Tiger Shroff & Disha Patan
- ଅଭିନେତା ଟାଇଗର ଶ୍ରଫ୍ ଓ ଅଭିନେତ୍ରୀ ଦିଶା ପଟାନିଙ୍କ ବିରୋଧରେ ମାମଲା ରୁଜୁ
- କୋଭିଡ୍ ନିୟମ ଭଙ୍ଗ କରିବା ଅଭିଯୋଗରେ ଉଭୟଙ୍କ ବିରୋଧରେ FIR ରୁ
- ବିନା କାରଣରେ ଉଭୟ ସାଧାରଣ ସ୍ଥାନରେ ବୁଲୁଥିଲେ ବୋଲି ଅଭିଯୋଗ
ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ଓ ଅଭିନେତ୍ରୀ ଦିଶା ପଟାନିଙ୍କ ବିରୋଧରେ ଏକ FIR ରୁଜୁ କରାଯାଇଛି। କୋଭିଡ୍ ନିୟମ ଭଙ୍ଗ କରିବା ଅଭିଯୋଗରେ ଉଭୟଙ୍କ ବିରୋଧରେ ବୁଧବାର ଦିନ FIR ରୁଜୁ କରାଯାଇଛି। ବିନା କାରଣରେ ଉଭୟ ସାଧାରଣ ସ୍ଥାନରେ ବୁଲୁଥିଲେ ବୋଲି ଅଭିଯୋଗ ହୋଇଛି। କରୋନା ଲକ୍ଡାଉନ୍ କଟକଣାକୁ ନେଇ ମହାରାଷ୍ଟ୍ରରେ ଲାଗୁ କରାଯାଇଥିବା ନିୟମ ଅନୁସାରେ, କେବଳ ଜରୁରୀ ସାମଗ୍ରୀ ପାଇଁ ଲୋକମାନେ ସକାଳ ୭ଟାରୁ ୨ଟା ପର୍ଯ୍ୟନ୍ତ ବାହାରକୁ ଯାଇପାରିବେ। ହେଲେ ଶ୍ରଫ୍ ସେଇଦିନ ସନ୍ଧ୍ୟାରେ ବିନା କାରଣରେ ବାନ୍ଦ୍ରା ବ୍ୟାଣ୍ଡ୍ଷ୍ଟାଣ୍ଡ୍ରେ ବୁଲୁଥିବା ନଜର ଆସିଥିଲେ।
/odishatv-khabar/media/post_attachments/wp-content/uploads/2021/06/Tiger-Shroff-and-Disha-Patani.jpg)
ଶ୍ରଫ୍ ବ୍ୟାଣ୍ଡ୍ଷ୍ଟାଣ୍ଡ୍ରେ ବୁଲୁଥିବା କିଛି ପୋଲିସ୍ କର୍ମଚାରୀ ଦେଖିବାକୁ ପାଇଥିଲେ। ଯେତେବେଳେ ଏସମ୍ପର୍କରେ ତାଙ୍କୁ ପଚରା ଯାଇଥିଲା, ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଫଳରେ ପୋଲିସ୍ ଶ୍ରଫ୍ଙ୍କ ସବିଶେଷ ତଥ୍ୟ ନେବା ସହ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଅଭିନେତ୍ରୀ ଦିଶାଙ୍କ ବିରୋଧରେ ମଧ୍ୟ କୋଭିଡ୍ ନିୟମ ଭଙ୍ଗ ଅଭିଯୋଗରେ FIR ରୁଜୁ କରାଯାଇଛି। ଏହା ଜାମିନ ଯୋଗ୍ୟ ଅପରାଧ ହୋଇଥିବାରୁ କୌଣସି ଗିରଫଦାରୀ କରାଯାଇ ନାହିଁ।
ସୂଚନାଥାଉ କି, ଟାଇଗର ଶ୍ରଫ୍ ଓ ଦିଶା ଉଭୟ ଡେଟିଂ କରୁଥିବା କୁହାଯାଉଛି। ଉଭୟ ଜିମ୍ ପରେ ବାନ୍ଦ୍ରାରେ କାର୍ରେ ବୁଲୁଥିବା ବେଳେ ପୋଲିସ୍ ସେମାନଙ୍କୁ ଧରିଥିଲା। ଗାଡ଼ିର ଫ୍ରଣ୍ଟ୍ରେ ଦିଶା ବସିଥିବା ବେଳେ ପଛପଟ ସିଟ୍ରେ ଶ୍ରଫ୍ ବସିଥିଲେ।
/odishatv-khabar/media/post_attachments/wp-content/uploads/2021/06/Tiger-Shroff-Disha-Patan-1.png)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/actors_1622694311.jpg)