Untitled-1
ମୁମ୍ବାଇ : ଆଜିକାଲି ବଲିଉଡ୍ ଅଭିନେତ୍ରୀମାନେ ସୋସିଆଲ୍ ମିଡିଆରେ ବେଶ ସକ୍ରିୟ ରହୁଥିବା ଦେଖାଯାଆନ୍ତି। ତେବେ ସେମାନେ ଫିଲ୍ମ ପରିବର୍ତ୍ତେ ଅଧିକାଂଶ ସମୟରେ ସେମାନଙ୍କ ବୋଲ୍ଡ ଅବତାରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେହି ତାଲିକାରେ ମଧ୍ୟ ସାମିଲ ଅଛନ୍ତି ଈଶା ଗୁପ୍ତା। ଗ୍ଲାମର ଦୁନିଆଁକୁ ଆସିବା ଦିନରୁ ଈଶା ନିଜର ବୋଲ୍ଡ ଅବତାରକୁ ନେଇ ସୋସିଆଲ୍ ମିଡିଆରେ ହଙ୍ଗାମା କରୁଛନ୍ତି।
/odishatv-khabar/media/post_attachments/wp-content/uploads/2021/06/1-30.jpg)
ଆଗରୁ ଆପଣମାନେ ତ ନିଶ୍ଚିତ ତାଙ୍କର ଅଭିନୟ ଆଉ ବୋଲ୍ଡ ଅବତାରକୁ ଦେଖିଥିବେ, କିନ୍ତୁ ତାଙ୍କ ପାଖରେ ଆଉ ଏକ ଭିନ୍ନ ପ୍ରତିଭା ମଧ୍ୟ ରହିଛି ଯାହା ପାଇଁ ସେ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହା ହେଉଛି ତାଙ୍କର ଫିଟ୍ନେସ୍। ଈଶା ତାଙ୍କ ଫିଟ୍ନେସ୍ ନେଇ ବହୁତ ଚର୍ଚ୍ଚିତ।
/odishatv-khabar/media/post_attachments/wp-content/uploads/2021/06/2-27.jpg)
ନିକଟରେ ସେ ତାଙ୍କ ସୋସିଆଲ ମିଡିଆ ପେଜ୍ରେ ଏମିତି କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଫ୍ଲେକ୍ସିବିଲିଟି ଦେଖିଲା ଭଳି ହୋଇଛି। ଯିଏ ବି ଦେଖିବ ସିଏ କହିବ ସାବାସ୍ ଈଶା।
/odishatv-khabar/media/post_attachments/wp-content/uploads/2021/06/8-2.jpg)
ବଲିଉଡ୍ ଅଭିନେତ୍ରୀ ଈଶା ଗୁପ୍ତା ତାଙ୍କ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଯୋଗାସନର କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡିକରୁ ସ୍ପଷ୍ଟ ଜଣାପଡୁଛି ଯେ ଈଶା ନିଶ୍ଚିତଭାବେ ଜଣେ ଦକ୍ଷ ଯୋଗ ଅଭ୍ୟାସକାରୀ। ଫଟୋଗୁଡିକରେ ତାଙ୍କ ଫ୍ଲେକ୍ସିବିଲିଟିକୁ ଦେଖି ଲୋକେ ଦିବାନା ହେବାରେ ଲାଗିଛନ୍ତି।
/odishatv-khabar/media/post_attachments/wp-content/uploads/2021/06/9-2.jpg)
ଈଶା ଗୁପ୍ତା ଯୋଗର ଏକ ବହୁତ ବଡ ପ୍ରଶଂସକ। ଏହା ଆମେ କହୁନୁ, ଆପଣ ତାଙ୍କର ଏହି ଯୋଗାସନ ଫଟୋଗୁଡିକୁ ଦେଖିଲେ ନିଜେ ମଧ୍ୟ ଜାଣିପାରିବେ। ସବୁ ଆସନଗୁଡିକ ଅତି କଷ୍ଟ ହୋଇଥିଲେ ମଧ୍ୟ ସେ ଖୁବ୍ ସହଜରେ କରିପାରୁଥିବା ଦେଖାଯାଏ।
/odishatv-khabar/media/post_attachments/wp-content/uploads/2021/06/3-22.jpg)
ଏହି ଫର୍ୱାର୍ଡବେଣ୍ଡିଂ ଆସନଟି ଦେଖିବାକୁ ସହଜ ଲାଗୁଥିଲେ ମଧ୍ୟ କରିବା ସେତେ ସହଜ ନୁହେଁ। ତେବେ ଏହି ଆସନଟିକୁ କରି ଈଶା ଗୁପ୍ତା ନିଜର ଷ୍ଟ୍ରେଚିଂ ସ୍କିଲ୍ ଦେଖାଉଥିବା ଜଣାଯାଏ।
/odishatv-khabar/media/post_attachments/wp-content/uploads/2021/06/4-13.jpg)
ଈଶା କରୁଥିବା ଏହି ଆସନଟିକୁ ଟିକେ ଭଲଭାବେ ଦେଖନ୍ତୁ। ଏହି ଆସନର ନାମ ପରିବୃତ୍ତ ସୂର୍ଯ୍ୟ ଯନ୍ତ୍ରାସନ। ଏହି ଜବରଦସ୍ତ ଆସନ କରିବା ସମୟରେ ଈଶା ବହୁତ ସୁନ୍ଦର ଦେଖାଯାଉଥିବା ନଜର ଆସନ୍ତି।
/odishatv-khabar/media/post_attachments/wp-content/uploads/2021/06/5-8.jpg)
ଈଶା କରୁଥିବା ଏହି ଆସନର ନାମ ଏକ ପାଦ ଶିରାସନ। ଏହି ଆସନ କରିବାକୁ ହେଲେ ବହୁତ ଅଭ୍ୟାସ କରିବାକୁ ପଡେ। ପ୍ରାଥମିକ ଅଭ୍ୟାସକାରୀ କେବେ ବି ଏହି ଆସନକୁ କରିପାରିବେ ନାହିଁ। ତେବେ ଈଶା ଗୁପ୍ତାଙ୍କ ଏହି ଆସନରେ ସେ ପ୍ରଦର୍ଶନ କରୁଥିବା ତାଙ୍କ ଫ୍ଲେକ୍ସିବିଲିଟି ଦେଖିବା ଭଳି।
/odishatv-khabar/media/post_attachments/wp-content/uploads/2021/06/6-5.jpg)
ଅଭିନେତ୍ରୀ ତାଙ୍କ ସୋସିଆଲ୍ ମିଡିଆରେ ସେୟାର କରିଥିବା ଏହି ଆସନର ନାମ ହେଉଛି ଭୂନମନାସନ। ଏହା ମଧ୍ୟ ବହୁ କଷ୍ଟକର। ତେବେ ଏହି ଆସନକୁ କରିବା ପାଇଁ ଈଶା ନିଶ୍ଚିତଭାବେ ବହୁତ ଅଭ୍ୟାସ କରିଥିବେ।
/odishatv-khabar/media/post_attachments/wp-content/uploads/2021/06/7-3.jpg)
ଈଶାଙ୍କ ଦ୍ୱାରା ପ୍ରଦର୍ଶିତ ଏହି ଆସନଟିର ନାମ ହେଉଛି କପୋତାସନ। ଏହି ଆସନ ମଧ୍ୟ ସେତିକି ସହଜ ନୁହେଁ।
/odishatv-khabar/media/post_attachments/wp-content/uploads/2021/06/News-18-6.jpg)
ଈଶାଙ୍କର ଏହିସବୁ ଆସନ ଦେଖିଲା ପରେ ଏହା ସ୍ପଷ୍ଟ ଅନୁମେୟ ଯେ ସେ ଯୋଗରେ ନିଶ୍ଚିତ ସିଦ୍ଧହସ୍ତ। ତାଙ୍କ ବୋଲ୍ଡନେସ୍ ଓ ସୋନ୍ଦର୍ଯ୍ୟର ରାଜ ମଧ୍ୟ ଏହା ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Untitled-1-37_1623495367.jpg)