Jollywood Photograph: (OTV)
ପଣ୍ଡା ବାପା-ପୁଅ ଯୋଡ଼ି ପାଇଁ କୋଣାର୍କ ଗଣନାଟ୍ୟରୁ ବଳି ପଡ଼ିଲେ କି ରତି- ମିଟୁନା ?
ଯେଉଁ ରତି-ମିଟୁନାଙ୍କ ହିଟ୍ ଯୋଡ଼ିକୁ ନେଇ କୋଣାର୍କ ପାର୍ଟି ମାର୍କେଟ୍ ଘାଣ୍ଟୁଥିଲା- ଆଜି ସେ ଅଲୋଡା ହେଲେ କେମିତି?
୨୦୨୬-୨୭ ଯାତ୍ରା ଋତୁ ପାଇଁ ପାର୍ଟିର ଷ୍ଟାର କାଷ୍ଟ ଲିଷ୍ଟରେ ଏ ଦଂପତିଙ୍କ ନାଁ ନରହିବା ପରେ ବଡ଼ ଷଡ଼ଯନ୍ତ୍ର ଥିବା ନେଇ ଚାଲିଛି ଚର୍ଚ୍ଚା
କୁହାଯାଉଛି-ଭେଟରାନ ଭିଲେନ୍ ଦୈତାରୀ ପଣ୍ଡାଙ୍କ ଚକ୍ରାନ୍ତରେ ବଳି ପଡ଼ିଛନ୍ତି ରତି-ମିଟୁନା। ପୁଅ ଜଗା ପଣ୍ଡାଙ୍କୁ ହିରୋ ଭାବେ ପେଣ୍ଡାଲରେ ପଦାର୍ପଣ କରାଇବା ଲାଗି ବାପା ଦୈତାରୀ ପ୍ରଯୋଜକ ଭାରତ ଭୂଷଣ ଦେଓଙ୍କ ଉପରେ ଚାପ ପକାଇଛନ୍ତି। ଏହା ନକଲେ ପାର୍ଟି ଛାଡ଼ି ଦେବେ ବୋଲି ବି ଚେତାବନୀ ଦେଉଛନ୍ତି। ଯାହାକି ଯାତ୍ରା ଜଗତରେ ନୂଆ ଚହଳ ସୃଷ୍ଟି କରିଛି। ସୂଚନା ଅନୁସାରେ- ଜଗା ପଣ୍ଡା ଜଣେ ଛୋଟ ପରଦା କଳାକାର। ଯାତ୍ରା ଜଗତରେ ପାଦ ଥାପିବାକୁ ତାଙ୍କ ପାଇଁ ବିଶିଷ୍ଟ ଖଳନାୟକ ତଥା ବାପା ଦୈତାରୀ ପଣ୍ଡା ବହୁ ଦିନରୁ ଚେଷ୍ଟା କରୁଥିଲେ।
ପୁରୁଣା ହିଟ୍ ଯୋଡ଼ି ରତି ଓ ମିଟୁନାଙ୍କୁ କୋଣାର୍କରୁ ବିଦା କରିବାକୁ ଯୋଜନା
ଏମିତିକି ପ୍ରଯୋଜକ ପ୍ରମୋଦ ସ୍ୱାଇଁ ତାଙ୍କ ଯାତ୍ରା ପାର୍ଟିରେ ୨୦୨୬-୨୭ଯାତ୍ରା ଋତୁ ପାଇଁ ଦୈତାରୀ ପଣ୍ଡା ଓ ତାଙ୍କ ପୁଅ ଜଗା ପଣ୍ଡାଙ୍କୁ ଅଗ୍ରୀମ ମଧ୍ୟ ଦେଇଥିଲେ। ଯାହାକି କୋଣାର୍କ ପ୍ରଯୋଜକଙ୍କ ହୋସ୍ ଉଡ଼ାଇ ଦେଇଥିଲା। ଶେଷରେ ଉପାୟ ଶୂନ୍ୟ ହୋଇ ଦୈତାରୀଙ୍କ ସହ ପୁଅ ଜଗା ପଣ୍ଡାଙ୍କୁ ଡିମାଣ୍ଡ ଅନୁସାରେ ପ୍ରାପ୍ୟ ଦେଇ ପାର୍ଟିରେ ରଖିବାକୁ ରାଜି ହୋଇଛନ୍ତି।
ତେବେ ତା ବଦଳରେ ପୁରୁଣା ହିଟ୍ ଯୋଡ଼ି ରତି ଓ ମିଟୁନାଙ୍କୁ କୋଣାର୍କରୁ ବିଦା କରିବାକୁ ଯୋଜନା ହୋଇଥିବା କଥା ଚହଳ ପଡ଼ିଛି। ଯଦିଓ ଏ ନେଇ ରତି-ମିଟୁନା କି ଦୈତାରୀ ପଣ୍ଡା ଅବା କୋଣାର୍କ ପ୍ରଯୋଜକଙ୍କ ପ୍ରତିକ୍ରିୟା ଆସିନାହିଁ- କିନ୍ତୁ ଅନ୍ୟ ଅପେରା ମାଲିକ କହିଲେଣି ଯେତେବେଳା ଯାହାଙ୍କ ଡିମାଣ୍ଡ- ତାଙ୍କୁ ସୁଯୋଗ।...
ସେପଟେ ଶିବାନୀ ଗଣନାଟ୍ୟ ଛାଡ଼ି ୨୦୨୬-୨୭ ଋତୁରେ ବିଶ୍ବ ଦରବାର ପାର୍ଟିରେ ଯୋଗ ଦେଇଥିବା ଭେଟରାନ ଅଭିନେତା ଗୌର ଦାସଙ୍କ ବାର୍ଷିକ ଦରମା ଶୁଣିଲେ ଆପଣଙ୍କ ହୋସ ଉଡିଯିବ। ଗୌର ଦାସ ୫୫ଲକ୍ଷ ଟଙ୍କାରେ ଚୁକ୍ତି କରିଥିବା ବେଳେ ଅଭିନେତ୍ରୀ ଜୁଲି ପଣ୍ଡା ବାର୍ଷିକ ୩୦ ଲକ୍ଷ ଟଙ୍କାରେ ଚୁକ୍ତି କରିଥିବା କଥା ପ୍ରଯୋଜକ କିଶୋର ମିଶ୍ର ଓଟିଭି କୁ ଫୋନ୍ ଯୋଗେ ସୂଚନା ଦେଇଛନ୍ତି।
ଏଥିସହ ତାଙ୍କ ପାର୍ଟିରେ କାର୍ଯ୍ୟରତ ଆର୍ଟିଷ୍ଟ ଦଂପତି ଆଶିଷ ପଣ୍ଡା ଓ ଭାରତୀ ପଣ୍ଡା ଙ୍କୁ ସେ ଫ୍ରି କରିଛନ୍ତି। କୁହାଯାଉଛି ଆଶିଷଙ୍କୁ ମୁଖ୍ୟ ଖଳନାୟକ ଚରିତ୍ରରେ ଉପନୀତ କରାଇବାକୁ ପତ୍ନୀ ଭାରତୀ ପଣ୍ଡା ପ୍ରଯୋଜକଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ପ୍ରଯୋଜକ ଏଥିରେ ରାଜି ହୋଇନଥିଲେ।...
ତେବେ ଯାତ୍ରା ଜଗତରେ ନୂଆ ହଲଚଲ୍ ଭିତରେ ଓଲିଉଡ୍ ଆକ୍ସନ ଷ୍ଟାର ରାଜବୀର ଦେଓଙ୍କୁ ନେଇ ବି ଚର୍ଚ୍ଚା। ଗତ ଯାତ୍ରା ଋତୁରେ ରଙ୍ଗ ମହଲରୁ କ୍ୟାରିୟର ଆରମ୍ଭ କରିଥିବା ରାଜବୀରଙ୍କ ନାଁ ଚଳିତ ଋତୁରେ ଷ୍ଟାରକାଷ୍ଟ ଲିଷ୍ଟରେ ନାହିଁ। ତେଣୁ ସେ ଆଉ ଯାତ୍ରାରେ ରହିବେ ନା ଓଡ଼ିଆ ସିନେମାକୁ ଫେରିଯିବେ, ତାକୁ ଅପେକ୍ଷା।..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/12/jollywood-2026-02-12-21-00-39.jpg)