Advertisment

ଦୀପିକା ରଣବୀରଙ୍କ ବାହାଘରରେ ଅତିଥି ହେବାକୁ ‘ସର୍ତ୍ତ ଲାଗୁ’

ମୁମ୍ବାଇ: ବଲିଉଡ୍‌ର ବହୁଚର୍ଚ୍ଚିତ ଯୋଡ଼ି ବାଜିରାଓ ମସ୍ତାନି ରଣବୀର ସିଂ ଓ ଦୀପିକା ପାଦୁକୋନ୍‌ଙ୍କ ବିବାହରେ ଅତିଥି ହେବାକୁ ଏକ ସର୍ତ୍ତ ଲାଗୁ ହୋଇଛି। ଯାହା ଗଣମାଧ୍ୟମ ପାଇଁ ଏକ ବଡ଼ ଖବର ହୋଇଯାଇଛି। ଇଟାଲିର ଲେକ୍‌ କୋମୋରେ ବହୁ ଆଡ଼ମ୍ବରର ସହ ଏହି ବାହାଘର ହେବ। କୁହାଯାଉଛି ଯେ, ତାଙ୍କ ବିବାହରେ ମୁଣ୍ଡଗଣତି ୩୦ଜଣକୁ ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ମଧ୍ୟରେ ଅତି ନିକଟ ସମ୍ପର୍କୀୟ,ପରିବାର ତଥା ଉଭୟଙ୍କ ଘନିଷ୍ଠ ବନ୍ଧୁ ଅଛନ୍ତି। ସୋଶାଲ୍‌ ମିଡିଆରେ ଛାଇଯାଇଥିବା […]

ଦୀପିକା ରଣବୀରଙ୍କ ବାହାଘରରେ ଅତିଥି ହେବାକୁ ‘ସର୍ତ୍ତ ଲାଗୁ’

deepika-ranveer

Advertisment

ମୁମ୍ବାଇ: ବଲିଉଡ୍‌ର ବହୁଚର୍ଚ୍ଚିତ ଯୋଡ଼ି ବାଜିରାଓ ମସ୍ତାନି ରଣବୀର ସିଂ ଓ ଦୀପିକା ପାଦୁକୋନ୍‌ଙ୍କ ବିବାହରେ ଅତିଥି ହେବାକୁ ଏକ ସର୍ତ୍ତ ଲାଗୁ ହୋଇଛି। ଯାହା ଗଣମାଧ୍ୟମ ପାଇଁ ଏକ ବଡ଼ ଖବର ହୋଇଯାଇଛି।

Advertisment

publive-image

ଇଟାଲିର ଲେକ୍‌ କୋମୋରେ ବହୁ ଆଡ଼ମ୍ବରର ସହ ଏହି ବାହାଘର ହେବ। କୁହାଯାଉଛି ଯେ, ତାଙ୍କ ବିବାହରେ ମୁଣ୍ଡଗଣତି ୩୦ଜଣକୁ ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ମଧ୍ୟରେ ଅତି ନିକଟ ସମ୍ପର୍କୀୟ,ପରିବାର ତଥା ଉଭୟଙ୍କ ଘନିଷ୍ଠ ବନ୍ଧୁ ଅଛନ୍ତି। ସୋଶାଲ୍‌ ମିଡିଆରେ ଛାଇଯାଇଥିବା ଏହି ଯୋଡ଼ିଙ୍କ ବିବାହର ଯେପରି କୌଣସି ଫଟୋ କି ଭିଡିଓ ଲିକ୍‌ ନ ହେବା ପାଇଁ ଅତିଥିମାନଙ୍କୁ ମୋବାଇଲ୍‌ ନ ନେବାକୁ ସର୍ତ୍ତ ରଖାଯାଇଛି।

publive-image

ସେମାନଙ୍କ ନିକଟତମ ମହଲରୁ ସ୍ପଷ୍ଟୀକରଣ ମିଳିଛି ଯେ, ଏହି ଯୋଡ଼ି ଯେତେବେଳେ ଚାହିଁବେ ସେମାନେ ଫ୍ୟାନ୍‌ମାନଙ୍କ ନିକଟରେ ସେମାନଙ୍କର ‘ସ୍ପେଶାଲ ମୋମେଣ୍ଟ୍‌’ର ଫଟୋ ସୋଶାଲ ମିଡିଆରେ ଶେୟାର କରିବେ। ତେବେ କୌଣସି ଅତିଥି ସେମାନଙ୍କ ଭିଡିଓ ବା ଫଟୋ ସୋଶାଲ୍‌ ମିଡିଆରେ ଶେୟାର କରିବା ସେମାନେ ଚାହାନ୍ତି ନାହିଁ।

Advertisment

କିଛି ଦିନ ତଳେ ବିବାହ କରିଥିବା ବିରାଟ-ଅନୁଷ୍କା ଯୋଡ଼ି ଓ ସୋନମ-ଆନନ୍ଦ ଆହୁଜା ଯୋଡ଼ିଙ୍କ ଏମିତି କିଛି ଭିଡିଓ ଓ ଫଟୋ ଇଣ୍ଟରନେଟ୍‌ରେ ଶେୟାର ହୋଇଥିଲା ଯାହାକୁ ନେଇ ଉଭୟ ଯୋଡ଼ି ଅଡ଼ୁଆରେ ପଡ଼ିଥିଲେ। ଏହି ଘଟଣାର ପୁନରାବୃତ୍ତି ନ ହେଉ ବୋଲି ଦୀପିକା ଓ ରଣବୀର ଚାହୁଁଛନ୍ତି।

publive-image

ବିବାହ ପରେ ଏହି ଯୋଡ଼ି ଭାରତରେ ଏକ ଗ୍ରାଣ୍ଡ୍‌ ପାର୍ଟିର ଆୟୋଜନ କରିଥିବା ଜଣାପଡ଼ିଛି।

publive-image

ଦୀପିକା ଓ ରଣବୀରଙ୍କୁ ‘ପଦ୍ମାବତ୍’, ‘Goliyon Ki Raasleela Ram-Leela’ , ‘ବାଜିରାଓ ମସ୍ତାନୀ’ ଆଦି ଫିଲ୍ମରେ ଏକାଠି ଦେଖିବାକୁ ମିଳିଛି। ଉଭୟଙ୍କ ଯୋଡ଼ି ରିଲ୍‌ ଲାଇଫ୍‌ରେ ଏତେ ହିଟ୍‌ ହୋଇଛି ଯେ ପ୍ରଶଂସକମାନେ ତାଙ୍କୁ ରିୟଲ୍‌ ଲାଇଫ୍‌ରେ ଦେଖିବାକୁ ଚାହୁଁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ