Advertisment

Is the Grave Crying Too: ସତରେ କଣ ସମାଧି ନିକଟରେ ଶୁଭୁଛି କାନ୍ଦ ? ଆଜି ହ୍ୟୁମାନଙ୍କ ଜନ୍ମଦିନ

ମୃତ୍ୟୁର ଆଠଦିନ ପରେ ବି ହ୍ୟୁମାନଙ୍କ ସମାଧି ନିକଟରେ ଶୁଭେଚ୍ଛୁଙ୍କ ଭିଡ ଜମୁଛି । କିଏ ଫୁଲତୋଡ଼ା ଟିଏ ନେଇ ଆସିଛନ୍ତି, ତ ପୁଣି କିଏ କ୍ୟାଣ୍ଡେଲ ଟିଏ ଜାଳି ଦେଉଛନ୍ତି । ଆଉ କିଏ ଲୁହ ଝରାଇ କାନ୍ଦୁଛନ୍ତି । ଆଜି ତାଙ୍କ ଜନ୍ମଦିନ ଥିବାରୁ ଗତ ରାତିରେ ସମାଧି ନିକଟରେ ଲାଗିଥିଲା ଭିଡ଼ ।

Humane Sagar

Humane Sagar Photograph: (OTV)

Advertisment

ସମାଧି ଭିତରେ ସବୁଦିନ ପାଇଁ ନିରବୀ ଯାଇଛି ସଂଗୀତର ସୁମଧୁର ସ୍ବର । ମୃତ୍ୟୁର ଆଠଦିନ ପରେ ବି ହ୍ୟୁମାନଙ୍କ ସମାଧି ନିକଟରେ ଶୁଭେଚ୍ଛୁଙ୍କ ଭିଡ ଜମୁଛି । କିଏ ଫୁଲତୋଡ଼ା ଟିଏ ନେଇ ଆସିଛନ୍ତି, ତ ପୁଣି କିଏ କ୍ୟାଣ୍ଡେଲ ଟିଏ ଜାଳି ଦେଉଛନ୍ତି । ଆଉ କିଏ ଲୁହ ଝରାଇ କାନ୍ଦୁଛନ୍ତି । ଆଜି ତାଙ୍କ ଜନ୍ମଦିନ ଥିବାରୁ ଗତ ରାତିରେ ସମାଧି ନିକଟରେ ଲାଗିଥିଲା ଭିଡ଼ ।

Advertisment

ଆଜି ହ୍ୟୁମାନ ଯଦି ଥାଆନ୍ତେ, ପରିବାର ଓ ଶୁଭେଚ୍ଛୁଙ୍କ ମେଳରେ କେକ କାଟିଥାନ୍ତେ । ଆଉ ସମସ୍ତେ ତାଙ୍କୁ ବର୍ଥଡେର ଶୁଭେଚ୍ଛା ଜଣାଇଥାନ୍ତେ । କିନ୍ତୁ ଶୁଭେଚ୍ଛା ଶୁଣି, ଥ୍ୟାଙ୍କୟୁ କହିବାକୁ ଆଉ ନାହାନ୍ତି ହ୍ୟୁାମନ । ଟିଟିଲାଗଡର ବିଭିନ୍ନ ସ୍ଥାନରେ ହ୍ୟୁମାନଙ୍କ ଜନ୍ମଦିନ ପାଳନ ହେଉଥିବା ବେଳେ ହ୍ୟୁମାନଙ୍କୁ ମନେପକାଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ପଙ୍କଜ ଜାଲ ।

କେହି କେହି କହୁଛନ୍ତି ତାଙ୍କ ସମାଧି ନିକଟରେ ଶୁଭୁଛି କାନ୍ଦ । ତେବେ ଅନେକ ଏହାକୁ ବିଶ୍ୱାସ କରୁନାହାନ୍ତି । କିନ୍ତୁ ଏ କଥା ସତ ଯିଏ ସମାଧି ନିକଟକୁ ଯାଉଛି, ସିଏ ଭାବବିହ୍ୱଳ ହୋଇ ଆଖିରୁ ଲୁହ ଗଡାଉଛି । 

Advertisment

ବାପା ଥିଲେ ରେଡିଓ ସିଙ୍ଗର

୧୯୯୦ ନଭେମ୍ବର ୨୫ରେ ହ୍ୟୁମାନ ସାଗରଙ୍କ ଜନ୍ମ । ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକର ଡେଙ୍ଗ ଗାଁରେ ଜନ୍ମ ହୋଇଥିଲେ ହ୍ୟୁମାନ୍ । ବାପା ରବିଚନ୍ଦ୍ର ସାଗର ଓ ମା’ ଶେଫାଳୀ ସୁନା, ଉଭୟ ଶିକ୍ଷକ । ହ୍ୟୁମାନଙ୍କ ବାପା ରବିଚନ୍ଦ୍ର ବି ଜଣେ ଜଣାଶୁଣା ରେଡିଓ ସିଙ୍ଗର ଥିଲେ । ବାପା, ମା’ ଉଭୟ ଚାହୁଁଥିଲେ ପୁଅ ଡାକ୍ତର ହେଉ । କିନ୍ତୁ ସଂଗୀତ ଦୁନିଆରେ ପାଦ ଥାପିଥିଲେ ହ୍ୟୁମାନ । ଗତ ୨୦୧୫ରେ ସାନ ଭାଇ ନ୍ୟୁମାନ ଆରପାରିକୁ ଚାଲିଯାଇଥିଲେ । ଆଉ କରୋନା ସମୟରେ ବାପାଙ୍କୁ ହରାଇଥିଲେ ହ୍ୟୁମାନ । କିନ୍ତୁ ହ୍ୟୁମାନ ଏବେ ଚାଲିଯିବା ପରେ ମା’ ଶେଫାଳୀ ଏକା ହୋଇଯାଇଛନ୍ତି । 

Bolangir humane sagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ