sah-rukh
ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ପ୍ରେମ କାହାଣୀ ମଧ୍ୟରେ ସାମିଲ୍ ଅଛି ସୁପରଷ୍ଟାର ଶାହରୁଖ ଏବଂ ଗୌରୀଙ୍କ କାହାଣୀ। ଅନେକ ଉତ୍ଥାନ୍ ଏବଂ ପତନ ଦେଇ ଏହି ଦୁହିଁଙ୍କୁ ପ୍ରେମ କାହାଣୀ ଗତିକରିଛି। ଗୌରୀ ସେ ସମୟରୁ ଶାହାରୁଖଙ୍କ ସହ ଅଛନ୍ତି ଯେତେବେଳେ ଶାହାରୁଖଙ୍କୁ କେହି ଚିହ୍ନି ନଥିଲେ। ଅର୍ଥାତ୍ ଗୌରୀ ଶାହାରୁଖଙ୍କୁ ବଲିଉଡ୍ରେ ପାଦ ଦେବା ପୂର୍ବରୁ ଭଲ ପାଇଛନ୍ତି। ପଞ୍ଜାବୀ ପରିବାରର ଜନ୍ମ ଗ୍ରହଣ କରିଥିବା ଗୌରୀଙ୍କୁ ଶାହାରୁଖଙ୍କୁ ଜୀବନ ସାଥୀ କରିବା ପାଇଁ ମଧ୍ୟ ଅନେକ ସଂଘର୍ଷ କରିବାକୁ ପଡିଛି। ଏଇ ଦୀର୍ଘ ଦିନର ପ୍ରମ ସମ୍ପର୍କ ମଧ୍ୟରେ ଥିରେ ଶାହାରୁଖ୍ଙ୍କ ଏକ ଅଭ୍ୟସ ପାଇଁ ଗୌରୀ ତାଙ୍କୁ ଛାଡିବାକୁ ଚାହିଁଥିଲେ। ସେଇଟା କ’ଣ ଆସନ୍ତୁ ଜାଣିବା।
୧୯୮୪ମସିହାରେ ପ୍ରଥମ ଥର ଶାହାରୁଖ ଏବଂ ଗୌରୀଙ୍କର ଭେଟ ହୋଇଥିଲେ। ସେ ସମୟରେ ଶାହାରୁଖ ନିଜ କ୍ୟାରିଅରକୁ ନେଇ ଚିନ୍ତାରେ ଥିଲେ। ଗୌରୀ ମଧ୍ୟ ସମାନ ପରିସ୍ଥିତିରେ ଗତି କରୁଥିଲେ। ସେ ମଧ୍ୟ ନିଜ କ୍ୟାରିଅରରେ ଦ୍ୱନ୍ଦ୍ୱରେ ଥିଲେ। ସଂପ୍ରଦାୟ ଅଲଗା ଥିବାରୁ ଗୌରୀଙ୍କ ପରିବାର ଶାହାରୁଖଙ୍କ ସହ ତାଙ୍କ ବିବାହ ପାଇଁ ଆଦୌ ରାଜିହୋଇନଥିଲେ।
ତେବେ, ଆପଣ ଜାଣନ୍ତି କି ଏମିତି ଏକ ସମୟ ଆସିଥିଲା ଯେତେବେଳେ ଗୌରୀ ଶାହରୁଖଙ୍କୁ ତାଙ୍କ ଜୀବନରୁ ଦୂରେଇବାକୁ ଚାହଁଥିଲେ। ଗୌରୀ ଶାହାରୁଖଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ କଥା ବ୍ରେକଅପ୍ ପର୍ଯ୍ୟନ୍ତ ଚାଲିଯାଇଥିଲା।
ବାସ୍ତବରେ, ଶାହାରୁଖଙ୍କୁ ଗୌରୀ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବା ଏବଂ କେଶ ଖୋଲା ରଖିବା ପସନ୍ଦ ନଥିଲା। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲେ। ଶାହାରୁଖଙ୍କ ଆପତ୍ତି ଗୌରୀଙ୍କୁ ଆଦୌ ପସନ୍ଦ ଆସୁନଥିଲେ। ମଝିରେ ସେ ଶାହାରୁଖଙ୍କ ସହ ବ୍ରେକଅପ୍ କରି ମୁମ୍ବାଇ ଆସିଯାଇଥିଲେ। ତେବେ ପରେ ସେମାନଙ୍କ ମଧ୍ୟରେ ସବୁ ଠିକ୍ ହୋଇଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sah-rukh_1625255687.jpg)