Advertisment

ପିତୃ ଦିବସରେ ପିଲାଦିନ କଥା ମନେପକେଇଲେ ‌ଈଶା

ମୁମ୍ବାଇ : ଅଭିନେତ୍ରୀ ଈଶା ଦେଓଲଙ୍କୁ ତାଙ୍କ ପିତା ଅଭିନେତା ଧର୍ମେନ୍ଦ୍ରଙ୍କ ଅତି ନିକଟତର ବୋଲି କୁହାଯାଏ। ଜୁନ୍ ୨୦ରେ ପିତୃ ଦିବସ ଅବସରରେ ଈଶା ତାଙ୍କ ପିଲାଦିନର ସ୍ମୃତିକୁ ସତେଜ କରିଛନ୍ତି। ଈଶା ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ବଡ…

ପିତୃ ଦିବସରେ ପିଲାଦିନ କଥା ମନେପକେଇଲେ ‌ଈଶା

Untitled-1

Advertisment

ମୁମ୍ବାଇ : ଅଭିନେତ୍ରୀ ଈଶା ଦେଓଲଙ୍କୁ ତାଙ୍କ ପିତା ଅଭିନେତା ଧର୍ମେନ୍ଦ୍ରଙ୍କ ଅତି ନିକଟତର ବୋଲି କୁହାଯାଏ। ଜୁନ୍ ୨୦ରେ ପିତୃ ଦିବସ ଅବସରରେ ଈଶା ତାଙ୍କ ପିଲାଦିନର ସ୍ମୃତିକୁ ସତେଜ କରିଛନ୍ତି। ଈଶା ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ବଡ ଝିଅ। ତାଙ୍କର ଏକ ସାନ ଭଉଣୀ ଅହାନା ଦେଓଲ ମଧ୍ୟ ଅଛନ୍ତି। ତାଙ୍କ ପିଲାଦିନକୁ ମନେପକେଇ ଈଶା କହିଛନ୍ତି ଯେ ଦିନେ ଯେତେବେଳେ ସେ ସକାଳୁ ଉଠିଲେ, ସେତେବେଳେ ସେ ତାଙ୍କ ମାଙ୍କୁ ଘରେ ପାଇଲେ ନାହିଁ, ଏହା ପରେ ସେ କାନ୍ଦିବାକୁ ଲାଗିଲେ । ତା’ପରେ ବାପା ଧର୍ମେନ୍ଦ୍ର ତାଙ୍କୁ କୋଳେଇ ନେଇ ତାଙ୍କ ପିତୃ କର୍ତ୍ତବ୍ୟ ପାଳନ କରିଥିଲେ।

Advertisment

publive-image

ଲିଡିଙ୍ଗ୍ ଦୈନିକ ସହିତ ଆଲୋଚନା ବେଳେ, ଈଶା ଦେଓଲ୍ କହିଛନ୍ତି- ‘ଏକ ଘଟଣା ଅଛି ଯାହା ମୋତେ ଅନେକ ସମୟରେ ହସାଇଥାଏ। ମୋର ମନେ ଅଛି, ଆମେ ସମସ୍ତେ ବିଦେଶରେ ଛୁଟି କଟାଉଥିଲୁ। ମା ’ସକାଳେ ସପିଂ କରିବାକୁ ଯାଇଥିଲେ। ମୁଁ ଉଠିଲି, କୋଠରୀରେ କେବଳ ପାପାଙ୍କୁ ଦେଖିଲି ଏବଂ ମାମାକୁ ଖୋଜି ଖୋଜି କାନ୍ଦିବାକୁ ଲାଗିଲି। ପାପା ମୋତେ ସାନ୍ତ୍ୱନା ଦେଇ କହିଥିଲେ ଯେ ମମି ଏଇ ଆଖପାଖରେ ଅଛି ଆଉ ସେ ଆଜି ମୋ ପାଇଁ ସବୁକିଛି କରିବେ। ସେ ମୋତେ ଗାଧେଇଦେଲେ, ମୋ କେଶକୁ ସଜେଇ ଦେଲେ, ମୋତେ ପାର୍ଟୀ ଫ୍ରକ୍ ପିନ୍ଧେଇଦେଲେ ଏବଂ ମୋ ଆଖିରେ କାଜଲ ଲଗାଇଦେଲେ। ମୋ ମା ଫେରି ଆସି ସକାଳ ନଅଟା ବେଳେ ମୋତେ ପ୍ରସ୍ତୁତ ହୋଇଯାଇଥିବା ଦେଖି ଭାରି ଖୁସି ହେ‍ଇଗଲେ। ସେ ପ୍ରକୃତରେ ବହୁତ ସ୍ନେହୀ ଥିଲେ।

publive-image

ଈଶା ଆହୁରି ମଧ୍ୟ କହିଛନ୍ତି ଯେ ଧର୍ମେନ୍ଦ୍ର ଫିଲ୍ମର ସୁଟିଂରେ ସର୍ବଦା ବ୍ୟସ୍ତ ଥିଲେ, ସେ ପିଲାଦିନେ ଏକାଠି ପିତୃ ଦିବସ ପାଳନ କରିପାରୁ ନ ଥିଲେ। ତଥାପି, ଯଦି ସେ ମୁମ୍ବାଇରେ ଥାଆନ୍ତି, ପରିବାରର ଲୋକମାନେ କେକ୍ ଆଉ ଉପହାର ସହିତ ପାଳନ କରନ୍ତି। ଅଭିନେତ୍ରୀ ଈଶା ଦେଓଲ ୨୦୧୨ ମସିହାରେ ବିବାହ କରିଥିଲେ। ଈଶା ଦେଓଲ ବ୍ୟବସାୟୀ ଭାରତ ତାଖତାନୀଙ୍କୁ ବିବାହ କରିଥିଲେ।

Advertisment

publive-image

ଧର୍ମେନ୍ଦ୍ର ଲୋନାଭାଲା ନିକଟ ଏକ ଫାର୍ମ ହାଉସରେ ରହୁଥିବାବେଳେ ହେମା ଏବଂ ତାଙ୍କ ଝିଅମାନେ ମୁମ୍ବାଇରେ ରୁହନ୍ତି। ଧର୍ମେନ୍ଦ୍ର ଏବଂ ତାଙ୍କର ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କର ମଧ୍ୟ ଚାରି ସନ୍ତାନ ଅଛନ୍ତି – ପୁଅ ସନ୍ନି ଏବଂ ବବି ଦେଓଲ ଏବଂ ଝିଅ ଅଜିତା ଏବଂ ବିଜେତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ