stree
ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ପରଦାକୁ ଅାସିଛି ‘ସ୍ତ୍ରୀ’ । ହରର୍, କମେଡି ଫିଲ୍ମ ‘ସ୍ତ୍ରୀ’କୁ ମିଳିଛି ଫ୍ୟାନ୍ଙ୍କ ଥମ୍ସ ଅପ୍ । ରାଜକୁମାର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମରେ ରହିଛି ଭରପୁର ଥ୍ରୀଲ୍। ମୁଖ୍ୟତଃ ଫିଲ୍ମରେ ବ୍ଲାକ୍ କମେଡି ଦର୍ଶକଙ୍କୁ ବେସ୍ ଅାକୃଷ୍ଟ କରିଛି। ଭୂତକୁ ନେଇ ଥିବା ଅନ୍ଧ ବିଶ୍ୱାସ କାହାଣୀ ଉପରେ ଅାଧାରିତ ଏହି ଫିଲ୍ମ । ତେବେ ଟ୍ରେଲରରେ ଶ୍ରଦ୍ଧାଙ୍କୁ ମିଷ୍ଟିରିଅସ୍ ଭାବେ ଦର୍ଶାଯାଇଛି।
ଯାହା ଦର୍ଶକଙ୍କୁ ସିନେମା ହଲ୍ ନିକଟକୁ ଟାଣି ଅାଣିବାରେ ସାହାଯ୍ୟ କରିଛି। ସିନେମାରେ ଭେଟେରାନ୍ ଅାକ୍ଟର ପଙ୍କଜ ତ୍ରିପାଠୀ, ରାଜକୁମାର ରାଓ, ଅପାରଶକ୍ତି ଖୁରାନା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଅାସିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/stree_1626760332.jpg)