neha
ମୁମ୍ବାଇ: ୨୦୨୦ର ସବୁଠାରୁ ଚର୍ଚ୍ଚିତ ବିବାହ ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହ ବୋଲି କୁହାଯାଉଛି। ଅକ୍ଟୋବର ୨୪ରେ ନେହା ନିଜ ପ୍ରେମିକ ତଥା ସିଙ୍ଗର୍ ରୋହନପ୍ରୀତ୍ ସିଂଙ୍କୁ ଦିଲ୍ଲୀର ଏକ ଗୁରୁଦ୍ୱାରରେ ବିବାହ କରିଥିଲେ। ଏହି ବିବାହରେ ଉଭୟଙ୍କ ପରିବାର ସଦସ୍ୟ ଓ ଅତି ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ। ବିବାହକୁ ନେଇ ଯେତିକି ଚର୍ଚ୍ଚା ବିବାହର ଫଟୋ ଓ ଭିଡିଓକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା। ଯାହା ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହୋଇଛି।
ନେହା ବିବାହରେ ଫ୍ୟାଶନ ଡିଜାଇନର ସବ୍ୟସାଚୀ ଓ Falguni Shane Peacock India ର ବ୍ରାଇଡାଲ୍ ଆଉଟ୍ଫିଟ୍ସ ପିନ୍ଧିଥିଲେ। ୱେଡିଂ ଲେହେଙ୍ଗାରେ ନେହା ଖୁବ୍ ସୁନ୍ଦର ଲାଗୁଥିଲେ। ହେଲେ ତାଙ୍କର ଏହି ଆଉଟ୍ଫିଟ୍ସ ପାଇଁ ତାଙ୍କୁ ଟ୍ରୋଲ୍ସର ସାମ୍ନାକୁ କରିବାକୁ ପଡ଼ିଛି।
ଅଧିକ ମନୋରଂଜନ ଖବର ପଢ଼ନ୍ତୁ
କଥାଟା ହେଲା, ନେହାଙ୍କ ବ୍ରାଇଡାଲ୍ ଲୁକ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ପ୍ରିୟଙ୍କା ଚୋପ୍ରାଙ୍କ ସହ ପ୍ରାୟ ମିଶି ଯାଉଛି। ସୋସିଆଲ୍ ମିଡିଆରେ ନେହାଙ୍କ ବ୍ରାଇଡାଲ୍ ଆଡଟ୍ଫିଟ୍କୁ ନେଇ ‘ରିମିକ’ ବୋଲି କୁହାଯାଇ ଟ୍ରୋଲ୍ କରାଯାଉଥିବା ଦେଖିବାକୁ ମିଳିଛି।
[caption id="attachment_221724" align="alignnone" width="714"]
Image Credit: India Today[/caption]
[caption id="attachment_221725" align="alignnone" width="768"]
Image Credit: India Today[/caption]
ଟ୍ରୋଲ୍ ପରେ ନେହା ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଶେଆର କରି ଲେଖିଛନ୍ତି, ଗୁରୁଦ୍ୱାରରେ ବିବାହ ସମୟରେ ସେ ଯେଉଁ ଆଉଟ୍ଫିଟ୍ ପିନ୍ଧିଥିଲେ, ତାହା ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀ ଗିଫ୍ଟ କରିଥିଲେ।
ନେହା ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ ଜୀବନରେ ଗୋଟିଏ ଥର ପାଇଁ ସବ୍ୟସାଚୀଙ୍କ ଆଉଟ୍ଫିଟ୍ ପିନ୍ଧିବା ପାଇଁ ଲୋକମାନେ ପାଗଳ ଭଳି ହୋଇଥାନ୍ତି, ଆଉ ଏହି ଡ୍ରିମ୍ ଆଉଟ୍ଫିଟ୍ସକୁ ସବ୍ୟସାଚୀ ନିଜେ ଆମକୁ ଗିଫ୍ଟ କରିଥିଲେ।
ଆଉ ଏକ ପୋଷ୍ଟରେ ନେହା ଲେଖିଛନ୍ତି, ‘ଧନ୍ୟବାଦ ସବ୍ୟସାଚୀ ସାର୍, ଆମକୁ ବେଷ୍ଟ୍ ଆଉଟ୍ଫିଟ୍ସ ଉପହାର ସ୍ୱରୂପ ଦେଇଥିବାରୁ।’
ପଢ଼ନ୍ତୁ: ଲାଇଫ୍ ପାର୍ଟନର ରୋହନପ୍ରୀତ୍ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BeFunky-collage-3-3_1625171072.jpg)