Advertisment

ମାଲଦ୍ୱୀପ ଛୁଟିରୁ ଫେରିଲେ ଟାଇଗର୍‌-ଦିଶା

ମୁମ୍ବାଇ: ନିଜର ଅବସର ସମୟ କଟେଇବା ପାଇଁ ବଲିଉଡ୍ ତାରକାମାନେ ଏବେ ମାଲଦ୍ୱୀପ୍ ମୁହାଁ ହୋଇଛନ୍ତି। ସାରା ଅଲ୍ଲୀ ଖାନ୍, ଅନନ୍ୟା ପାଣ୍ଡେ, ଜାହ୍ନବୀ କପୁର୍, ତାପସୀ ପନ୍ନୁ, ତାରା ସୁତାରିଆ ଓ ଆଦର ଜୈନ୍, ସୋନାକ୍ଷୀ ସିହ୍ନା, ବରୁଣ ଧାୱନ୍, ମୌନୀ ରାୟ, କିଆରା ଆଡଭାନୀ ଆଦି ମାଲଦ୍ୱୀପ ଛୁଟି ସାରି ଫେରିଛନ୍ତି।  ବର୍ତ୍ତମାନେ ଏହି ତାଲିକାରେ ସାମିଲ ହୋଇଛନ୍ତି ଟାଇଗର ଶ୍ରଫ୍ ଓ ଦିଶା ପାଟାନି। ଗତ ସପ୍ତାହରେ ବଲିଉଡର ସୁନ୍ଦର ଯୋଡି ଦିଶା […]

ମାଲଦ୍ୱୀପ ଛୁଟିରୁ ଫେରିଲେ ଟାଇଗର୍‌-ଦିଶା

Untitled-1

Advertisment

ମୁମ୍ବାଇ: ନିଜର ଅବସର ସମୟ କଟେଇବା ପାଇଁ ବଲିଉଡ୍ ତାରକାମାନେ ଏବେ ମାଲଦ୍ୱୀପ୍ ମୁହାଁ ହୋଇଛନ୍ତି। ସାରା ଅଲ୍ଲୀ ଖାନ୍, ଅନନ୍ୟା ପାଣ୍ଡେ, ଜାହ୍ନବୀ କପୁର୍, ତାପସୀ ପନ୍ନୁ, ତାରା ସୁତାରିଆ ଓ ଆଦର ଜୈନ୍, ସୋନାକ୍ଷୀ ସିହ୍ନା, ବରୁଣ ଧାୱନ୍, ମୌନୀ ରାୟ, କିଆରା ଆଡଭାନୀ ଆଦି ମାଲଦ୍ୱୀପ ଛୁଟି ସାରି ଫେରିଛନ୍ତି।  ବର୍ତ୍ତମାନେ ଏହି ତାଲିକାରେ ସାମିଲ ହୋଇଛନ୍ତି ଟାଇଗର ଶ୍ରଫ୍ ଓ ଦିଶା ପାଟାନି।

Advertisment

publive-image

ଗତ ସପ୍ତାହରେ ବଲିଉଡର ସୁନ୍ଦର ଯୋଡି ଦିଶା ପାଟାନି ଓ ଟାଇଗର ଶ୍ରଫ ଏକତ୍ର ଛୁଟି କାଟିବାକୁ ବାହାରିଥିଲେ। ଦୈନନ୍ଧୀନ ବ୍ୟସ୍ତବହୁଳ ଜୀବନରୁ କିଛି ଆରାମ ପାଇବା ପାଇଁ ଏହା ଠାରୁ ଉପାୟ ଆଉ ବା କ’ଣ ହୋଇପାରେ। ଏହି ଉଭୟ ବଲିଉଡ ତାରକା ସମୁଦ୍ର କୂଳରେ ଗୁଣାତ୍ମକ ସମୟ ଅତିବାହିତ କରିବାକୁ ମାଲଦ୍ୱୀପକୁ ଯାଇଥିଲେ। ବର୍ତ୍ତମାନ ସହରର ବିମାନ ବନ୍ଦରରେ ପହଞ୍ଚିଥିବା ଏହି ଦମ୍ପତିଙ୍କୁ କ୍ୟାମେରାମ୍ୟାନ୍‌ମାନେ ନିଜ କ୍ୟାମେରାରେ କଏଦ କରିଛନ୍ତି, ଯାହାର ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି। କେବଳ ଏତିକି ନୁହେଁ, କିଛି ଲୋକ ସେମାନଙ୍କୁ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରିଦେଲେଣି।

publive-image

ଏହି ଫଟୋରେ କରୋନା ଜୀବାଣୁରୁ ରକ୍ଷା କରିବା ପାଇଁ ଏହି ଯୋଡି ମାସ୍କ ପିନ୍ଧିଥିଲେ। ଷ୍ଟାର ଫଟୋଗ୍ରାଫର ୱିରଲ୍ ଭିଆନି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଏହି ଯୋଡି ବିମାନବନ୍ଦରରୁ ବାହାରକୁ ଆସୁଥିବା ନଜର ଆସିଛି। ଆଜିକାଲି, ଏହି ବଲିଉଡ ସେଲିବ୍ରେଟମାନଙ୍କ ମାଲଦ୍ୱୀପ ଛୁଟି ପାଇଁ ସେମାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଜଣେ ୟୁଜର୍ ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ଲେଖିଛନ୍ତି, ‘ଏହି ମହାମାରୀ ସମୟରେ ବଲିଉଡ ସେଲିବ୍ରିଟିମାନେ ସେମାନଙ୍କର ପ୍ରକୃତ ଚେହେରା ଦେଖାଇଦେଲେ।‘ ଅନ୍ୟ ଜଣେ ଲେଖିଛନ୍ତି, 'ଲୋକମାନେ ମରୁଛନ୍ତି କିନ୍ତୁ ଏମାନଙ୍କୁ ବୁଲିବା ପାଇଁ ସମୟ ଅଣ୍ଟୁନି। ହେଲେ ଆମେ ଏହି ଲୋକମାନଙ୍କୁ ଅନୁସରଣ କରୁଛୁ।‘

Advertisment

ପୂର୍ବରୁ ଆଲିଆ ଭଟ୍ଟ ଓ ରଣବୀର କପୁରଏକାଠି ମାଲଦ୍ୱୀପ ଛୁଟି କାଟି ଫେରି ଆସିଥିଲେ। ଏହି ଉଭୟ ବଲିଉଡ ତାରକା ସମୁଦ୍ର କୂଳରେ ଗୁଣାତ୍ମକ ସମୟ ଅତିବାହିତ କରିବାକୁ ମାଲଦ୍ୱୀପକୁ ଯାଇଥିଲେ। ବର୍ତ୍ତମାନ ସହରର ବିମାନ ବନ୍ଦରରେ ପହଞ୍ଚିଥିବା ଏହି ଯୋଡିଙ୍କୁ ଷ୍ଟାର୍ କ୍ୟାମେରାମ୍ୟାନ୍‌ମାନେ ନିଜ କ୍ୟାମେରାରେ କଏଦ କରିଛନ୍ତି, ଯାହାର ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି।

Advertisment

'ରାଜି' ଚଳଚ୍ଚିତ୍ରର ଏହି ଅଭିନେତ୍ରୀଙ୍କୁ ଡେନିମ୍ ସର୍ଟସ୍ ଏବଂ ଏକ ଧଳା ଟି-ସାର୍ଟରେ ଦେଖିବାକୁ ମିଳିଥିଲା।  ଅନ୍ୟପକ୍ଷରେ, ତାଙ୍କ ପ୍ରେମିକା ରଣବୀର କପୁର ନୀଳ ଡେନିମ୍ ସହିତ ଏକ ଚମତ୍କାର ଧୂସର ଟି-ସାର୍ଟରେ ବହୁତ ସୁନ୍ଦର ଦେଖାଯାଉଥିଲେ। କରୋନୋ ଜୀବାଣୁରୁ ରକ୍ଷା କରିବା ପାଇଁ ଏହି ଦମ୍ପତି ମାସ୍କ ମଧ୍ୟ ପିନ୍ଧିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ