Advertisment

Salman Khan vs Chinese AI Platform: ପଦାରେ ପଡ଼ିଲା ଚୀନର ଚାଲ୍ , ଭାଇଜାନ୍ ପଛରେ ହାତ ଧୋଇ ପଡ଼ିଛି

ସଲମାନ ଖାନଙ୍କୁ ୪ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧୧ ତାରିଖରେ ହାଇକୋର୍ଟ ଜାରି କରିଥିବା ଅନ୍ତର୍କାଳୀନ ଆଦେଶକୁ ବାତିଲ୍ କରିବାକୁ ଦାବି କରାଯାଇଛି।

galwan

galwan Photograph: (OTV)

Advertisment

ବେଜିଂ VS ଭାଇଜାନ୍। ଚାଲିଲାନି ପ୍ଲାନିଂ, କୋର୍ଟରେ କଲେ ଆବେଦନ। ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ନୋଟିସ୍। ଚୀନର ଏକ AI ଭଏସ୍-ଜେନେରେସନ୍ ପ୍ଲାଟଫର୍ମ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ନୋଟିସ୍  କରିଛନ୍ତି କୋର୍ଟ।

Advertisment

ସଲମାନ ଖାନଙ୍କୁ ୪ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧୧ ତାରିଖରେ ହାଇକୋର୍ଟ ଜାରି କରିଥିବା ଅନ୍ତର୍କାଳୀନ ଆଦେଶକୁ ବାତିଲ୍ କରିବାକୁ ଦାବି କରାଯାଇଛି।

ଏହି ଆଦେଶରେ ସଲମାନ ଖାନଙ୍କ ନାଁ, ପରିଚୟ ଏବଂ ସ୍ୱରର ବ୍ୟବହାର ଉପରେ ରୋକ ଲଗାଯାଇଥିଲା। ଏହି AI ଭଏସ୍ ଜେନେରେଟ୍ କରୁଥିବା ପ୍ଲାଟଫର୍ମର ପ୍ରମୁଖ ବ୍ୟବସାୟ ହେଉଛି ଭଏସ୍ ମଡେଲ୍ ସୃଷ୍ଟି କରିବା। ସଲମାନ ଖାନ ନିଜ ବ୍ୟକ୍ତିତ୍ୱ ଏବଂ ପ୍ରଚାର ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟର ଆଶ୍ରୟ ନେଇଥିଲେ।

Advertisment

ଡିସେମ୍ବର ୧୧ ତାରିଖରେ ହାଇକୋର୍ଟ ସୋସିଆଲ୍ ମିଡିଆ ମଧ୍ୟସ୍ଥମାନଙ୍କୁ ତାଙ୍କ ଆବେଦନ ଉପରେ ୩ ଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୭ ତାରିଖରେ ହେବ।

ସଲମାନଙ୍କ ‘ଗଲୱାନ୍’ ଫିଲ୍ମକୁ ନେଇ ଆଗରୁ ଖପ୍ପା ରହିଛି ଚୀନ।ଏଭଳି ସ୍ଥିତିରେ ଦୁଇ ଦେଶର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବି ବୟାନବାଜୀ ହୋଇଥିଲା। 

Advertisment
Delhi High Court Bollywod Galwan China Salman Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ