Advertisment

From Pitch To Forever : ଖାଲି ଷ୍ଟାଡିୟମରେ ପଲାଶ ମୁଛଲ ଓ ସ୍ମୃତି ମନ୍ଧାନା , ଭିଡିଓ ହେଲା ଭାଇରାଲ....ଜାଣନ୍ତୁ ଫ୍ୟାନ୍ସ କଣ କହୁଛନ୍ତି

ପଲାଶ ମୁଛଲ ଓ ସ୍ମୃତି ମନ୍ଧାନା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବିବାହ ପୂର୍ବରୁ ପଲାଶ ମୁଛଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ କ୍ରିକେଟ ମୈଦାନରେ ଗୋଡ଼ ମାଡ଼ି ବସି ଗର୍ଲଫ୍ରେଣ୍ଡ ସ୍ମୃତି ମନ୍ଧାନାଙ୍କୁ ପ୍ରପୋଜ୍ କରୁଥିବାର ଦେଖାଯାଉଛି।

palash-muchhal-proposes

palash-muchhal-proposes Photograph: (OTV)

Advertisment

ପଲାଶ ମୁଛଲ ଓ ସ୍ମୃତି ମନ୍ଧାନା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବିବାହ ପୂର୍ବରୁ ପଲାଶ ମୁଛଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ କ୍ରିକେଟ ମୈଦାନରେ ଗୋଡ଼ ମାଡ଼ି ବସି ଗର୍ଲଫ୍ରେଣ୍ଡ ସ୍ମୃତି ମନ୍ଧାନାଙ୍କୁ ପ୍ରପୋଜ୍ କରୁଥିବାର ଦେଖାଯାଉଛି। ଏହି ଭିଡିଓଟି ମୁମ୍ବାଇର ଡିୱାଈ ପାଟିଲ ଷ୍ଟାଡିୟମର। ଭିଡିଓରେ ଦୁହେଁ ବହୁତ ଇମୋସନାଲ ହୋଇଯାଉଥିବା ଦେଖାଯାଉଛି। ଭିଡିଓ ଦେଖି ଫ୍ୟାନ୍ସମାନେ ମଧ୍ୟ ଭଲପାଇବାର ବର୍ଷା କରୁଛନ୍ତି। 

Advertisment

ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ୨୩ ନଭେମ୍ବରରେ ପଲାଶ ମୁଛଲଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି। ବିବାହ ପୂର୍ବରୁ ପଲାଶ ମୁଛଲ ସ୍ମୃତି ମନ୍ଧାନାଙ୍କୁ ପ୍ରପୋଜ୍ କରିଛନ୍ତି । ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଭିଡିଓଟି ଆରମ୍ଭ ହୋଇଛି ପଲାଶ ଓ ସ୍ମୃତି ଡିୱାଈ ପାଟିଲ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଥିବା ଦୃଶ୍ୟରୁ। ସ୍ମୃତିଙ୍କ ଆଖିରେ ପଟି ବନ୍ଧା ଥିଲା। ଯେମିତି ସ୍ମୃତି ଆଖିର ପଟି ଖୋଲିଛନ୍ତି, ଠିକ୍ ସେହି ମୁହୂର୍ତ୍ତରେ ପଲାଶ ଗୋଲାପ ଫୁଲ ଓ ମୁଦି ପିନ୍ଧାଇ ପ୍ରପୋଜ୍ କରୁଛନ୍ତି। ଏହା ଦେଖି ସ୍ମୃତି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ତାଙ୍କ ଆଖିରେ ଲୁହ ଆସିଯାଇଛି । ପଲାଶ ମୁଚ୍ଛଲ ଏବଂ ସ୍ମୃତି ମନ୍ଧାନା ୨୦୧୯ରୁ ଡେଟ କରୁଛନ୍ତି। ସେମାନଙ୍କୁ ଅନେକ ଥର ଏକାଠି ଦେଖାଯାଇଛି।

ଭାରତୀୟ କ୍ରିକେଟର ଭାବେ ସ୍ମୃତି ମନ୍ଧାନା କେତେ ଟଙ୍କା ଆୟ କରନ୍ତି? ତାଙ୍କ ପାଖରେ କେତେ ସମ୍ପତ୍ତି ରହିଛି? 

Advertisment

ଧାର୍ଯ୍ୟ ମ୍ୟାଚ୍‌ ଫି’: ବାମହାତୀ ଓପନିଂ ବ୍ୟାଟର ମନ୍ଧାନାଙ୍କୁ ଟେଷ୍ଟ ମ୍ୟାଚ୍‌ ପିଛା ୧୫ ଲକ୍ଷ, ଦିନିକିଆ ମ୍ୟାଚ୍‌ ପାଇଁ ୬ ଲକ୍ଷ ଓ ଟି-୨୦ ମ୍ୟାଚ୍‌ ପାଇଁ ୩ ଲକ୍ଷ ଟଙ୍କା ମିଳିଥାଏ।
ବିସିସିଆଇ ସେଣ୍ଟ୍ରାଲ ଚୁକ୍ତି: ପୁରୁଷ କ୍ରିକେଟ ଟିମର ଖେଳାଳିଙ୍କ ମ୍ୟାଚ୍‌ ଫି’ ସହ ମହିଳାଙ୍କ ମ୍ୟାଚ୍‌ ଫି’ ସମାନ। ନିକଟରେ ବିସିସିଆଇ ଏପରି ନିୟମ ଲାଗୁ କରିଛି। ମ୍ୟାଚ୍‌ ଫି’ ବ୍ୟତୀତ ମନ୍ଧାନା କେନ୍ଦ୍ରୀୟ ଚୁକ୍ତିର ଏ ଗ୍ରେଡରେ ରହିଛନ୍ତି। ଏଥିପାଇଁ ବୋର୍ଡ ପକ୍ଷରୁ ତାଙ୍କୁ ବାର୍ଷିକ ୫୦ ଲକ୍ଷ ଟଙ୍କା ମିଳିଥାଏ।

WPL ଆୟ: ଭାରତୀୟ ମହିଳା କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ ଦାମୀ ଖେଳାଳି ହେଉଛନ୍ତି ମନ୍ଧାନା। ମହିଳା ପ୍ରିମିୟର ଲିଗ ବା WPLରେ ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରେକର୍ଡ ୩.୪ କୋଟି ଟଙ୍କାରେ କିଣିଛି। ଏହି ଅର୍ଥ ତାଙ୍କୁ ବିଶ୍ୱର ଅନ୍ୟତମ ଦାମୀ ଖେଳାଳିର ପରିଚୟ ଦେଇଛି। ତାଙ୍କ କ୍ୟାପ୍ଟେନ୍ସିରେ ଆରସିବି WPL ଟାଇଟଲ ମଧ୍ୟ ଜିତିଥିଲା। 

Advertisment

ବିଜ୍ଞାପନ: ହୁଣ୍ଡାଇ, ହିରୋ, ରେଡ ବୁଲ, ଗାରନିୟର, ନାଇକ, ମାଷ୍ଟରକାର୍ଡ, ହାଭେଲ୍ସ, ୱାରଙ୍ଗଲେର, ଗଲ୍ଫ ଅଏଲ, ବାଟା ପାୱାର, ହରବାଲ ଲାଇଫ, ପିଏନବି ମେଟଲାଇଫ, ଇକ୍ୟୁଟାସ ବ୍ୟାଙ୍କ, ରେକ୍ସୋନା, ଏସ୍‌ବିଆ ଓ ୟୁନିସେଫ ଇଣ୍ଡିଆ ଭଳି ବ୍ରାଣ୍ଡ ସହ ମନ୍ଧାନା ଚୁକ୍ତି କରିଛନ୍ତି। ଏହି ସବୁ ସଂସ୍ଥାର ବିଜ୍ଞାପନ ବାବଦରେ ସେ ବ୍ରାଣ୍ଡଗୁଡ଼ିକ ପିଛା ୭୫ ଲକ୍ଷରୁ ୧.୫ କୋଟି ଟଙ୍କା ଚାର୍ଜ କରନ୍ତି। 

ସମ୍ପତ୍ତି: ମହାରାଷ୍ଟ୍ରର ସଙ୍ଗଲିରେ ଥିବା ନିଜ ଜନ୍ମ ସହରରେ ରୁହନ୍ତି ମନ୍ଧାନା। ସେଠାରେ ତାଙ୍କର ଗୋଟିଏ ବିରାଟ କାୟ ଘର ରହିଛି। ଏହି ଘରେ ସେ ନିଜ ପାଇଁ ସ୍ୱତନ୍ତ୍ର ଜିମ, ହୋମ ଥିଏଟର, ଲାଇବ୍ରେରୀ ଓ ଗୋଟିଏ ବଗିଚା ତିଆରି କରିଛନ୍ତି। ମୁମ୍ବାଇ ଓ ଦିଲ୍ଲୀରେ ମଧ୍ୟ ଏକାଧିକ ଘର ଓ ଜମି ତାଙ୍କର ରହିଛି। ଏସ୍‌ଏମ-୧୮ ସ୍ପୋର୍ଟସ କାଫେ ନାଁରେ ମନ୍ଧାନାଙ୍କ ଗୋଟିଏ ରେଷ୍ଟୁରାଣ୍ଟ ସଙ୍ଗଲିରେ ରହିଥିବା ଜଣାପଡ଼ିଛି। 

କାର୍‌: ସ୍ମୃତି ପ୍ରଥମେ ନିଜ ବାପାଙ୍କ ପାଇଁ ଗୋଟିଏ ମାରୁତି ସୁଜକି ସୁଇଫ୍ଟ କିଣିଥିଲେ। ପରେ ଭାଇଙ୍କ ପାଇଁ ଗୋଟିଏ ହୁଣ୍ତାଇ କ୍ରେଟା ଆଣିଥିଲେ। ସ୍ମୃତି ମନ୍ଧାନା ନିଜେ ଗୋଟିଏ ରେଞ୍ଜ ରୋଭର ଇଭୋକ୍ୟୁ ବ୍ୟବହାର କରନ୍ତି। ଏହାର ଦାମ ପ୍ରାୟ ୭୦ରୁ ୭୫ ଲକ୍ଷ ଟଙ୍କା। 

ପୂର୍ବରୁ ସଫଳତାର ଶୀର୍ଷରେ ପହଞ୍ଚି ସାରିଥିବା ମନ୍ଧାନା ବିଶ୍ୱକପ ଜିତିବା ପରେ ଆହୁରି ଚର୍ଚ୍ଚା ସାଉଁଟିଛନ୍ତି। ସ୍ମୃତି ମନ୍ଧାନା ଏବେ ୩୪ କୋଟି ଟଙ୍କାର ମାଲିକ ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ