Advertisment

ଦୁର୍ଘଟଣାର ଶିକାର ହେଲେ ଗୋବିନ୍ଦାଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ଆହୁଜା ଦୁର୍ଘଟଣାର ଶିକାର ହୋଇଛନ୍ତି। କାର୍‌ରେ ଯାଉଥିବାବେଳେ ବୁଧୁବାର ରାତିରେ ଦୁର୍ଘଟଣା ଘଟିଥିବା ନେଇ ସୋସିଆଲ୍‌ ମିଡିଆରେ ଖବର ପ୍ରଚାରିତ ହୋଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ବୁଧବାର ରାତି ସାଢ଼େ ୮ଟା ସମୟରେ ମୁମ୍ବାଇରେ ଏହି ଦୁର୍ଘଟଣା ଘଟିଥିଲା। ୟଶବର୍ଦ୍ଧନ କାର୍‌ରେ ଯାଉଥିବାବେଳେ ହଠାତ୍‌ ଆଉ ଏକ କାର୍‌ ଆସି ତାଙ୍କ କାର୍‌କୁ ଧକ୍କା ଦେଇଥିଲେ। ଏହି ସମୟରେ ୟଶବର୍ଦ୍ଧନ ଗାଡ଼ିରେ ଡ୍ରାଇଭରଙ୍କ ସହ ଥିଲେ। ମିଳିଥିବା […]

ଦୁର୍ଘଟଣାର ଶିକାର ହେଲେ ଗୋବିନ୍ଦାଙ୍କ ପୁଅ

govinda

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ଆହୁଜା ଦୁର୍ଘଟଣାର ଶିକାର ହୋଇଛନ୍ତି। କାର୍‌ରେ ଯାଉଥିବାବେଳେ ବୁଧୁବାର ରାତିରେ ଦୁର୍ଘଟଣା ଘଟିଥିବା ନେଇ ସୋସିଆଲ୍‌ ମିଡିଆରେ ଖବର ପ୍ରଚାରିତ ହୋଇଛି।

Advertisment

ଏହି ରିପୋର୍ଟରେ କୁହାଯାଇଛି ଯେ, ବୁଧବାର ରାତି ସାଢ଼େ ୮ଟା ସମୟରେ ମୁମ୍ବାଇରେ ଏହି ଦୁର୍ଘଟଣା ଘଟିଥିଲା। ୟଶବର୍ଦ୍ଧନ କାର୍‌ରେ ଯାଉଥିବାବେଳେ ହଠାତ୍‌ ଆଉ ଏକ କାର୍‌ ଆସି ତାଙ୍କ କାର୍‌କୁ ଧକ୍କା ଦେଇଥିଲେ। ଏହି ସମୟରେ ୟଶବର୍ଦ୍ଧନ ଗାଡ଼ିରେ ଡ୍ରାଇଭରଙ୍କ ସହ ଥିଲେ।

ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାକୁ ନେଇ ଗୋବିନ୍ଦା କହିଛନ୍ତି, ଯେତେବେଳେ ତାଙ୍କ ପୁଅ ୟଶବର୍ଦ୍ଧନ କାର୍‌ରେ ଯାଉଥିଲେ, ଏହି ସମୟରେ ହଠାତ୍‌ ଏକ କାର୍ ସାମ୍ନାପଟୁ‌ ଆସି ୟଶବର୍ଦ୍ଧନଙ୍କ କାର୍‌କୁ ଧକ୍କା ଦେଇଥିଲା। ବର୍ତ୍ତମାନ ୟଶବର୍ଦ୍ଧନ ଓ ଡ୍ରାଇଭର ଉଭୟ ସୁରକ୍ଷିତ ଅଛନ୍ତି। କେବଳ ତାଙ୍କ ହାତରେ ଆଘାତ ଲାଗିଛି। ଦୁର୍ଘଟଣାରେ କାର୍‌ ସାମାନ୍ୟ‌ କ୍ଷତିଗ୍ରସ୍ତ ହୋଇଛି।

Advertisment

ଏହି ଘଟଣାକୁ ନେଇ ପୁଲିସ୍‌ କୌଣସି ଅଭିଯୋଗ ହୋଇନଥିବା ଗୋବିନ୍ଦା କହିଛନ୍ତି। କାରଣ ଏହି ଘଟଣା ପାଇଁ ଦୁର୍ଘଟଣା ଘଟାଇଥିବା କାର୍‌ର ଡ୍ରାଇଭର କ୍ଷମା ପ୍ରାର୍ଥନା କରିଥିବାରୁ ସେମାନେ ଏ ନେଇ ପୁଲିସ୍‌ରେ କୌଣସି ଅଭିଯୋଗ କରି ନାହାନ୍ତି।

ଦୁର୍ଘଟଣାପରେ ଖବର ପାଇ ଘଟଣାସ୍ଥଳକୁ ଗୋବିନ୍ଦା ଯାଇଥିଲେ ବୋଲି ସୂଚନା ମିଳିଛି। ସେଠାରେ ପହଞ୍ଚି ସେ, ସ୍ଥାନୀୟ ଲୋକଙ୍କ ସହ ଏ ନେଇ କଥାବାର୍ତ୍ତା ମଧ୍ୟ ହୋଇଥିଲେ ବଲି ଜଣାପଡ଼ିଛି।

Advertisment

ଆହୁରି ପଢ଼ନ୍ତୁ:ଟିକ୍‌ଟକ୍‌ କୁଇନ୍‌ ସିୟାଙ୍କ ଆତ୍ମହତ୍ୟା

Govinda Son Govinda Son Car Accident Govinda Son Car Accident News Govinda's Son Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ