VIJAY Photograph: (OTV)
ବିଜୟଙ୍କୁ CBI ସମନ। ଅଭିନେତା ତଥା TVK ମୁଖ୍ୟ ବିଜୟ ଥଲପତିଙ୍କୁ CBI ସମନ୍ କରିଛି। କରୁର ଦଳାଚକଟା ଘଟଣାରେ ସିବିଆଇ ବିଜୟଙ୍କୁ ସମନ ଜାରି କରିଛି। ଆସନ୍ତାକାଲି ସକାଳ ୧୦ଟା ସୁଦ୍ଧା CBIରେ ହାଜର ହେବାକୁ ନିର୍ଦ୍ଦେଶ ଜାରି ହୋଇଥିବା ସୂଚନା ମିଳିଛି।
ବିଜୟଙ୍କ ରାଲି ପାଇଁ କରୁର ଦଳାଚକଟାରେ ୪୧ ଜଣଙ୍କ ଜୀବନ ଯାଇଥିଲା। ଏହି ମାମଲାରେ ସମନ ଜାରି କରିଛି ସିବିଆଇ। ପୂର୍ବରୁ ସିବିଆଇ ଗତ ଜାନୁଆରୀ ୧୨ ଓ ୧୯ ତାରିଖରେ ସିବିଆଇ ମୁଖ୍ୟାଳୟରେ ବିଜୟଙ୍କୁ ପଚରାଉଚରା କରିଥିଲା।
ସିବିଆଇର ପୂର୍ବ ତଦନ୍ତରୁ ମିଳିଥିବା ତଥ୍ୟକୁ ନେଇ ଅଭିନେତା ବିଜୟଙ୍କୁ ଅଧିକ ପଚରାଉଚରା ଲାଗି ସମନ ଜାରି କରିଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ SIT ଠାରୁ ମାମଲାକୁ ନିଜ ହାତକୁ ନେଇଥିଲା। ଗତ ସେପ୍ଟେମ୍ବର ୨୭ରେ ହୋଇଥିବା ଦଳାଚକଟାରେ ମୋଟ ୪୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ୬୦ରୁ ଅଧିକ ଆହତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/vijay-2026-03-09-13-46-56.jpg)