Advertisment

ପାରମ୍ପରିକ ପୋଷାକରେ ଆବ୍ସ ଦେଖେଇଲେ ଇବ୍ରାହିମ

ମୁମ୍ବାଇ: ବଲିଉଡର ପ୍ରାୟ ସବୁ କଳାକାରଙ୍କ ପିଲାମାନେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରୁଥିବା ବେଳେ ଆଜିଯାଏ ସୈଫ୍ ଅଲୀ ଖାନଙ୍କ ପୁଅ ଇବ୍ରାହିମ ଖାନ ଏଥିରୁ ଦୂରରେ ଅଛନ୍ତି। ସେ କିନ୍ତୁ ମଡେଲ୍ ଦୁନିଆରେ ବେଶ ଚଳଚଞ୍ଚଳ ଥିବାବେଳେ ରଙ୍ଗମଞ୍ଜରୁ ଦୂରରେ ନାହାନ୍ତି। ଆଗାମୀ ଦିନରେ ଇବ୍ରାହିମ ବଲିଉଡରେ ପାଦ ରଖିପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଛି। ତାଙ୍କର ଲୁକ୍ସ ଓ ଫିଟନେସ୍ ନେଇ ସେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଚେହେରାକୁ ନେଇ ଲୋକେ […]

ପାରମ୍ପରିକ ପୋଷାକରେ ଆବ୍ସ ଦେଖେଇଲେ ଇବ୍ରାହିମ

Ibrahim

Advertisment

ମୁମ୍ବାଇ: ବଲିଉଡର ପ୍ରାୟ ସବୁ କଳାକାରଙ୍କ ପିଲାମାନେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରୁଥିବା ବେଳେ ଆଜିଯାଏ ସୈଫ୍ ଅଲୀ ଖାନଙ୍କ ପୁଅ ଇବ୍ରାହିମ ଖାନ ଏଥିରୁ ଦୂରରେ ଅଛନ୍ତି। ସେ କିନ୍ତୁ ମଡେଲ୍ ଦୁନିଆରେ ବେଶ ଚଳଚଞ୍ଚଳ ଥିବାବେଳେ ରଙ୍ଗମଞ୍ଜରୁ ଦୂରରେ ନାହାନ୍ତି। ଆଗାମୀ ଦିନରେ ଇବ୍ରାହିମ ବଲିଉଡରେ ପାଦ ରଖିପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଛି। ତାଙ୍କର ଲୁକ୍ସ ଓ ଫିଟନେସ୍ ନେଇ ସେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଚେହେରାକୁ ନେଇ ଲୋକେ ପାଗଳ ହୋଇଯାଉଛନ୍ତି।  ଏବେ ଏବେ ଡିଜାଇନର୍ ଅବୁ ଜାନୀ ଓ ସନ୍ଦୀପ ଖୋସଲା ଇବ୍ରାହିମଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ସେଆର କରିଛନ୍ତି ଯାହା କ୍ଷୀପ୍ର ବେଗରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ପସନ୍ଦ କରିବା ସହିତ ‍ଇବ୍ରାହିମଙ୍କୁ ବଡ ପରଦାରେ ଦେଖିବା ପା‍ଇଁ ମଧ୍ୟ ଆଶା ପୋଷଣ କରିଛନ୍ତି।

Advertisment

publive-image

ଏହି ଫଟୋରେ ଇବ୍ରାହିମ ଅବୁ ଜାନୀ ଓ ସନ୍ଦୀପ ଖୋସଲାଙ୍କ ଡିଜାଇନ ପାରମ୍ପରିକ ଜ୍ୟାକେଟ ପିନ୍ଧିଥିବା ଦେଖାଯାଏ। ଫଟରେ ଇବ୍ରାହିମ ପଟୋଲା ମିରର କାରୁକାର୍ଯ୍ୟ ଖୋଲା ଜ୍ୟାକେଟ୍ ପରିଧାନ କରିଛନ୍ତି। ଇବ୍ରାହିମଙ୍କ ଏହି ଲୁକକୁ ଆହୁରି ଆକର୍ଷଣ କରୁଛି ବ୍ଲୁ ପଠାନୀ ସାଲୱାର। ଏହାକୁ ଦେଖି ତାଙ୍କ ତୁଳନା ପିତା ସୈଫ୍ ଅଲୀ ଖାନଙ୍କ ସହିତ ହେବା ଆରମ୍ଭ ହୋଇଯାଇଛି।

ଅନେକ ଯୁଜର୍ସ କମେଣ୍ଟ ମାଧ୍ୟମରେ ଇବ୍ରାହିମଙ୍କ ବହୁତ ତାରିଫ କରିବାରେ ଲାଗିଛନ୍ତି। ତାଙ୍କର ଅନେକ ମହିଳା ପ୍ରଶଂସକ ଥିବା ବେଳେ ସେମାନେ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି। ସେମୋନେ ମଧ୍ୟ ଇବ୍ରାହିମଙ୍କ ଏହି ଲୁକ୍ସକୁ ଖୁବ ପସନ୍ଦ କରୁଥିବା ଦେଖାଯାଉଛି। ଫଟୋରେ ଖାଲି ଡ୍ରେସ ନୁହେଁ ଆହୁରି ଏଭଳି କିଛି ଅଛି ଯେଉଁ କାରଣରୁ ଇବ୍ରାହିମଙ୍କ ଏହି ଫଟୋ ଚର୍ଚ୍ଚାର ପରିସରକୁ ଆସିଛି, ତାହା ହେଲା ତାଙ୍କର ୮ ପ୍ୟାକ୍ ଆବ୍ସ। ସେ ଅତ୍ୟନ୍ତ ଗର୍ବର ସହ ତାଙ୍କ ଆବ୍ସକୁ ଦେଖେଇଛନ୍ତି ଏହି ଫଟୋରେ। ଏହା ତାଙ୍କର ଫିଟନେସକୁ ପ୍ରମାଣିତ କରିବା ସହିତ ତାଙ୍କ ପ୍ରଶଂସକମାନଙ୍କୁ ଲୋଭରେ ପକେଇଦେଉଛି।

Advertisment

୨୦ ବର୍ଷର ଇବ୍ରାହିମଙ୍କ ଏହି ଫଟୋ ଦେଖି ଯୁଜର୍ସମାନେ ଖୁସି ହୋଇପଡିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବେଳେ ଅନେକ ତାଙ୍କୁ ସିନେମାରେ ଦେଖିବା ପାଇଁ ଇଛୁକ ଥିବା କମେଣ୍ଟରେ କହିଛନ୍ତି। ତେବେ ଆଗାମୀ ଦିନ କହିବ ସେ କେବେ ସିନେମାକୁ ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ