bridal
ସୋସିଆଲ୍ ମିଡିଆରେ ବାହାଘରର ଅନେକ ଭିଡ଼ିଓ ଭାଇରାଲ୍ ହେଉଛି । ଆପଣ ନିଶ୍ଚୟ ଏମିତି ସବୁ ଭିଡ଼ିଓ ଦେଖିଥିବେ,ଯେଉଁଥିରେ କନ୍ୟା ନୃତ୍ୟ କରୁଥିବାର ନଜର ଆସିଥିବ। ଏବେ ଆଉ ଏକ ଭିଡ଼ିଓ ଏମିତି ଖୁବ୍ ଭାଇରାଲ୍ ହୋଇଛି। ଏହି ଭିଡ଼ିଓରେ ଜଣେ ନବବିବାହିତା ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି। ହେଲେ ଏହା ଟିକେ ଭିନ୍ନ ଧରଣର।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଭାଇରାଲ୍ ଭିଡ଼ିଓକୁ ଗୋଟିଏ ଦିନରେ ୬ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଜଣେ ନବବିବାହିତା ହାତରେ ଚୁଡି ଓ ଜିନ୍ସ ପିନ୍ଧି , ହାତରେ ମେହେନ୍ଦୀ ଲଗାଇ ପଞ୍ଜାବୀ ଗୀତରେ ନୃତ୍ୟ କରୁଛନ୍ତି। ପଞ୍ଜାବୀ ଗୀତର ତାଳେ ତାଳେ ନୃତ୍ୟରେ ପୁରା ହଜି ଯାଇଛନ୍ତି ଏହି ଯୁବତୀ ଜଣକ ଏବଂ ମଝିରେ ମଝିରେ ବେଲି ନୃତ୍ୟ ମଧ୍ୟ କରୁଛନ୍ତି। ଯାହାକି ଖୁବ୍ ଭାଇରାଲ୍ ହୋଇଛି।
ଦିଲ୍ଲୀର ଜଣେ ୱେଡିଂ ଫଟୋଗ୍ରାଫର ଏହି ଭିଡ଼ିଓଟିକୁ ନିଜର ଇଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି, ଆପଣ ନବବିବାହିତାକୁ ନୃତ୍ୟ କରୁଥିବାର ଦେଖିଥିବେ, ହେଲେ ଏପରି ଦେଖିନଥିବେ।
ଏହା ବାସ୍ତବିକ୍ ସତ କଥା। କାରଣ ନବବଧୂଟିଏ ବାହାଘରରେ ଏମିତି ଖୁଲମଖୁଲା ନୃତ୍ୟ କରୁଥିବାର ଖୁବ୍ କମ୍ ଦେଖିବାକୁ ମିଳେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bridal_1626432607.jpg)