rhea
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍କୁ ନେଇ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋର (ଏନସିବି)ଜେରା ପରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି।
ବମ୍ବେ ହାଇକୋର୍ଟ ଆଜି ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। ୧ ଲକ୍ଷ ଟଙ୍କା , ପାସ୍ପୋର୍ଟ ଡିପୋଜିଟ୍ କରିବାକୁ କୋର୍ଟ ରିୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଗସ୍ତ କରିପାରିବେନି ରିୟା। ସେହିପରି ରିୟା ଯଦି ଗ୍ରେଟର୍ ମୁମ୍ବାଇ ବାହାରକୁ ଯିବାକୁ ଚାହଁନ୍ତି ତା’ହେଲେ ଏଥିପାଇଁ ତଦନ୍ତ ଅଧିକାରୀଙ୍କୁ ଜଣାଇବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ରିୟାଙ୍କ ଜାମିନ୍ ଆବେଦନର ଶୁଣାଣି କରି କୋର୍ଟ ଏହା କହିଛନ୍ତି।
ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର୍ ସାମୁଏଲ୍ ମିରାଣ୍ଡା, ଦୀପେଶ ସାୱନ୍ତଙ୍କୁ ମଧ୍ୟ ଜାମିନ୍ ମିଳିଛି। ତେବେ ଡଗ୍ସ ମାମଲାରେ ଗିରଫ ହୋଇଥିବା ଅବଦୁଲ୍ ବାସିତ୍ ଓ ରିୟାଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀଙ୍କ ଜାମିନ ଖାରଜ ହୋଇଯାଇଛି।
ଡ୍ରଗ୍ସ ଲିଙ୍କ୍ ନେଇ ସେପ୍ଟେମ୍ବର ୮ରେ NCB ରିୟାଙ୍କୁ ଗିରଫ କରିଥିଲା। ଜେରା ସମୟରେ ସୁଶାନ୍ତଙ୍କ ପାଇଁ ଶୌଭିକ୍ ଜରିଆରେ ଡ୍ରଗ୍ସ ଆଣୁଥିଲେ ବୋଲି ରିୟା ମାନିଥିଲେ। ଏପରିକି ରିୟା କିଛି ସେଲିବ୍ରିଟିଙ୍କ ନାଁ ମଧ୍ୟ ନେଇଥିଲେ ଓ ପରେ ଏହି ସେଲିବ୍ରିଟିମାନଙ୍କୁ ପଚରାଉଚରା ମଧ୍ୟ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ୍, ରାକୁଲ୍ ପ୍ରୀତ୍, ସିମୋନ୍ ଖୋମ୍ବୋଟା, ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁର୍ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rhea_1625259888.jpg)