newly wed couple
ମୁମ୍ବାଇ: ଦେଶ ଓ ଦେଶ ବାହାରେ ବଲିଉଡ୍ ବାଦ୍ଶାହା ଶାହରୁଖ ଖାନ୍ ଯେତିକି ପ୍ରସିଦ୍ଧ, ତାଙ୍କର ‘ମନ୍ନତ’ ବାସଭବନ ମଧ୍ୟ ସେତିକି ପ୍ରସିଦ୍ଧ। ମୁମ୍ବାଇରେ ଶାହରୁଖ୍ଙ୍କ ଏହି ବାସଭବନ ରହିଛି।
ଶାହରୁଖ୍ଙ୍କ ନାଁ ଯେମିତି ତାଙ୍କର ଏହି ବାସଭବନ ମଧ୍ୟ ଠିକ୍ ଦେଖିବାକୁ ସେମିତି। ଶାହାରୁଖ୍ଙ୍କ ଏହି ବିଶାଳକାୟ ବାସଭବନକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ସଂଖକ ଲୋକ ଏଠାକୁ ଆସିଥାନ୍ତି। ଅନେକ ସମୟରେ ଶାହାରୁଖ୍ଙ୍କ ଏହି ଘରକୁ ନେଇ କିଛି ନା କିଛି ଚର୍ଚ୍ଚା ହୋଇଥାଏ।
ତେବେ ନିକଟରେ ଏକ ନବ ବିବାହିତ ଦମ୍ପତିଙ୍କ ଯୋଗୁ ପୁଣି ଥରେ ଚର୍ଚ୍ଚାକୁ ଆସିଛି ‘ମନ୍ନତ’।
ସାଧାରଣତଃ ବିବାହ ପରେ ନବ ବିବାହିତ ଦମ୍ପତି ଆଶୀର୍ବାଦ ନେବା ପାଇଁ ମନ୍ଦିର ଯାଇଥାନ୍ତି । ମାତ୍ର ମୁମ୍ବାଇର ଏକ ଦମ୍ପତି ବିବାହ ପରେ ଶାହାରୁଖ୍ଙ୍କ ଘର ‘ମନ୍ନତ’କୁ ଯାଇଥିଲେ। ସେଠାରେ ନବ ଦମ୍ପତି ଘର ସାମ୍ନାରେ ଫଟୋ ମଧ୍ୟ ଉଠାଇଥିଲେ। ଦୁହେଁ ଶାହାରୁଖ୍ଙ୍କ ଅନ୍ଦାଜରେ ଠିଆ ହୋଇ ବା ଶାହାରୁଖ୍ଙ୍କ ସବୁଠାରୁ ଚର୍ଚ୍ଚିତ ସିଗ୍ନେଚର୍ ଷ୍ଟାଇଲ୍ ପୋଜ୍ରେ ଠିଆ ହୋଇ ଫଟୋ ଉଠାଇଥିଲେ।
ଗତ ଡିସେମ୍ବର ୧୪ ତାରିଖରେ ଜଣେ ଟ୍ୱିଟ୍ର ୟୁଜର୍ ଏକ ଫଟୋ ପୋଷ୍ଟ କରିଥିଲେ। ଟ୍ୱିଟର୍ ୟୁଜର୍ ନିଜ ଆକାଉଣ୍ଟରେ ଶେୟାର କରି ଲେଖିଥିଲେ ‘ବିବାହ ପରେ ଆଶୀର୍ବାଦ ନେବା ପାଇଁ ମନ୍ଦିର ଯିବାକୁ ଲୋକମାନେ କହିଥାନ୍ତି। ଆମେ ଠିକ୍ ତାହା କରିଛୁ। ଆମେ ଜାଣିଛୁ ଆପଣ ଆମକୁ ଦେଖିବା ସହ ହାତ ହଲାଇଥିଲେ । ଧନ୍ୟବାଦ୍ ସାର୍, ଆମ ଦିନକୁ ଏତେ ଖାସ୍ କରିବା ପାଇଁ’।
ସବୁଠାରୁ ବଡ଼ କଥା ଏଠାରେ କି, ଶାହରୁଖ ଏହି ଟ୍ୱିଟର୍ ଉତ୍ତର ମଧ୍ୟ ଦେଇଥିଲେ। ‘ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ’ ବୋଲି ଶାହରୁଖ ଟ୍ୱିଟ୍ କରିଥିଲେ।
ଏହା ପୂର୍ବରୁ ଜୁନ୍ ୬ରେ ଟ୍ୱିଟର୍ ୟୁଜର୍ ଜଣଙ୍କ ଶାହରୁଖ୍ଙ୍କୁ ଟ୍ୟାଗ୍ କରି ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ । ସେ ଲେଖିଥିଲେ, ‘ଆମେ ଡିସେମ୍ବରରେ ବିବାହ କରୁଛୁ। ଆପଣଙ୍କର ଆଶୀର୍ବାଦ ଦରକାର’ ।
ଶାହାରୁଖ୍ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଜିରୋ’ର ପ୍ରମୋସନ୍ରେ ବ୍ୟସ୍ତ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/newly-wed-couple_1626774144.jpg)