rekha
ମୁମ୍ବାଇ: ଆଜି ବଲିଉଡ୍ ଅଭିନେତ୍ରୀ ରେଖାଙ୍କର ଜନ୍ମଦିନ। ୧୯୫୪ ମସିହା ଅକ୍ଟୋବର ୧୦ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ରେଖା। ୧୯୭୯ମସିହାରେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ‘ଅନ୍ଜାନା ସଫର୍’ ମାଧ୍ୟମରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ୧୮୦ରୁ ଉର୍ଦ୍ଧ୍ୱ ବଲିଉଡ୍ ଫିଲ୍ମରେ ଅଭିନୟ କରିଥିବା ରେଖାଙ୍କର ଫିଲ୍ମ ସଫର୍କୁ ନେଇ ଯେତିକି ପ୍ରଶଂସା ହୁଏ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହୁଏ।
ରେଖାଙ୍କର ପ୍ରକୃତ ନାଁ ଭାନୁରେଖା ଗଣେଶନ। ସେ ସାଉଥ ଷ୍ଟାର୍ ଜେମିନୀ ଗଣେଶନ ଓ ତେଲୁଗୁ ଅଭିନେତ୍ରୀ ପୁଷ୍ପାବଳୀଙ୍କ ଝିଅ। ରେଖା ଜନ୍ମ ହେବା ସମୟରେ ତାଙ୍କ ବାପା ମାଆ ବିବାହ କରିନଥିଲେ। ରେଖାଙ୍କ ବାପା ପ୍ରାୟ ୪ଟି ବିବାହ କରିଥିଲେ କିନ୍ତୁ ରେଖାଙ୍କ ମାଁଙ୍କୁ କେବେ ବିବାହ କରିନାହାନ୍ତି। ଯେଉଁଥିପାଇଁ ରେଖା ତାଙ୍କ ବାପାଙ୍କୁ ଘୃଣା କରୁଥିଲେ। ଏମିତିକି ରେଖା ତାଙ୍କ ବାପାଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହୋଇନଥିଲେ। ଏହି ସବୁ କାରଣରୁ ରେଖା ତାଙ୍କ ନାଁରେ ସାଙ୍ଗିଆ ଯୋଡନ୍ତିନାହିଁ ବୋଲି କୁହାଯାଏ।
ପିଲାଦିନୁ ରେଖାଙ୍କୁ ଏୟାର ହୋଷ୍ଟେସ୍ ହେବାକୁ ବହୁତ ଇଚ୍ଛା ଥିଲା। ଥରେ ସେ କମ୍ ବୟସରେ ଏୟାର ହୋଷ୍ଟେସ୍ ପାଇଁ ଆବେଦନ କରିବାରୁ ସେଥିରେ ରିଜେକ୍ଟ ହୋଇଯାଇଥିଲେ। ରେଖା ନନ୍ ବା ଖ୍ରୀଷ୍ଟୀୟ ମାତା ହେବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ। ଆୟରଲ୍ୟାଣ୍ଡରେ ଏକ କନଭେଣ୍ଟ୍ ସ୍କୁଲରେ ପଢିବା ପରେ ତାଙ୍କ ମନରେ ଏହି ଚିନ୍ତା ଆସିଥିଲା।
ଶ୍ୟାମଳ ରଙ୍ଗ ବା ଡସ୍କି ଚେହେରା ପାଇଁ ରେଖାଙ୍କୁ ବଲିଉଡ୍ ଫିଲ୍ମର ଅଫର ହେଉନଥିଲା। ଆର୍ଥିକ ସମସ୍ୟା ଥିବାରୁ ରେଖାଙ୍କୁ ତେଲୁଗୁ ବି ଓ ସି ଗ୍ରେଡ୍ ଫିଲ୍ମରେ କାମ ମଧ୍ୟ କରିବାକୁ ପଡିଛି।
ରେଖାଙ୍କୁ ବଲିଉଡର ଏଭର ଗ୍ରିନ୍ ଡିଭା କୁହାଯାଏ। ତାଙ୍କ ପାଖରେ କେହି ଷ୍ଟାଇସିଷ୍ଟ କି ଡିଜାଇନର ନାହାଁନ୍ତି। ସେ ନିଜ ଲୁକ୍ ନିଜେ ହିଁ ଡିଜାଇନ କରନ୍ତି। କାଞ୍ଜିବରମ ଶାଢୀ ପିନ୍ଧିବାକୁ ସେ ବହୁତ ଭଲପାଆନ୍ତି।
ରେଖାଙ୍କର ସବୁବେଳେ ଇଚ୍ଛା ଥିଲା ଯେ ସେ ବଲିଉଡର ପ୍ରସିଦ୍ଧ ଅଭିନେତା ଦିଲ୍ଲୀପ କୁମାରଙ୍କ ସହ କାମ କରିବେ। କିନ୍ତୁ ଆଜିବି ତାଙ୍କର ଏହି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rekha-3_1625246238.jpg)