wajid khan 1
ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ମ୍ୟୁଜିକ୍ କମ୍ପୋଜର୍ ତଥା ସିଙ୍ଗର୍ ଓ୍ୱାଜିଦ୍ ଖାନ୍ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମୃତ୍ୟୁର କାରଣ ଏବେ ଯାଏ ଜଣାପଡ଼ିନାହିଁ। କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, କିଛି ଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିବା ନେଇ ଏବେ ଯାଏ ୱାଜିଦ୍ଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇନି। କିଡ୍ନୀ ସଂକ୍ରମଣ ସହ ଏକାଧିକ ରୋଗରେ ୱାଜିଦ୍ ପୀଡ଼ିତ ଥିଲେ ବୋଲି ମଧ୍ୟ ଜଣାପଡ଼ିଛି।
ଓ୍ୱାଜିଦ୍ଙ୍କ ବିୟୋଗରେ ବଲିଉଡ୍ରେ ଶୋକର ଛାୟା ଖେଳି ଯାଇଛି। ଏ ନେଇ ସୋସିଆଲ୍ ମିଡିଆରେ ଅନେକ ଅଭିନେତା ଓ ଅଭିନେତ୍ରୀ ନିଜର ଶୋକ ବ୍ୟକ୍ତ କରିଛନ୍ତି।
ୱାଜିଦ୍ଙ୍କ ସହ ଥିବା ନିଜର ସ୍ମୃତିକୁ ସେୟାର କରିଛନ୍ତି ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ବରୁଣ୍ ଧୱନ୍, କୁମାର ସାନୁ ପ୍ରମୁଖ। ନିଜ ଭାଇ ସାଜିଦ୍ ଖାନ୍ଙ୍କ ସହ ମିଶି ୱାଜିଦ୍, ସାଜିଦ୍-ୱାଜିଦ୍ ନାମରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲେ। ଏହି ଯୋଡ଼ି ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍ ପ୍ରସିଦ୍ଧ।
ସାଜିଦ୍-ୱାଜିଦ୍ ଯୋଡ଼ି ୧୯୯୮ରେ ସର୍ବ ପ୍ରଥମେ ବଲିଉଡ୍ ଅଭିନେତା ସଲ୍ମାନ୍ ଖାନ୍ଙ୍କ ଅଭିନୀତ ଫିଲ୍ମ ‘ପ୍ୟାର୍ କିୟା ତୋ ଡର୍ନା କ୍ୟା’ରୁ କ୍ୟାରିୟର ଆରମ୍ଭ କରିଥିଲେ। ‘ଗର୍ବ ’ ‘ଦବଙ୍ଗ’, ‘ୱାଣ୍ଟେଡ୍’, ‘ଏକ ଥା ଟାଇଗର୍’, ଦ କିଲର୍, ‘ଆୱାର୍’ ଭଳି ଅନେକ ଫିଲ୍ମରେ ହିଟ୍ ଗୀତ ଦେଇଛନ୍ତି ଏହି ଯୋଡ଼ି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/wajid-khan-1_1626160077.jpg)