ncb
ମୁମ୍ବାଇ: କିଛି ଦିନରେ ବ୍ୟବଧାନ ପରେ ପୁଣି ଆକ୍ସନ ମୁଡ୍ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(NCB)। ଗତକାଲି ବଲିଉଡ୍ ପ୍ରଡ୍ୟୁସର୍ (ପ୍ରଯୋଜକ) ଫିରୋଜ ନାଦିଆଦୱାଲାଙ୍କ ପତ୍ନୀଙ୍କୁ ଏନ୍ସିବି ଗିରଫ କରିଛି। ରେଡ୍ ସମୟରେ ଫିରୋଜଙ୍କ ମୁମ୍ବାଇ ସ୍ଥିତ ଘରୁ ୧୦ ଗ୍ରାମ marijuana ଗଞ୍ଜେଇ ଜବତ କରାଯାଇଛି।
NDPS ଆକ୍ଟ ଅଧିନରେ ଫିରୋଜଙ୍କ ପତ୍ନୀଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି। କିଛି ଦିନ ତଳେ ଅନ୍ୟ ଏକ ଡ୍ରଗ୍ ବେପାରୀଙ୍କୁ ଗିରଫ ପରେ କିଛି ବଲିଉଡ୍ ସେଲିବ୍ରିଟିଙ୍କ ନାଁ ପୁଣି ଏନ୍ସିବି ରାଡାର୍କୁ ଆସିଛି।
ବଲିଉଡ୍ ଫିଲ୍ମ ‘ୱେଲ୍କମ୍’, ‘ଫିର ହେରା ଫେରୀ’, ‘ଆୱାରା ପାଗଲ୍ ଦିୱାନା’ ଭଳି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଫିରୋଜ ନାଦିଆଦୱାଲା। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୂବର୍ତନ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ବି ପୁଣି ସମନ୍ କରିଛି ଏନ୍ସିବି।
ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ ପରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ଘଟଣା ସାମ୍ନାକୁ ଆସିଥିଲା। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ଭାଇ ଶୌଭିକ୍, ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର୍ ସାମୁଏଲ୍ ମିରାଣ୍ଡା, ପର୍ସନାଲ୍ ଷ୍ଟାଫ୍ ଦୀପେଶ ସାୱନ୍ତଙ୍କ ସମେତ ଅନେକଙ୍କୁ ଏନ୍ସିବି ଗିରଫ କରିଥିଲା। ୨୮ ଦିନ ଜେଲ୍ରେ ରହିବା ପରେ ଏହି ମାମଲାରେ ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ।
ଏନ୍ସିବି ଏହି ମାମଲାରେ ବଲିଉଡ୍ର ପ୍ରମୁଖ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପଚରାଉଚରା କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ncb-1_1625136318.jpg)