Advertisment

The Rise and Fall of Human’s Film Career: ଅରିନ୍ଦମଙ୍କ ଫିଲ୍ମରୁ ହ୍ୟୁମାନଙ୍କ କ୍ୟାରିୟର ଆରମ୍ଭ, ଅନୁଭବଙ୍କ ଫିଲ୍ମରେ ଶେଷ

ହ୍ୟୁମାନ ସାଗରଙ୍କ କ୍ୟାରିୟରର ଆରମ୍ଭ ହୋଇଥିଲା ୧୦ ବର୍ଷ ତଳେ । ଏବେ ନିରବୀ ଗଲା ତାଙ୍କ ସଂଗୀତର ଯାତ୍ରା । ସିନେମା ଜଗତରେ ‘ଇସ୍କ ତୁ ହି ତୁ’ରୁ କଣ୍ଠଦାନ କଲେ… ଫିଲ୍ମ ‘ଚାରିଧାମ’ରେ ସରିଗଲା ହ୍ୟୁମାନଙ୍କ ସଂଗୀତ ।

Humane-Sagar

Humane-Sagar Photograph: (OTV)

Advertisment

ହ୍ୟୁମାନ ସାଗରଙ୍କ କ୍ୟାରିୟରର ଆରମ୍ଭ ହୋଇଥିଲା ୧୦ ବର୍ଷ ତଳେ । ଏବେ ନିରବୀ ଗଲା ତାଙ୍କ ସଂଗୀତର ଯାତ୍ରା । ସିନେମା ଜଗତରେ ‘ଇସ୍କ ତୁ ହି ତୁ’ରୁ କଣ୍ଠଦାନ କଲେ… ଫିଲ୍ମ ‘ଚାରିଧାମ’ରେ ସରିଗଲା ହ୍ୟୁମାନଙ୍କ ସଂଗୀତ । ମାତ୍ର ୧୦ ବର୍ଷ , ସଂଗୀତର ଅବିଶ୍ରାନ୍ତ ବର୍ଷାରେ ଭିଜାଇ ଠକିଦେଲେ ଓଲିଉଡର ଯୁବ ପ୍ଲେ-ବ୍ୟାକ୍ କିଙ୍ଗ୍ ।

Advertisment

୨୦୧୫ରେ ତରଙ୍ଗର ଫିଲ୍ମ ‘ଇସ୍କ ତୁ ହି ତୁ’ରେ ଅରିନ୍ଦମଙ୍କ ପାଇଁ ପ୍ରଥମ ଥର ଗୀତ ଗାଇଥିଲେ ହ୍ୟୁମାନ୍ । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଆଉ ଫିଲ୍ମ ହୋଇଥିଲା ସୁପରହିଟ୍ । ରାତାରାତି ବିଗ୍ ଷ୍ଟାର ବନିଥିଲେ ହ୍ୟୁମାନ୍ । ଏମିତି କି ପରର୍ବତ୍ତୀ ସମୟରେ ବାବୁସାନ୍ ଓ ଅନୁଭବଙ୍କ ପରି ବି ଓଡ଼ିଶାରେ ଖେଳିଯାଇଥିଲା ହ୍ୟୁମାନଙ୍କ କ୍ରେଜ୍ । 

ଶେଷ ଗୀତ ‘ଚାଲ୍ ରାତିରେ ଆମେ ମାଲ୍ ପିଇ କେରକେରା ହେବା’

ଓଲିଉଡ୍ ସୁପରଷ୍ଟାର ଅନୁଭବଙ୍କ ସହ ବି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ହ୍ୟୁମାନ । ତାଙ୍କର ପ୍ରତିଟି ଗୀତ ଓଡ଼ିଆ ଶ୍ରୋତାଙ୍କ ହୃଦୟକୁ ଛୁଇଁଛି । ଗୋଟେ ଶୁଆ ଗୋଟେ ଶାରୀ, ଗପ ହେଲେ ବି ସତ, ପ୍ରେମକୁମାର, ଅଭୟ, କର୍ମ ଏବଂ ଚାରିଧାମ ଭଳି ଅନୁଭବଙ୍କ ଅନେକ ସୁପରହିଟ୍ ସିନେମାରେ ଗୀତ ଗାଇଛନ୍ତି ହ୍ୟୁମାନ । ଫିଲ୍ମ କର୍ମରେ ହ୍ୟୁମାନ ଗାଇଥିବା ଚିରିଂ ଚିରିଂ ଗୀତ ଯୁବପିଢ଼ିଙ୍କ ମନକୁ ବେଶ୍ ଜିଣିଥିଲା । ସେହିଭଳି ଫିଲ୍ମ ‘ଚାରିଧାମ’ରେ ହ୍ୟୁମାନଙ୍କ ଶେଷ ଗୀତ ‘ଚାଲ୍ ରାତିରେ ଆମେ ମାଲ୍ ପିଇ କେରକେରା ହେବା’ ବଡ଼ ହିଟ୍ ଦେଇଥିଲା ସଂଗୀତ ଜଗତକୁ । 

Advertisment

୨୫ ନଭେମ୍ବର ୧୯୯୦ରେ ଟିଟିଲାଗଡ଼ରେ ଜନ୍ମଗ୍ରହଣ କରିଥିଲେ ହ୍ୟୁମାନ୍ । ଏବେ ବୟସ ଥିଲା ମାତ୍ର ୩୫ ବର୍ଷ । ୨୦୧୫ରୁ ଓଡ଼ିଆ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରୀ କରି ଦେଇଥିଲେ ଗୋଟିଏ ପରେ ଗୋଟିଏ ସୁପର ହିଟ୍ ଗୀତ । ମାତ୍ର ୧୦ ବର୍ଷ ଭିତରେ ସେ ୫୦ରୁ ଅଧିକ ସିନେମାରେ ୧୫୦ରୁ ଅଧିକ ଗୀତ ଗାଇଛନ୍ତି । ତା’ ଛଡ଼ା ଭଜନ ଓ ଅନେକ ଆଲବମରେ ଛାଡ଼ି ଯାଇଛନ୍ତି ନିଜ କଣ୍ଠର ଯାଦୁ । 

Humane Sagar Odia Singer Humane Sagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ