advertisment

ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ମଡେଲ୍‌ଙ୍କ ସାଂଘାତିକ ଅଭିଯୋଗ‌, କହିଲେ-ମୋତେ ଛୁଇଁବା ପାଇଁ ପ୍ରୟାସ କରିଥିଲେ...

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଜଣେ ମଡେଲ୍ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଫିଲ୍ମରେ ଅଭିନୟ ଦେବା ବଦଳରେ ତାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା ମଡେଲ୍‌ ପାଉଲା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଣି ପାଉଲା କହିଛନ୍ତି, ଫିଲ୍ମ ‘ହାଉସ୍‌ଫୁଲ୍‌’ରେ ଅଭିନୟ ଦେବା ବଦଳରେ ସାଜିଦ୍‌ ତାଙ୍କ ସହ ଯୌନ ଉତ୍ପୀଡ଼ନ କରିଥିଲେ। ସେତେବେଳେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିଲା ବୋଲି ପାଉଲା କହିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ କରି ଏହି ଭାରତୀୟ […]

ଅଦ୍ୟତନ ହୋଇଛି
ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ମଡେଲ୍‌ଙ୍କ ସାଂଘାତିକ ଅଭିଯୋଗ‌, କହିଲେ-ମୋତେ ଛୁଇଁବା ପାଇଁ ପ୍ରୟାସ କରିଥିଲେ...

sajid khan

Advertisment

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଜଣେ ମଡେଲ୍ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଫିଲ୍ମରେ ଅଭିନୟ ଦେବା ବଦଳରେ ତାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା ମଡେଲ୍‌ ପାଉଲା ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ଆଣି ପାଉଲା କହିଛନ୍ତି, ଫିଲ୍ମ ‘ହାଉସ୍‌ଫୁଲ୍‌’ରେ ଅଭିନୟ ଦେବା ବଦଳରେ ସାଜିଦ୍‌ ତାଙ୍କ ସହ ଯୌନ ଉତ୍ପୀଡ଼ନ କରିଥିଲେ। ସେତେବେଳେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିଲା ବୋଲି ପାଉଲା କହିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ କରି ଏହି ଭାରତୀୟ ମଡେଲ୍‌, ସାଜିଦ୍‌ଙ୍କ ବିରୋଧରେ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଣି ପାଉଲା କହିଛନ୍ତି, ‘ସାଜିଦ୍‌ ତାଙ୍କୁ ଛୁଇଁବା ପାଇଁ ପ୍ରୟାସ କରିଥିଲେ ଓ ତାଙ୍କ ସାମ୍ନାରେ ଡ୍ରେସ୍‌ ଓହ୍ଲାଇବା ପାଇଁ ମଧ୍ୟ କହିଥିଲେ। ଫିଲ୍ମ ‘ହାଉସ୍‌ଫୁଲ୍‌’ରେ ଅଭିନୟ ଦେବା ବଦଳରେ ଏସବୁ କରିବା ପାଇଁ ସେ ତାଙ୍କୁ କହିଥିଲେ ବୋଲି ଅଭିଯୋଗ ଆଣି ପାଉଲା ଏହା କହିଛନ୍ତି।

Advertisment

ସେ ଆହୁରି ଅଭିଯୋଗ ଆଣି କହିଛନ୍ତି, ‘ମୁଁ ଜାଣିନି ସେ ଏମିତି ଆଉ କେତେଜଣ ଯୁବତୀଙ୍କ ସହ କରିଥିବେ, ଯେମିତି ସେ ମୋ ସହ କରିଥିଲେ। ସାଜିଦ୍‌ ଖାନ୍‌ଙ୍କ ଭଳି ଲୋକଙ୍କ ବିରୋଧରେ ଖାଲି କାଷ୍ଟିଂ କାଉଚ୍‌ ନୁହେଁ ବରଂ ସ୍ୱପ୍ନ ଭାଙ୍ଗି ଦେବା ଭଳି ଅଭିଯୋଗରେ ଜେଲ୍‌ରେ ଭର୍ତ୍ତି କରିଦେବା ଉଚିତ୍‌।

#MeToo ମୁଭ୍‌ମେଣ୍ଟ୍‌ ସମୟରେ ଏହି ଘଟଣାକୁ ନେଇ ଚୁପ୍‌ ରହିବା ସମ୍ପର୍କରେ ପାଉଲା କହିଛନ୍ତି, ‘ଯେତେବେଳେ #MeToo ମୁଭ୍‌ମେଣ୍ଟ୍ ଆରମ୍ଭ ହୋଇଥିଲା, ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଅନେକ ଜଣ ମୁହଁ ଖୋଲିଥିଲେ। ହେଲେ ମୁଁ ସେତେବେଳେ ଏଥିପାଇଁ ଚୁପ୍‌ ରହିଥିଲି, କାରଣ ମୋର କେହି ଗଡ୍‌ଫାଦର ନଥିଲେ ଓ ପରିବାର ପାଇଁ ମୋତେ ଅର୍ଥ ଉପାର୍ଜନ କରିବାର ଥିଲା। ହେଲେ ଏବେ ଏଥିପାଇଁ ମୁହଁ ଖୋଲିଲି, କାରଣ ଏବେ ମୋ ସାଙ୍ଗରେ ମୋ ବାପା-ମା’ ନାହାନ୍ତି।’

Advertisment
View this post on Instagram

🙏🏼 Before democracy dies and there is no freedom of speech anymore I thought I should speak !

A post shared by Dimple paul (@paulaa__official) on

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ୨୦୧୮ରେ ଦେଶରେ ହୋଇଥିବା #MeToo ମୁଭ୍‌ମେଣ୍ଟ୍‌ରେ ବଲିଉଡ୍‌ର ଅନେକ ଅଭିନେତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ମଧ୍ୟ ୩ଜଣ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଅଭିଯୋଗ ଆସିବା ପରେ  ଫିଲ୍ମ ହାଉସ୍‌ଫୁଲ୍‌ ୪ର ନିର୍ମାତା ଫିଲ୍ମର ନିର୍ଦ୍ଦେଶକ ଭାବେ ସାଜିଦ୍‌ଙ୍କ ନାମ ହଟାଇ ଦେଇଥିଲେ। ହେଲେ ଏବେ ପୁଣିଥରେ ସାଜିଦ୍‌ଙ୍କ ଉପରେ ଏଭଳି ଅଭିଯୋଗ ଆସିବା ପରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ